‘ତରୁଣ ଭାରତ’ର ନୂତନ ସମାଧାନ ଅସୁବିଧା ସମୟରେ ଦେଶକୁ ଅଗ୍ରଗତି କରାଇବାରେ ସହାୟକ ହେବ: ପ୍ରଧାନମନ୍ତ୍ରୀ ମୋଦୀ

Advertisment
‘ତରୁଣ ଭାରତ’ର ନୂତନ ସମାଧାନ ଅସୁବିଧା ସମୟରେ ଦେଶକୁ ଅଗ୍ରଗତି କରାଇବାରେ ସହାୟକ ହେବ: ପ୍ରଧାନମନ୍ତ୍ରୀ ମୋଦୀ

Image Courtesy of Hindustan Times

ନୂଆଦିଲ୍ଲୀ: ‘ତରୁଣ ଭାରତ’ ମେଧାର ଭଣ୍ଡାର ଏବଂ ଦେଶର ସମସ୍ୟା ନିମନ୍ତେ ନୂତନ ଏବଂ ସର୍ଜନାତ୍ମକ ସମାଧାନରେ ପରିପୂର୍ଣ୍ଣ ବୋଲି ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟିକିଏ ମାର୍ଗଦର୍ଶନ ପାଇଲେ ଶିକ୍ଷାର୍ଥୀମାନେ କୋଭିଡ୍-୧୯ ମହାମାରୀ ଓ ନୂତନ ବୈଶ୍ବିକ ପରିସ୍ଥିତି ମଧ୍ୟରେ ଭାରତକୁ ଧରି ବହୁ ଆଗକୁ ଅଗ୍ରସର ହେବା ସହ ଏହି ସ୍ବସ୍ଥ୍ୟ ସଙ୍କଟକୁ ଟାଳିପାରିବେ।

ସେ କହିଲେ, କରୋନାଭାଇରସ୍ ସମୟରେ ହାକାଥନ୍ ପରିଚାଳନା କରିବା ଥିଲା ବିରାଟ ଆହ୍ବାନ। ଭୀଷଣ ଆହ୍ବାନ ସତ୍ତ୍ବେ ହ୍ୟାକ୍‌ଥନ୍‌ ଅନୁଷ୍ଠାନ ଦେଖିବା ବିସ୍ମୟ କଥା। ଏଭଳି ପରିସ୍ଥିତିରେ ଏହି କାର୍ଯ୍ୟକ୍ରମ ସମ୍ଭବ କରାଇ ପାରିଥିବାରୁ ଅଂଶଗ୍ରହଣକାରୀ ଏବଂ ଆୟୋଜକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି।

publive-image Image Courtesy of Hindustan Times

ପ୍ରତିଯୋଗିତାର ଚୂଡ଼ାନ୍ତ ପର୍ଯ୍ୟାୟକୁ ଆସିଥିବା ଜଣେ ଅଂଶଗ୍ରହଣକାରୀଙ୍କ ବୃଷ୍ଟିପାତ ପୂର୍ବାନୁମାନ ମଡେଲ୍‌ର ପରିକଳ୍ପନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଲେ, ଉଦ୍ଭାବନ ସଫଳ ହେଲେ, ଭାରତ ଭଳି କୃଷିପ୍ରଧାନ ଦେଶର ଚାଷୀମାନଙ୍କୁ ଭାରି ସହାୟକ ହେବ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୦’ ଗ୍ରାଣ୍ଡ୍ ଫିନାଲେରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଉଥିଲେ। ଏ ବର୍ଷ ପ୍ରାୟ ୧୦୦୦୦ ଛାତ୍ରଛାତ୍ରୀ ହାକାଥନ୍‌ରେ ଅଂଶଗ୍ରହଣ କରିଛନ୍ତି। ‘ସ୍ମାର୍ଟ ଇଣ୍ଡିଆ ହାକାଥନ୍‌ ୨୦୨୦’ (ସଫ୍‌ଟୱେର୍‌) ଅଗଷ୍ଟ ୧ ରୁ ୩ ତାରିଖ ଯାଏଁ ଚାଲିବ।

ଏହା ମାନବ ସମ୍ବଳ ବିକାଶ ମନ୍ତ୍ରାଳୟର ‘ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍’ର ‘ପର୍ସିଷ୍ଟେଣ୍ଟ୍‌ ସିଷ୍ଟମ୍ସ୍‌ ଆଣ୍ଡ୍‌ ଆଇ୪ସି’ ଦ୍ବାରା ଆୟୋଜନ କରାଯାଉଛି। ପ୍ରାରମ୍ଭରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ୍ ନିଶଙ୍କ ଘୋଷଣା କରିଥିଲେ ଯେ, ବିଜେତା ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe