ରିଲ୍ ନିଶା ହେଲା କାଳ, ଗାଡ଼ିଆରେ ବୁଡ଼ି ଚାଲିଗଲା ଜୀବନ

Advertisment
New Project (15)

ଭଣ୍ଡାରା: ବଞ୍ଚାଅ...ମୋତେ ବଞ୍ଚାଅ... କିଛି ଏଭଳି କହି ଚିତ୍କାର କରୁଥିବା ବାଳକ। ରିଲ୍ସ ପାଇଁ ଏଭଳି ଅଭିନୟ କରୁଛି ବୋଲି ଭାବି ନେଇଥିଲା ସାଙ୍ଗ। ବଞ୍ଚାଇବା ପରିବର୍ତ୍ତେ ରେକର୍ଡ କରିଚାଲିଥିଲା ଭିଡିଓ। ଯେତେବେଳେ ସାଙ୍ଗ ସତରେ ବୁଡ଼ିଯାଉଛି ବୋଲି ଜାଣିଲା, ସେତବେଳକୁ ଆଉ କିଛି ବାକି ନଥିଲା। ଏହି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ। ମୃତକଙ୍କ ନାମ ହେଲା ତୀର୍ଥରାଜ ବରସାଗଡେ(୧୭)।

ସୂଚନା ମୁତାବକ, ତୀର୍ଥରାଜ ଗଭୀର ଗାଡ଼ିଆରେ ପହଁରିବା ସମୟରେ ଏକ ରିଲ୍ ସୁଟ୍ କରିବାକୁ ଯୋଜନା କରିଥିଲେ। ପାଣିରେ ପ୍ରବେଶ କରିବା ପୂର୍ବରୁ, ସେ ତାଙ୍କ ବନ୍ଧୁଙ୍କୁ ମୋବାଇଲ୍ ଫୋନ୍ ଦେଇଥିଲେ ଓ ଅନ୍ୟ ପାର୍ଶ୍ୱରୁ ଭିଡିଓ ସୁଟ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗଭୀର କେତେ ନଜାଣି ଗାଡ଼ିଆ ଭିତରକୁ ଡେଇଁପଡ଼ିବା ପରେ ତୀର୍ଥରାଜ ବୁଡ଼ିବାକୁ ଲାଗିଥିଲେ। ସେ ଭାସିବା ପାଇଁ ସଂଘର୍ଷ କରିଥିଲେ ବି ତାହା ହୋଇନଥିଲା। ତଳକୁ ମୁଣ୍ଡ ବୁଡ଼ିଯାଉଥିବାରୁ ସେ ନିଜ ବନ୍ଧୁଙ୍କୁ ସାହାଯ୍ୟ ମାଗିଥିଲେ। ହେଲେ ରିଲ୍ ପାଇଁ ସେ ଏଭଳି ଅଭିନୟ କରୁଥିବା ଭାବି ନେଇଥିଲେ ତୀର୍ଥରାଜଙ୍କ ସାଙ୍ଗ। ଯେତେବେଳେ ତୀର୍ଥରା ସତରେ ବୁଡ଼ିଯାଉଛି ବୋଲି ତାଙ୍କ ସାଙ୍ଗ ଅନୁଭବ କରିଥିଲେ, ସେତବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe