ପ୍ରିୟଙ୍କା ଗାନ୍ଧୀଙ୍କ ଗାଡ଼ିକୁ ଅଟକାଇବା ୟୁଟ୍ୟୁବରଙ୍କୁ ମହଙ୍ଗା ପଡ଼ିଲା

Advertisment

ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ  କିପରି ଜଣେ ସାଧାରଣ ବ୍ୟକ୍ତି ପ୍ରିୟଙ୍କା ଗାନ୍ଧୀଙ୍କ କନଭେକୁ ଅଟକାଇ ଦେଇପାରିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ  କିପରି ଜଣେ ସାଧାରଣ ବ୍ୟକ୍ତି ପ୍ରିୟଙ୍କା ଗାନ୍ଧୀଙ୍କ କନଭେକୁ ଅଟକାଇ ଦେଇପାରିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ିତୀତି

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଗାଡ଼ିକୁ ଅଟକାଇବା ଅଭିଯୋଗରେ ପୁଲିସ ଜଣେ ୟୁଟ୍ୟୁବରଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାମ ଅନିଶ ଅବ୍ରାହମ। 

ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରିୟଙ୍କା ଗାନ୍ଧୀ ତାଙ୍କ ନିର୍ବାଚନମଣ୍ଡଳୀ ଏବଂ ମଲପ୍ପୁରମ ଜିଲ୍ଲାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କୋଚି ବିମାନବନ୍ଦରକୁ ଯାଉଥିଲେ। 

ଏହି ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷାରେ ନିୟୋଜିତ ଗାଡ଼ି ଚାଳକ ହର୍ଣ୍ଣ ବଜାଇବାରୁ ୟୁଟ୍ୟୁବର ଅନିଶ ଅବ୍ରାହମ ବିରକ୍ତ ହୋଇଯାଇଥିଲେ।  ନିଜ ଗାଡ଼ିକୁ ନେଇ ପ୍ରିୟଙ୍କାଙ୍କ କନଭେ ସାମ୍ନାରେ ରଖି ଦେଇଥିଲେ। 

ଏହି ଘଟଣାପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା। ପୁଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରୁ ଅନିଶ ଅବ୍ରାହମଙ୍କୁ ଗିରଫ କରି ନେବା ସହିତ ତାଙ୍କ ଗାଡ଼ିକୁ ବି ଜବତ କରିଥିଲା। ଗିରଫର କିଛି ସମୟ ପ‌ରେ ଅବ୍ରାହମଙ୍କୁ ଜାମିନ ମିଳି ଯାଇଥିଲା। 

ଏହି ସମ୍ପୂର୍ଣ୍ଣ ଘଟଣା ପରେ ପ୍ରିୟଙ୍କା ଗାନ୍ଧୀଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିପରି ଜଣେ ସାଧାରଣ ବ୍ୟକ୍ତି ପ୍ରିୟଙ୍କା ଗାନ୍ଧୀଙ୍କ କନଭେକୁ ଅଟକାଇ ଦେଇପାରିଲା ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହିତ କେଉଁ କାରଣ ପାଇଁ ଗିରଫର କିଛି ସମୟରେ ପରେ ଅଭିଯୁକ୍ତକୁ ଜାମିନ ମିଳିଲା ଏନେଇ ବି ଲୋକେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe