ଟିକଟକ ନିଶାରେ ଗଲା ଜୀବନ : ଟିକଟକ ଭିଡିଓ ତିଆରି କରୁ କରୁ ପ୍ରାଣ ହରାଇଲେ ଯୁବକ

ଟିକଟକ ନିଶାରେ ଗଲା ଜୀବନ : ଟିକଟକ ଭିଡିଓ ତିଆରି କରୁ କରୁ ପ୍ରାଣ ହରାଇଲେ ଯୁବକ

କର୍ଣ୍ଣାଟକ : ସବୁ ସୀମା ସରହଦ ଡେଇଁଗଲେ ଯୁବପିଢି। ଲୋକପ୍ରିୟ ଓ ଚର୍ଚ୍ଚିତ ହେବା ନିଶାରେ ନିଜ ଜୀବନକୁ ବି ବାଜିରେ ଲଗାଇବାକୁ ପଛାଉ ନାହାନ୍ତି ଯୁବଗୋଷ୍ଠୀ। ସୋସିଆଲ ମିଡିଆରେ ସେନସେସନ ପାଲଟିବା ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଆଉ ଏତିକି ବେଳେ ରାତାରାତି ଷ୍ଟାର ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ଟିକଟକକୁ ମୁଖ୍ୟ ମାଧ୍ୟମ ବାଛି ନେଇଛନ୍ତି ଯୁବଗୋଷ୍ଠୀ। ତେବେ ଟିକଟକ ପାଇଁ ପାଗଳ ହେଉଥିବା, ଦିନ ରାତି ଏକ କରିଦେଇ ମୋବାଇଲରୁ ମୁହଁ ବାହାର କରୁନଥିବା ଯୁବକ ଯୁବତୀଙ୍କ ପାଇଁ କର୍ଣ୍ଣାଟକରୁ ଆସିଛି ଏକ ଚମକାଇ ଦେଲା ଭଳିଆ ଖବର।ଟିକଟକ ନିଶାରେ ଜଣଙ୍କ ଜୀବନ ଯାଇଛି।

ତେବେ କର୍ଣ୍ଣାଟକ ତୁମକୁରୁ ଜିଲ୍ଲାର ଜଣେ ଯୁବକ ଟିକଟକ କରୁକରୁ ପ୍ରାଣ ହରାଇଛନ୍ତି। ୨୨ ବର୍ଷିୟ ଯୁବକ କୁମାର ନିଜ ସାଙ୍ଗମାନଙ୍କ ସହ କଥା ହେଉଥିବା ବେଳେ ଟିକଟକ କରିବାକୁ ମନସ୍ଥ କରିଥିଲେ। ଆଉ ତାପରେ ୨ ସାଙ୍ଗଙ୍କ ମଧ୍ୟରୁ ଜଣଙ୍କୁ ଭିଡିଓ ତିଆରି କରିବାକୁ କହି ଆଉ ଜଣଙ୍କୁ ଷ୍ଟଣ୍ଟରେ ସାହାଯ୍ୟ କରିବାକୁ କହିଥିଲେ। ଭିଡିଓଟି ସ୍ଲୋ ମାସନ ଥିବାରୁ କୁମାର କିଛି ଦୂରରୁ ଦୌଡି ଦୌଡି ଆସି ନିଜ ସାଙ୍ଗଙ୍କ ହାତରେ ଗୋଡ ଦେଇ ପଛୁଆ ଓଲଟୁଥିଲେ। ମାତ୍ର କୁମାରଙ୍କୁ ଭାଗ୍ୟ ସାଥ୍ ଦେଇନଥିଲା। ଡେଇଁବାରେ ସମୟ ଖାପନଖାଇବାକୁ ତଳେ ମୁହଁମାଡି ପଡିଥିଲେ କୁମାର।

https://twitter.com/Karthik_K_94/status/1140901592092180480

ପଛୁଆ ଓଲଟିବା ଫଳରେ କୁମାରଙ୍କ ବେକରେ ଜୋର ଆଘାତ ଲାଗିଥିଲା। କହିବାକୁ ଗଲେ ତାଙ୍କ ବେକ ମୋଡିହୋଇ ଯାଇଥିଲା। ଦୁର୍ଘଟଣା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଜୁନ ୧୮ରୁ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ କୁମାର। ନିଜ ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡିଛନ୍ତି ପୂରା ପରିବାର। ସବୁଠାରୁ ବଡ କଥା ହେଉଛି କୁମାରଙ୍କ ପାଖରେ କୌଣସି ମୋବାଇଲ ନଥିଲା ସାଙ୍ଗ ମୋବାଇଲରେ ଭିଡିଓ ସୁଟିଂ କରି, ଏଭଳି ଏକ ବିପଦଜନକ ଷ୍ଟଣ୍ଟ କରି ନିଜ ଜୀବନକୁ ବାଜିରେ ଲଗାଇ ହାରି ଯାଇଛନ୍ତି କୁମାର।

କୁମାରଙ୍କ ଏ କାହାଣୀ ଶୁଣିଲା ପରେ ହୁଏତ ପାଗଳ ଭଳି ଟିକଟକ ଭିଡିଓ ବନାଉଥିବା ଯୁବକ ଯୁବତୀମାନେ ଚେତିବେ ନିଶ୍ଚୟ। ହିରୋ, ହିରୋଇନ ହେବାର ସ୍ୱପ୍ନ ପୂରଣ ପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପୂର୍ବରୁ ନିଜ ପରିବାର କଥା ମନେପକାଇବେ ନିଶ୍ଚିତ। ଆଉ ସମୟ ନଷ୍ଟ କରି ଅହରହ ମୋବାଇଲରୁ ମୁହଁ ହଟାଉ ନଥିବା ଯୁବଗୋଷ୍ଠୀ ସଚେତନ ହେବେ ବୋଲି ଆମର ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe