ମାର୍ଚ ପହିଲାରୁ ଆଉ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏଟିଏମରୁ ବାହାରିବନି ୨୦୦୦ ଟଙ୍କିଆ ନୋଟ୍‌

Advertisment
ମାର୍ଚ ପହିଲାରୁ ଆଉ ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏଟିଏମରୁ ବାହାରିବନି ୨୦୦୦ ଟଙ୍କିଆ ନୋଟ୍‌

(File Photo | AFP)

ଚେନ୍ନାଇ: ଆସନ୍ତା ମାର୍ଚ ମାସ ପହିଲାରୁ ଆପଣମାନେ ଆଉ କୌଣସି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଏଟିଏମ୍‌ରୁ ୨୦୦୦ ଟଙ୍କିଆ ନୋଟ୍‌ ପାଇବେ ନାହିଁ। ଏହି ବ୍ୟାଙ୍କ୍‌ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ଯେ ଏଟିଏମ୍‌ରେ ଏଣିକି ଅଧିକ ୨୦୦ ଟଙ୍କିଆ ନୋଟ୍‌ ଭର୍ତ୍ତି କରାଯିବ। ସେହିପରି  ୨୦୦୦ ଟଙ୍କିଆ ନୋଟ୍‌କୁ ଏଟିଏମରେ ଲୋଡିଂ ବନ୍ଦ କରି ଦିଆଯିବ। ତେବେ ଅନ୍ୟ ବ୍ୟାଙ୍କର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନ‌ୋଟ୍‌ ବାହାରିବାରେ କୌଣସି ଅସୁବିଧା ନାହିଁ।

ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏଟିଏମ୍‌ରୁ ୨୦୦୦ ଟଙ୍କିଆ ନ‌ୋଟ୍‌ ବାହାରିବା ପରେ ଗ୍ରାହକମାନେ ତାହାକୁ ବଦଳାଇବା ପାଇଁ ବ୍ୟାଙ୍କକୁ ଧାଡ଼ି କରି ଯାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ୍‌ ନ ପୂରାଇବା ପାଇଁ ଯୋଜନା କରାଯାଉଛି। କେବଳ ସେତିକି ନୁହେଁ, ମାର୍ଚ ପହିଲା ସୁଦ୍ଧା ଯଦି କିଛି ୨୦୦୦ ଟଙ୍କିଆ ନୋଟ୍‌ ଏଟିଏମ୍‌ରେ ରହି ଯାଇଥାଏ ତେବେ ତାହାକୁ ବାହାର କରି ନିଆଯିବ।

publive-image Dailyhunt

ଏ ନେଇ ଫାଇନାନ୍‌ସିଆଲ୍‌ ସଫ୍ଟୱେୟାର୍‌ ଆଣ୍ଡ୍‌ ସିଷ୍ଟମ୍‌(ଏଫ୍‌ଏସ୍‌ଏସ୍‌)ର ଅଧ୍ୟକ୍ଷ ଭି ବାଲାସୁବ୍ରମଣ୍ୟମ୍‌ କହନ୍ତି,‘ଏ ନେଇ ଆମକୁ ବ୍ୟାଙ୍କ୍‌ ପକ୍ଷରୁ କୌଣସି ସୂଚନା ଏଯାଏ ମିଳିନାହିଁ। ଏହି କମ୍ପାନି ଦେଶର ଅନେକ ଏଟିଏମ୍‌କୁ ପରିଚାଳନା କରୁଛି। ବ୍ୟାଙ୍କ୍‌ ମିଶ୍ରଣ ହୁଏତ ଦେଶରୁ କିଛି ଏଟିଏମ୍‌ ସଂଖ୍ୟା କମ୍‌ କରି ଦେଇପାରେ।’ କେବଳ ସେତିକି ନୁହେଁ, ଦେଶରେ ଉନ୍ନତ ମାନର କିଛି ଏଟିଏମ୍‌ ନୂଆ କରି ପ୍ରଚଳନ କରିବା ପାଇଁ ଭାରତୀୟ ‌‌ଷ୍ଟେଟ୍‌ ବ୍ୟ‌ାଙ୍କ୍‌ ଏକ ପ୍ରସ୍ତାବ ଆଣୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe