ଆପଣଙ୍କ ଦାମ୍ଭିକତା ମାତ୍ର ୪ ଦିନ ତିଷ୍ଠିବ: ସଞ୍ଜୟ ରାଉତଙ୍କ ଘର ବାହାରେ ବ୍ୟାନର୍‌

ମହାରାଷ୍ଟ୍ର ବିଧାନସଭା ଭଙ୍ଗ ହେବାକୁ ଯାଉଛି: ପରୋକ୍ଷ ସୂଚନା ଦେଇ ଟୁଇଟ୍‌ କଲେ ସଞ୍ଜୟ ରାଉତ

ଆପଣଙ୍କ ଦାମ୍ଭିକତା ମାତ୍ର ୪ ଦିନ ତିଷ୍ଠିବ: ସଞ୍ଜୟ ରାଉତଙ୍କ ଘର ବାହାରେ ବ୍ୟାନର୍‌

Image Courtesy of India Today

ମୁମ୍ବାଇ: ଆପଣଙ୍କ ଦାମ୍ଭିକତା ମାତ୍ର ୪ ଦିନ ତିଷ୍ଠିବ, ଆମର ରାଜତ୍ବ ବଂଶାନୁକ୍ରମିକ ବୋଲି ଶିବସେନା ନେତା ସଞ୍ଜୟ ରାଉତଙ୍କ ବାସଭବନ ବାହାରେ ଲଗାଯାଇଥିବା ବ୍ୟାନର୍‌ରେ ଉଲ୍ଲେଖ ଅଛି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ, ବାଲାସାହେବ ଠାକ୍‌ରେ, ଆଦିତ୍ୟ ଠାକ୍‌ରେ, ସଞ୍ଜୟ ରାଉତ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତୃବର୍ଗଙ୍କ ଫଟୋ ଥିବା ଉକ୍ତ ବ୍ୟାନର୍‌ଟିକ ଲଗାଇଛନ୍ତି ଶିବସେନା କର୍ପୋରେଟର୍‌ ଦୀପମାଳା ବଧେ।

ସଦ୍ୟତମ ସୂଚନା ଅନୁସାରେ, ସାମ୍ବାଦିକମାନଙ୍କୁ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ହେଇ ହେଇ କ’ଣ ହେବ? ମହାରାଷ୍ଟ୍ରରୁ ଆମେ କ୍ଷମତାଚ୍ୟୁତ ହେବୁ। କ୍ଷମତା ଫେରିବ। ତେଣୁ, ଆମେ ଆମ ଆଦର୍ଶ ବଜାୟ ରଖିବୁ।

ଏହାଛଡ଼ା, ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଯୋଗୁଁ ବିଧାନସଭା ଭଙ୍ଗ ହେବାକୁ ଯାଉଛି ବୋଲି ସେ ଟୁଇଟ୍‌ କରି ପ୍ରକାରାନ୍ତରେ ସୂଚନା ଦେଇଛନ୍ତି।

publive-image Image Courtesy of ANI

ଶିବସେନା ଏକନାଥ ସିନ୍ଦେଙ୍କ ସହିତ କଥାବାର୍ତ୍ତା କରୁଛନ୍ତି ବୋଲି ସେନା ସାଂସଦ ସଞ୍ଜୟ ରାଉତ କହିବା ସହ ସାମ୍ବାଦିକମାନଙ୍କୁ କହି‌ଥିଲେ, ରାଜ୍ୟପାଳଙ୍କୁ କୋଭିଡ୍‌ ହୋଇଛି। ତେଣୁ, ଆଗକୁ କ’ଣ ହେଉଛି ଦେଖିବା। ଏକନାଥ ସିନ୍ଦେ ଜଣେ ଶିବ ସୈନିକ ଏବଂ ତାଙ୍କ ସହିତ କଥାବାର୍ତ୍ତା ଚାଲିଛି। ଆଜି ସକାଳେ ତାଙ୍କ ସହିତ କଥାବାର୍ତ୍ତା କରିଥିଲି। ସେନାରେ କୌଣସି ଅସୁବିଧା ନାହିଁ, ସେମାନେ ଆମ ସହିତ ରହିବେ। ସିନ୍ଦେ ଆମର ପୁରୁଣା ବନ୍ଧୁ। ଆମର କଥାବାର୍ତ୍ତା ଚାଲିଛି। ଆମେ ଘଣ୍ଟାଏ ଧରି ଆଲୋଚନା କରିଛି। ଏଥିରେ ଲୁଚାଛପାର କିଛି କଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe