ଅସାବଧାନତାରୁ ତ୍ରିରଙ୍ଗା ପତାକା ଲଗାଇବାବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

Advertisment
ଅସାବଧାନତାରୁ ତ୍ରିରଙ୍ଗା ପତାକା ଲଗାଇବାବେଳେ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଖାରଗୋନ: ସ୍ୱାଧୀନତାର ଅମୃତ ମହୋତ୍ସବ ଅବସରରେ ଏବେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଚାଲିଛି। ଆଉ ଲୋକମାନେ ନିଜ ଘରର ଛାତ ଉପରେ ତ୍ରିରଙ୍ଗା ପତାକା ଲଗାଉଛନ୍ତି | ତେବେ ମଧ୍ୟପ୍ରଦେଶର ଖାରଗୋନରେ ଜଣେ ବ୍ୟକ୍ତି ତ୍ରିରଙ୍ଗା ପତାକା ଲଗାଉଥିବାବେଳେ ସାମାନ୍ୟ ଅସାବଧାନତା ପାଇଁ ତାଙ୍କ ଜୀବନ ଚାଲିଯାଇଛି | ତ୍ରିରଙ୍ଗା ପତାକା ଲଗାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ତାଙ୍କ ଜୀବନ ଚାଲିଯାଇଛି | ମିଳିଥିବା ସୂଚନା ମୁତାବକ ମୃତକ ଜଣକ ଏକ ତେଜରାତି ଦୋକାନରେ କାମ କରୁଥିଲେ।

ମଧ୍ୟପ୍ରଦେଶର ଖାରଗୋନ ଜିଲ୍ଲାର ବଡ଼ବହାର ଅଞ୍ଚଳର ମୋହନ ବାବୁ ପଟେଲ, ଅଶୋକ ଖଣ୍ଡେଲୱାଲଙ୍କ ଦୋକାନରେ କାମ କରୁଥିଲେ। ସେ ଦୋକାନର ଦ୍ୱିତୀୟ ମହଲାର ଛାତ ଉପରେ ପତାକା ଲଗାଇବା ପାଇଁ ଯାଇଥିଲେ | ତେବେ ପତାକା ଲଗାଉଥିବା ବେଳେ ଛାତ ଦେଇ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଯାଇଥିଲେ | ପତାକା ଲଗାଇବାକୁ ଏକ ଲୁହା ରଡ ସେ ବ୍ୟବହାର କରୁଥିବାବେଳେ ଏହା ତାର ସହ ଲାଗିଯାଇଥିଲା | ଆଉ ବିଦ୍ୟୁତ ଆଘାତ ଯୋଗୁଁ ଘଟଣାସ୍ଥଳରେ ହିଁ ମୋହନ ବାବୁଙ୍କର ମୃତ୍ୟୁ ହୋଇଯାଇଥିଲା |

ଏହି ଘଟଣା ବାବଦରେ ଜଣାପଡିବା ପରେ ବହୁ ଲୋକ ଏକତ୍ରିତ ହୋଇଥିଲେ। ଖବର ପାଇବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଜବତ କରି ଶବ ବ୍ୟବଛେଦ କରିବାକୁ ପଠାଇଦେଇଛି | ତେବେ ବର୍ତ୍ତମାନ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe