Image Courtesy of The Indian Nation
କୋଲ୍କାତା: ସମ୍ପ୍ରତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟରତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟଙ୍କୁ ହତ୍ୟା କରାଯିବ ବୋଲି ତାଙ୍କ ପତ୍ନୀଙ୍କ ପାଖକୁ ଗତକାଲି ଆସିଥିବା ଏକ ପତ୍ରରେ ଧମକ ଦିଆଯାଇଛି।
‘କାଲ୍କାଟା ୟୁନିଭର୍ସିଟି’ର କୁଳପତି ଥିବା ତାଙ୍କ ପତ୍ନୀ ସୋନାଲୀ ଚକ୍ରବର୍ତ୍ତୀ ପାଇଥିବା ଉପରୋକ୍ତ ଧମକ-ଚିଠିରେ ଉଲ୍ଲେଖ ଅଛି: ମହାଶୟା, ଆପଣଙ୍କ ସ୍ୱାମୀଙ୍କୁ ହତ୍ୟା କରାଯିବ, କେହି ତାଙ୍କୁ ରକ୍ଷା କରିପାରିବେ ନାହିଁ।
Image Courtesy of India Todayଅକ୍ଟୋବର ୨୨ ତାରିଖରେ ଟାଇପ୍ ହୋଇଥିବା ଏହି ଚିଠି ସଂକ୍ରାନ୍ତରେ କୋଲ୍କାତା ପୁଲିସରେ ଅଭିଯୋଗ ଦାଏର ହେବା ପରେ ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ପାଇଁ ତଲାସ ଆରମ୍ଭ ହୋଇଛି।
ଜଣେ ମୌନ କର୍ମୀଭାବେ ସୁପରିଚିତ ଅଲପନ ବନ୍ଦୋପାଧ୍ୟାୟ ବିଶେଷ କଥାବାର୍ତ୍ତା କରୁଥିବା କେହି ଜାଣନ୍ତି ନାହିଁ। ମୁଖ୍ୟ ଶାସନ ସଚିବ ଥିବା ବେଳେ ପଶ୍ଚିମବଙ୍ଗ କ୍ୟାଡର୍ର ୧୯୮୭-ବ୍ୟାଚ୍ ‘ଆଇଏଏସ୍’ ଅଧିକାରୀ ଅଲପନ ବନ୍ଦୋପାଧ୍ୟାୟ ନୀତିନିୟମ ଅନୁସାରେ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲେ।
ଏ ସଂକ୍ରାନ୍ତରେ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ତଦନ୍ତ ଚାଲିଛି। ଏବେ ଏ ବିଷୟରେ ଅଧିକ ବିବୃତି ଦେବା ସମ୍ଭବ ନୁହେଁ।
Follow Us