ଛାତିରେ ଗୁଳି ବାଜିଥିବା ଅବସ୍ଥାରେ ଥାନାକୁ ଆସିଲେ ଯୁବକ

Advertisment
ପତ୍ନୀଙ୍କୁ ହତ୍ୟାକରି ବିଜେପି ନେତାଙ୍କ ଆତ୍ମହତ୍ୟା

The Sentinel

ଆଗ୍ରା: ଛାତିରେ ଗୁଳି ବାଜିଥିବାବେଳେ ଥାନାକୁ ଆସିଲେ ଯୁବକ | ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଥାନା କର୍ମଚାରୀ | ଉତ୍ତରପ୍ରଦେଶର ମୁଜାଫରନଗରର ତିତାବି ପୁଲିସ ଷ୍ଟେସନରେ ଆଜି କିଛି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ କିଛି ବାଇକ ଆରୋହୀ ଯୁବକଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ଆଣି ଜଣେ ଯୁବକ ଥାନାରେ ପହଂଚିଥିଲେ | ତାଙ୍କ ଛାତିରେ ଗୁଳି ବାଜିଥିବାବେଳେ ପ୍ରବଳ ରକ୍ତସ୍ରାବ ହେଉଥିଲା | ଉପସ୍ଥିତ ଥିବା ପୁଲିସ କର୍ମଚାରୀ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ତନାଘନା ଚଳାଇଛନ୍ତି ।

ଗୁଳି ବାଜିଥିବା ଯୁବକଙ୍କ କହିବା ମୁତାବକ କିଛି ବାଇକ୍ ଆରୋହୀ ଯୁବକଙ୍କୁ ଗୁଳି କରି ପଳାଇ ଯାଇଥିଲେ। ଏହା ପରେ ଯୁବକ ଜଣକ ଆହତ ଅବସ୍ଥାରେ ପୁଲିସ ଷ୍ଟେସନକୁ ଯାଇ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।

publive-image photo-aajtak

ତେବେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଯୁବକଙ୍କ ବୟାନରେ ତାଳମେଳ ରହୁନଥିବାରୁ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହେଉଛି | ଏହି ଯୁବକ କୌଣସି ଅପରାଧୀ ଗୋଷ୍ଠୀ ସହ ସମ୍ପୃକ୍ତ ଥିବାର ପୁଲିସ ସନ୍ଦେହ କରୁଛି | ତେବେ ବଡ କଥା ଯେ ଯୁବକଙ୍କ କହିବା ମୁତାବକ ଦିନ ଦ୍ଵିପ୍ରହରରେ ଗୁଳିକାଣ୍ଡ ବେଳେ କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ | ଯାହାକି ସନ୍ଦେହକୁ ଅଧିକ ଦୃଢ଼ୀଭୁତ କରିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe