ମୋ ପୁଅର ସର୍ବନାଶ କରିବାକୁ ଉଦ୍ୟମ କରିଥିବା ଲୋକଙ୍କ କୋଳରେ ଆପଣମାନେ ବସିଛନ୍ତି: ଉଦ୍ଧବ ଠାକ୍‌ରେ

Advertisment
ମୋ ପୁଅର ସର୍ବନାଶ କରିବାକୁ ଉଦ୍ୟମ କରିଥିବା ଲୋକଙ୍କ କୋଳରେ ଆପଣମାନେ ବସିଛନ୍ତି: ଉଦ୍ଧବ ଠାକ୍‌ରେ

Image Courtesy of India Today

ମୁମ୍ବାଇ: ମୋ ପ୍ରତି ଏବେ ବି ଶ୍ରଦ୍ଧା ଅଛି ବୋଲି କହୁଛନ୍ତି ହେଲେ ମୋ ପୁଅର ସର୍ବନାଶ କରିବାକୁ ଉଦ୍ୟମ କରିଥିବା ଲୋକଙ୍କ କୋଳରେ ସେମାନେ ବସିଛନ୍ତି ବୋଲି ବିଦ୍ରୋହୀ ବିଧାୟକଙ୍କୁ ଉଦ୍ଦେଶ୍ୟ କରି ଶୁକ୍ରବାର ଦିନ ପୁଣି ଥରେ ‘ଶିବସେନା’ ମୁଖ୍ୟ ଉଦ୍ଧବ ଠାକ୍‌ରେ କହିଛନ୍ତି।

ସେ କହିଛନ୍ତି, ଦିନେ ସେମାନେ ମୋତେ ଓ ମୋ ପରିବାର ନାଁରେ ଅପବାଦ ଦେଉଥିଲେ। ସେମାନେ ମୋ ପୁଅ ଆଦିତ୍ୟର ସର୍ବନାଶ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ। ଯଦି ବି‌ଦ୍ରୋହୀ ବିଧାୟକମାନେ ‘ବିଜେପି’ ରହିବାକୁ ଖୁସି ମଣୁଛନ୍ତି, ସେମାନେ ‘ବିଜେପି’ରେ ରୁହନ୍ତୁ। କିନ୍ତୁ ମୋ ପାଇଁ ମୋ ଦଳ ଲୋକଙ୍କ ଦୁଃଖ ଗୁରୁତ୍ବପୂର୍ଣ୍ଣ ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି, ବହୁ ଧମକ ପାଇ ମଧ୍ୟ ମୋ ସପକ୍ଷରେ ଥିବା ୧୪ଜଣ ବିଧାୟକଙ୍କ ନିକଟରେ ମୁଁ କୃତଜ୍ଞ। ସେମାନଙ୍କର ସତ୍‌ସାହସ ଏବଂ ସତ୍ୟର ବିଜୟ ହେବ।

publive-image Image Courtesy of Firstpost

ସୁପ୍ରିମ୍‌ କୋର୍ଟରେ ୧୧ ତାରିଖ ଦିନ ହେବାକୁ ଥିବା ଶୁଣାଣି ସମ୍ପର୍କରେ ପଚରା ଯିବାରୁ ଠାକ୍‌ରେ କହିଛନ୍ତି, ଅଦାଲତ ଉପରେ ମୋର ଅଟଳ ବିଶ୍ବାସ ଅଛି। ଜୁଲାଇ ୧୧ ତାରିଖରେ ପରିଣତି ଯାହା ହେଉ ନା କାହିଁକି, ତାହା ଦଳର ଭବିଷ୍ୟତ ନିର୍ଦ୍ଧାରଣ କରିବ ନାହିଁ। ଦଳୀୟ କର୍ମୀମାନେ ହିଁ ‘ଶିବସେନା’ର ଭବିଷ୍ୟତ ନିର୍ଦ୍ଧାରଣ କରିବେ। ସୁପ୍ରିମ୍‌ କୋର୍ଟଙ୍କ ରାୟ ଗଣତନ୍ତ୍ରର ଭବିଷ୍ୟତ ନିର୍ଦ୍ଧାରଣ କରିବ। ବାବା ସାହେବ ଅମ୍ବେଦକର ଲେଖିଥିବା ସମ୍ବିଧାନର ବିଜୟ ହେବ କି, ଆଉ କିଛି ହେବ ତାହା ଉକ୍ତ ରାୟରୁ ଜଣାପଡ଼ିବ।

ବିଦ୍ରୋହୀ ବିଧାୟକମାନଙ୍କ କଥା କହିବାକୁ ଯାଇ ସେ କହିଛନ୍ତି, ଏତେ ଦିନ ଧରି ନିରବ ଥିବା ଲୋକମାନେ ଅନ୍ୟ ଦଳ ସହ ମିଶିବା ପରେ କଥା କହୁଛନ୍ତି। ସେମାନେ କହୁଛନ୍ତି ‘ମାତୋଶ୍ରୀ’ ସସମ୍ମାନ ଡାକିଲେ ସେମାନେ ‘ବିଜେପି’ ସହିତ ମେଣ୍ଟ କରି ମୂଳ ଶିବସେନାକୁ ଫେରିଆସିବେ। କିନ୍ତୁ, ତା’ର ଜବାବ ମୁଁ ପୂର୍ବରୁ ଗଣମାଧ୍ୟମ ଜରିଆରେ ଦେଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe