Times Now
ମୁମ୍ବାଇ: ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରୁଥିବା ବେଳେ ସୋମବାର ମୁମ୍ବାଇରେ ଜଣେ ୨୦ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଷ୍ଟଣ୍ଟ କରୁଥିବା ସମୟରେ ବ୍ରିଜର ଏକ ଖୁଣ୍ଟରେ ମାଡ଼ ହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ସେ ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଥିବା ବେଳେ ତାଙ୍କ ମୃତ୍ୟୁର ସଂପୂର୍ଣ୍ଣ ଦୃଶ୍ୟ ଭିଡିଓରେ କଏଦ ହୋଇଛି। ଘଟଣା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭାଇରାଲ ଭିଡିଓରେ ଦେଖାଯାଇଛି କି, ଯୁବକଙ୍କର ଜଣେ ବନ୍ଧୁୁ ଟ୍ରେନ ଭିତରେ ବସି ଫୋନରେ ଭିଡିଓ ରେକର୍ଡ କରୁଛନ୍ତି। ବାହାରେ ଯୁବକଜଣଙ୍କ ଚଳନ୍ତା ଟ୍ରେନରେ ଓହଳି ଭିତରେ ବସିଥିବା ନିଜ ବନ୍ଧୁଙ୍କୁ ଭଲ ଭାବରେ ଭିଡିଓ ଉତ୍ତୋଳନ କରିବାକୁ କହୁଛନ୍ତି। କିଛି ବାଟ ଯିବା ପରେ ଏକ ବ୍ରିଜ ଆସୁଛି। ଯେଉଁ ବ୍ରିଜରେ ଲାଗିଥିବା ଖୁଣ୍ଟରେ ଯୁବକଜଣଙ୍କ ପିଟି ହୋଇ ଟ୍ରେନ ଭିତରକୁ ପଡ଼ି ଯାଉଛନ୍ତି। ତେବେ ବ୍ରିଜ୍ ଆସୁଥିବା ଦେଖି ଯୁବକଜଣଙ୍କ ଭିତରକୁ ଆସିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ସଂପୂର୍ଣ୍ଣ ଭାବେ ଭିତରକୁ ଆସି ପାରି ନଥିଲେ। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଇଛି। ଘଟଣା ପରେ ତାଙ୍କୁ ମୁମ୍ବ୍ରାରେ ଥିବା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାଟି କୟାନ ରେଳଷ୍ଟେସନ ପାଖରେ ଘଟିଥିବା ସାମ୍ନାକୁ ଆସିଛି।
ପୂର୍ବରୁ ଚଳନ୍ତା ଟ୍ରେନରେ କୌଣସି ପ୍ରକାରର ଷ୍ଟଣ୍ଟ ନ କରିବା ପାଇଁ ପୁଲିସ ତାଗିଦ୍ କରିଥିଲେ ମଧ୍ୟ ବାରମ୍ବାର ଏଭଳି ଘଟଣା ସାମ୍ନାକୁ ଆସୁଛି।
Follow Us