ବନ୍ଧୁତା ଭାଙ୍ଗିବାରୁ ରାଗରେ ସାଙ୍ଗର ଗଳା କାଟି ଆତ୍ମହତ୍ୟା କଲେ ଯୁବକ, ହେଲେ...

Advertisment
ବନ୍ଧୁତା ଭାଙ୍ଗିବାରୁ ରାଗରେ ସାଙ୍ଗର ଗଳା କାଟି ଆତ୍ମହତ୍ୟା କଲେ ଯୁବକ, ହେଲେ...

ନୂଆଦିଲ୍ଲୀ: କେରଳର କୋଚିରେ ଜଣେ ଯୁବକ ନିଜ ବନ୍ଧୁଙ୍କୁ ଛୁରିରେ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିଛି। ଏହି ଘଟଣା କୋଚିର କଲୁରରେ ଘଟିଥିବା ବେଳେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ୨୪ ବର୍ଷ ବୟସ୍କ ଇଞ୍ଜିନିୟରିଂ ଛାତ୍ରଙ୍କ ଆତ୍ମହତ୍ୟା କରିବା ଖବର ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ଆତ୍ମହତ୍ୟା ପୂର୍ବରୁ ଯୁବକ ନିଜ ସାଙ୍ଗକୁ ଆକ୍ରମଣ କରିବା ଖବର ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସୂଚନା ମୁତାବକ, ଆତ୍ମହତ୍ୟା କରିଥିବା କ୍ରିଷ୍ଟୋଫର ଡି’କ୍ରୁଜ କୋଚିର ଥୋପମ୍ପଡିର ନିବାସୀ ଥିଲେ। କ୍ରିଷ୍ଟୋଫର ଏବଂ ସଚିନ ପରସ୍ପରର ଭଲ ବନ୍ଧୁ ଥିଲେ। ହେଲେ ଝଗଡ଼ା ହେବା ପରେ ଦୁହେଁ କଥା ହେବା ବନ୍ଦ କରିଥିଲେ। ବନ୍ଧୁତା ଭାଙ୍ଗିବା ପରେ କ୍ରିଷ୍ଟୋଫର ଡି’କ୍ରୁଜ ସଚିନଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ଏବଂ ସେମାନଙ୍କ ମଧ୍ୟରେ ହୋଇଥିବା ସମସ୍ୟାର ସମାଧାନ ପାଇଁ ସଚିନଙ୍କୁ ଏକ ମେସେଜ ପଠାଇଥିଲେ। ଏହା ପରେ ଦୁହେଁ କୋଚିରେ ଭେଟିଥିଲେ। ଖବର ଅନୁଯାୟୀ କ୍ରିଷ୍ଟୋଫର ସଚିନଙ୍କୁ ବନ୍ଧୁତା ଜାରି ରଖିବାକୁ ଅନୁରୋଧ କରିଥିଲେ। ହେଲେ ସଚିନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ରାଗରେ ବ୍ୟାଗରୁ ଲଙ୍କା ଗୁଣ୍ଡ ବାହାର କରି କ୍ରିଷ୍ଟୋଫର ସଚିନଙ୍କ ମୁହଁଙ୍କୁ ଫିଙ୍ଗିବା ସହ ତାଙ୍କ ଗଳା କାଟି ଦେଇଥିଲେ। ଏହା ପରେ ସେ ନିଜ ନିଜର ଗଳା ଏବଂ ହାତ କାଟି ଆତ୍ମହତ୍ୟା କରିଥିଲେ। ତେବେ କ୍ରିଷ୍ଟୋଫରଙ୍କ ମୃତ୍ୟୁ ହୋଇଥିବା ବେଳେ ସଚିନଙ୍କ ଜୀବନ ବଞ୍ଚିଯାଇଛି। ତାଙ୍କର ଏବେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe