ବିବାହ ଭୋଜିରେ ନାଚୁ ନାଚୁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ

ବିବାହ ଭୋଜିରେ ନାଚୁ ନାଚୁ ଉଡ଼ିଗଲା ଯୁବକଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଜିମରେ ବ୍ୟାୟାମ କରିବା ସମୟରେ ହେଉ ଅବା ନୃତ୍ୟ କରୁଥିବା ବେଳେ, ଖାଦ୍ୟ ଖାଉଥିବା ବେଳେ ହଠାତ ଲୋକଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ନିକଟରେ ଅନେକ ଘଟଣା ସାମ୍ନାକୁ ଆସିଛି। ଏହିକ୍ରମରେ ଏମିତି ଏକ ଘଟଣା ମହାରାଷ୍ଟ୍ରର ନାନ୍ଦେଡ ଜିଲ୍ଲାରେ ରହୁଥିବା ଜଣେ ଯୁବକଙ୍କ ତେଲେଙ୍ଗାନାରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଏହି ଘଟଣାର ଏକ ଭିଡିଓ ବି ସାମ୍ନକୁ ଆସିଛି।

ଉକ୍ତ ଯୁବକ ଜଣକ ସମ୍ପର୍କୀୟଙ୍କ ଭୋଜିରେ ଯୋଗ ଦେବା ପାଇଁ ଯାଇଥିଲେ। ଉକ୍ତ ବିବାହ ଭୋଜିରେ ଡିଜେ ବାଜୁଥିଲା। ଏହି ଡିଜେର ତାଳେତାଳେ ଉକ୍ତ ଯୁବକ ଜଣକ ଖୁବ ମଜାମସ୍ତିରେ ନାଚୁଥିଲେ। ଏହି ସମୟରେ କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ମୁହଁମାଡି ତଳେ ପଡ଼ି ଯାଇଥିଲେ। କିଛି ସମୟ ପାଇଁ ଘଟଣାସ୍ଥଳରେ ଥିବା ଲୋକମାନେ ଯୁବକ ଜଣକ ନୃତ୍ୟର କୌଣସି ଏକ ଷ୍ଟେପ କରୁଥିବା ଭାବିଥିଲେ। କିନ୍ତୁ ବହୁତ ସମୟ ଧରି ସେ ନଉଠିବାରୁ ସମ୍ପର୍କୀୟମାନେ ଉକ୍ତ ଯୁବକଙ୍କୁ ଉଠାଇବାକୁ ବହୁତ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ଜଣକଙ୍କ ଚେତା ଫେରି ନଥିଲା।। ଫଳରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭରତ୍ତି କରାଯାଇଥିଲା। ହେଲେ ଦୁଃଖର ବିଷୟ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାପରେ ହସଖୁସିରେ ଭରି ଉଠିଥିବା ବିବାହ ଉତ୍ସବରେ ହଠାତ ଶୋକରଛାୟା ଖେଳି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe