ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଆସିଲା ଛିଙ୍କ, କେଇ ସେକେଣ୍ଡରେ ଚାଲିଗଲା ଜୀବନ

ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଆସିଲା ଛିଙ୍କ, କେଇ ସେକେଣ୍ଡରେ ଚାଲିଗଲା ଜୀବନ

india.postsen.com

ମିରଟ: ଗୋଟିଏ ଛିଙ୍କ ନେଲା ଜୀବନ। ସାଙ୍ଗମାନଙ୍କ ସହ ଯାଉଥିବା ବେଳେ ଆସିଲା ଛିଙ୍କ। ଛିଙ୍କିବା ପରେ ଟଳି ପଡ଼ିଲେ ଯୁବକ। ସାଙ୍ଗମାନେ ତାଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସିସିଟିଭିରେ ପୂରା ଘଟଣା କଏଦ ହୋଇଥିବା ବେଳେ ଏ‌ବେ ତାହା ଭାଇରାଲ ହୋଇଛି। ମିରଟରେ ଘଟିଛି ଏଭଳି ଘଟଣା।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଚାରିଜଣ ଯୁବକ ଚାଲି ଚାଲି ଆଗକୁ ଯାଉଛନ୍ତି। ସେମାନେ ନିଜ ନିଜ ଘରକୁ ଯାଉଥିଲେ ବୋଲି ଜଣାଯାଇଛି। ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଛିଙ୍କିବା ପାଇଁ ଅଟକୁଛନ୍ତି। ଯୁବକଜଣକ ଛିଙ୍କିବା ପରେ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଉଛନ୍ତି। ଏହି ସମୟରେ ତାଙ୍କର ଗୋଟିଏ ହାତ ସାଙ୍ଗର କାନ୍ଧ ଉପରେ ଥିବା ଦେଖାଯାଇଛି।

ଏହା ପରେ ସାଙ୍ଗମାନେ ସାହାଯ୍ୟ ପାଇଁ ଚିତ୍କାର କରୁଛନ୍ତି। ପାଟି ଶୁଣି ଲୋକମାନେ ନିଜ ନିଜ ଘରୁ ବାହାରକୁ ଆସୁଛନ୍ତି। ଏହା ପରେ ସ୍ଥାନୀୟ ଲୋକ ଏବଂ ପଥଚାରୀଙ୍କ ସହାୟତାରେ ଯୁବକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଉଛି। ତେବେ ଡାକ୍ତରଖାନା ନିଆଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ଜଣାପଡ଼ିଛି। ଆଶଙ୍କା କରାଯାଉଛି ଯେ ଛିଙ୍କିବା ସହିତ ହଠାତ୍ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି।

ଦୈନିକ ଭାସ୍କର ଅନୁଯାୟୀ, ମୃତ ବ୍ୟକ୍ତିଜଣଙ୍କ ୧୮ବର୍ଷୀୟ ଜୁବୈର ଥିଲେ ଏବଂ ସେ କିଡୱାଇନଗରର ଗଳି ନମ୍ବର ୩ର ବାସିନ୍ଦା ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe