ସାଙ୍ଗସହିତ ବସି କଥା ହେଉଥିବା ବେଳେ ନାବାଳକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ଏସି‌; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

Advertisment
ସାଙ୍ଗସହିତ ବସି କଥା ହେଉଥିବା ବେଳେ ନାବାଳକଙ୍କ ମୁଣ୍ଡ ଉପରେ ଖସି ପଡ଼ିଥିଲା ଏସି‌; ଘଟଣାସ୍ଥଳରେ ଉଡ଼ିଗଲା ପ୍ରାଣବାୟୁ

ନୂଆଦିଲ୍ଲୀ: ଦିଲ୍ଲୀର କରୋଲ ବାଗରେ ଶନିବାର ଅଗଷ୍ଟ ୧୭ ତାରିଖ ଦିନ ଏକ ହୃଦୟବିଦାରକ ଘଟଣା ଘଟିଥିଲା। ଯାହାର ଫଟୋ ଓ ଭିଡିଓ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ ରେକର୍ଡ ହୋଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପ‌ରେ ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୃତ୍ୟୁ ଏମିତି ବି ଆସେ!’

ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ଦିଲ୍ଲୀର ଦେଶ ବନ୍ଧୁ ଗୁପ୍ତା ରୋଡ ଠାରେ ଥିବା ଡୋରିୱାଲା ଅଞ୍ଚଳସ୍ଥ ଗଳିରେ ଜିତେଶ ଓ ପ୍ରଂଶୁ ଦୁଇଜଣ ସାଙ୍ଗ ସ୍କୁଟିରେ ବସି କଥା ହେଉଥିଲେ। କଥା ହୋଇସାରି ଘରକୁ ବାହାରିବା ସମୟରେ ଦୁଇସାଙ୍ଗ ପରସ୍ପରକୁ ଆଲିଙ୍ଗନ କରିଥିଲେ।  ଏହାପରେ ଜିତେଶ ସ୍କୁଟି ଷ୍ଟାର୍ଟ କରି ଘରକୁ ବାହାରୁ ଥିବା ବେଳେ ହଠାତ ଦ୍ୱିତୀୟ ମହଲାରୁ ୱିଣ୍ଡୋ ଏସି ସିଧା ଖସି ପଡ଼ି ତାଙ୍କ ମୁଣ୍ଡରେ ପଡ଼ିଥିଲା। କେହି କିଛି ବୁଝିବ‌ା ପୂର୍ବରୁ ହିଁ ଘଟଣାସ୍ଥଳରେ ଜିତେଶଙ୍କର ମୃତ୍ୟୁ ହୋଇ ଯାଇଥିଲା।

ମୃତ ଜିତେଶ ଦିଲ୍ଲୀର ଡୋରିୱାଲାରେ ରହୁଥିବା ବେଳେ ମୃତକଙ୍କ ସାଙ୍ଗ ପ୍ରଂଶୁ ପଟେଲ ନଗରରେ ବସବାସ କରନ୍ତି। ପ୍ରଂଶୁ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe