ଦୁଇ ବିରୋଧୀ ଭାବେ ଜଣାଶୁଣା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସଂପର୍କର ଡୋରିରେ ଯୋଡ଼ିଦେଲା କ୍ରିକେଟ୍ ! ଜାଣନ୍ତୁ କେମିତି

Advertisment
ଦୁଇ ବିରୋଧୀ ଭାବେ ଜଣାଶୁଣା ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ସଂପର୍କର ଡୋରିରେ ଯୋଡ଼ିଦେଲା କ୍ରିକେଟ୍ ! ଜାଣନ୍ତୁ କେମିତି

Dawn

ଇସ୍‌ଲାମାବାଦ୍‌: ଭାରତ ପାକିସ୍ତାନ ମଧ୍ୟରେ ସଂପର୍କ ଯେତିକି ତିକ୍ତ; ସେତିକି ମଧୁର ମଧ୍ୟ! ଆଉ ଉଭୟ ଦେଶ ମଧ୍ୟରେ ସାମଞ୍ଜସ୍ୟ ହେଉଛି ଉଭୟ ଦେଶ କ୍ରିକେଟ ପାଗଳ ଦେଶ। ଏହିପରି ଏକ ଘଟଣାର ନଜିର୍‌ ଦେଖିବା ପାଇଁ ମିଳିଥିଲା ଗତ ଶନିବାର ଦିନ ପାକିସ୍ତାନରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ ଅବସରରେ। ବିଭିନ୍ନ କାରଣକୁ ନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ମଧ୍ୟରେ ରହିଥିବା ବିବାଦ ଓ ପରସ୍ପରକୁ ବିରୋଧ କାହାକୁ ଅଛପା ନୁହେଁ। ତେବେ, ଏଇ କ୍ରିକେଟ ଏଇ ଦୁଇ ନେତାଙ୍କୁ ଗତ ଶନିବାର ଦିନ ପରସ୍ପରର ନିକଟବର୍ତ୍ତୀ କରାଇ ଦେଇଥିବା ଦେଖିବାକୁ ମିଳିଥିଲା।

ଘଟଣାଟି ଥିଲା ଏହିପରି, ଗତ ଶନିବାର ଦିନ କର୍ତ୍ତାରପୁର ପରିଡରର ଉଦ୍‌ଘାଟନ ଉତ୍ସବରେ ସାମିଲ ହେବାପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯେତେବେଳେ ଯାଇ ପହଞ୍ଚିଥିଲେ ଅନ୍ତର୍ଜାତୀୟ ସୀମାର ‘ଜି‌େରା ପଏଣ୍ଟ’ରେ, ସେତେବେଳେ ସେଠାରେ ତାଙ୍କୁ ସ୍ବାଗତ କରିବା ପାଇଁ ପୂର୍ବରୁ ଯାଇ ମହଜୁଦ୍‌ ଥିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌। ପରେ ଉଭୟେ ଏକ ବସ୍‌ରେ ଅନ୍ୟମାନଙ୍କ ଗହଣରେ ସବାର ହୋଇ ବାହାରିଥିଲେ ପାକିସ୍ତାନର କର୍ତ୍ତାରପୁର ସାହିବ୍‌ ଗୁରୁଦ୍ବାରା ଅଭିମୁଖେ।

ବସ୍‌ର ପ୍ରଥମ ଲାଇନ୍‌ରେ ଲଗାଲଗି ହୋଇ ବସିଥିଲେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଓ ମୁଖ୍ୟମନ୍ତ୍ରୀ ସିଂହ। ଯାତ୍ରାକାଳରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ମନେ ପକାଇଦେଇ କହିଥିଲେ, ‘ଆପଣଙ୍କ ମଉସା ମୋ ବାପାଙ୍କ ଅଧିନାୟକତ୍ବରେ ୧୯୩୪-୩୫ ସାଲରେ ଉଭୟ ପାତିଆଲା ଓ ଭାରତୀୟ ଦଳ ପାଇଁ କ୍ରିକେଟ ଖେଳୁଥିଲେ।’ ଖାଲି ଏତିକି ନୁହେଁ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହ ଓ ଇମ୍ରାନ୍‌ ଖାନ୍‌ଙ୍କ ପରିବାର ମଧ୍ୟରେ କିପରି ସ୍ବତନ୍ତ୍ର ପାରିବାରିକ ସଂପର୍କ ରହିଛି, ତାହାର ମଧ୍ୟ ଖୁଲାସା ହୋଇଥିଲା, ଏଇ ଯାତ୍ରାକାଳରେ। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ କେହି କାହାରିକୁ ଏତେ ବ୍ୟକ୍ତିଗତ ଓ ନିବିଡ଼ ଭାବେ ଜାଣି ନଥିଲେ କି ପରସ୍ପରକୁ ଭେଟି ନଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ମନେ ପକାଇ ଦେଇ କ୍ୟାପ୍‌ଟେନ୍‌ ସିଂହ କହିଥିଲେ, ‘ତାଙ୍କ ମଉସା ଜାହାଙ୍ଗୀର ଖାନ୍‌, ମହମ୍ମଦ ନାସିର, ଲାଲା ଅମରନାଥ, ଫାଷ୍ଟ ବୋଲର ଅମର ସିଂହ ଏବଂ ବ୍ୟାଟସ୍‌ମ୍ୟାନ୍‌ ୱାଜିର ଅଲ୍ଲୀ ଓ ଅମୀର ଅଲ୍ଲୀ ପ୍ରମୁଖ ସାତ ଜଣ ଖେଳାଳି ତାଙ୍କ ବାପା ମହାରାଜା ୟାଦଭିନ୍ଦ୍ର ସିଂହଙ୍କ (ତତ୍କାଳୀନ ପାଟିଆଲାର ରାଜା) ଅଧିନାୟକତ୍ବରେ ୧୯୩୪-୩୫ ସାଲରେ ଉଭୟ ଭାରତ ଓ ପାତିଆଲା ଟିମ୍‌ ପାଇଁ କ୍ରିକେଟ ଖେଳିଥିିଲେ।’

publive-image The Tribune

କ୍ୟାପ୍‌ଟେନ୍‌ ସିଂହଙ୍କ ଠାରୁ ଏ‌େତ ସବୁ କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଥିଲେ, ‘ହଁ ହଁ ସେ ମୋ ମଉସା। ମୋ ମାଉସୀ ମୁବାରକଙ୍କୁ ବିବାହ କରିଥିଲେ ସେ। ଏଥିସହ ଆମ ସଂପର୍କ ବି ଏଣିକି କ୍ରିକେଟ ପରି ମଜବୁତ ହେବ ବୋଲି ମୁଁ ଆଶା କରୁଛି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe