ଘରପାଖ ଦୋକାନରେ ବସି ମଜା କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ

ମଧ୍ୟପ୍ରଦେଶର ରିୱାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାଙ୍ଗମାନଙ୍କ ସହିତ ଘରପାଖ ଦୋକାନରେ ବସି ମଜାମସ୍ତି କରୁଥିବା ବେଳେ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସ୍ତବ୍ଧ ଘରଲୋକ।

eZGeùeZeZ


ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରିୱାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସାଙ୍ଗମାନଙ୍କ ସହିତ ବସି ମଜାମସ୍ତି କରୁଥିବା ବେଳେ ଜଣେ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ମୃତ୍ୟୁର ସିଧାସଳଖ ଦୃଶ୍ୟ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଛି। ମୃତ ଯୁବକଙ୍କ ନାମ ପ୍ରକାଶ ସିଂହ ବୋଲି ଜଣାପଡ଼ିଛି। ଯିଏକି ସିରମୌର ଚୌରାହେରେ ବସବାସ କରୁଥିଲେ। 

ସୂଚନାଯୋଗ୍ୟ, ସିରମୌର ଚୌରାହେସ୍ଥିତ ଏକ ଦୋକାନରେ ପ୍ରକାଶ ସିଂହ ତାଙ୍କର କିଛି ସାଙ୍ଗମାନଙ୍କ ସହ ମଜାମସ୍ତି କରୁଥିଲେ। ହଠାତ କେହି କିଛି ବୁଝିବା ପୂର୍ବରୁ ପ୍ରକାଶ ଚୌକିରୁ ତଳକୁ ଖସି ପଡ଼ିଥିଲେ। ସାଙ୍ଗମାନେ ଭାବିଥିଲେ ପ୍ରକାଶ ବୋଧ ହୁଏ ଅଭିନୟ କରୁଛନ୍ତି। କିନ୍ତୁ ଶରୀରର କୌଣସି ପ୍ରତିକ୍ରିୟା ନହେବାରୁ ସାଙ୍ଗମାନେ ଘଟଣାସ୍ଥଳରୁ ପ୍ରକାଶଙ୍କୁ ଉଦ୍ଧାର ହସ୍ପିଟାଲ ନେଇଯାଇଥିଲେ। ହେଲେ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ଅକ୍ଟୋବର ୨୦ ତାରିଖରେ ଘଟିଥିବା ବେଳେ ମୃତ୍ୟୁର ସିଧାସଳଖ ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଡାକ୍ତର ପ୍ରକାଶଙ୍କ ମୃତ୍ୟୁ ହୃଦଘାତରୁ ହୋଇଥିବା ପ୍ରକାଶ କରିଥିଲେ। ପ୍ରକାଶଙ୍କୁ ଏଭଳି ଅସମୟରେ ହରାଇ ପରିବାରଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

ଅଧିକପଢ଼ନ୍ତୁ:https://sambad.in/india-and-beyond/6-al-jajeera-journalists-declared-terrorist-7352458

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe