ବୀଡ(ମହାରାଷ୍ଟ୍ର): ମହାରାଷ୍ଟ୍ରର ବୀଡ ଜିଲ୍ଲାର ଜିଓରାଇ ତହସିଲରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଯେଉଁଠାରେ ଆଖୁ ଅମଳକାରୀ ମେସିନରେ ଫସି ଯାଇ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ନିଲେଶ ଗଣେଶ ବହିର ହୋଇଥିବା ବେଳେ ସେ ଗଙ୍ଗାୱାଡି ଗାଁର ବାସିନ୍ଦା ଥିଲେ। ସ୍ଥାନୀୟ ଚାଷୀଙ୍କୁ ଆଖୁ ଅମଳ କରିବାରେ ସାହାଯ୍ୟ କରୁଥିବା ବେଳେ ହଠାତ ଏହି ଦୁର୍ଘଟଣା ଘଟିଥିଲା।
ଆହୁରି ପଢନ୍ତୁ: ୨ୟ T-20 : କ୍ବିଣ୍ଟନ ଡି’ କକ ଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ଆଗରେ ୨୧୪ ରନ ଟାର୍ଗେଟ୍ ରଖିଲା ଦକ୍ଷିଣ ଆଫ୍ରିକା
ପୋଲିସର ସୂଚନା ଅନୁଯାୟୀ, କ୍ଷେତରେ ଆଖୁ ଅମଳ ଚାଲିଥିବା ସମୟରେ ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ଦୁର୍ଘଟଣା ଘଟିଥିଲା। ନିଲେଶ ମେସିନ୍ ପାଖରେ କାମ କରୁଥିବା ସମୟରେ ହଠାତ ମେସିନର ଇଞ୍ଜିନ୍ ସେକ୍ସନ୍ ତଳେ ପଡ଼ିଯାଇଥିଲେ। ମେସିନ୍ ଚାଲୁଥିବାରୁ ସେ ମେସିନ ତଳେ ଚାପି ହୋଇଯାଇଥିଲେ ଫଳରେ ଘଟଣା ସ୍ଥଳରେ ତାଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ, ଜିଓରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାକୁ ଯାଞ୍ଚ କରିଥିଲେ।ପୋଲିସର ପ୍ରାଥମିକ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡିଛି। ପୋଲିସ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି। ଅଧିକାରୀମାନେ କହିଛନ୍ତି ଯେ, ଫସଲ ଅମଳ କରିବା ସମୟରେ ସଚେତନତାର ଅଭାବରୁ ଗ୍ରାମାଞ୍ଚଳରେ ଏପରି ଦୁର୍ଘଟଣା ଘଟିଥିବାର ଦେଖିବାକୁ ମିଳିଥାଏ।
ଆହୁରି ପଢନ୍ତୁ:Odisha Tourism: ହୀରାକୁଦ-ସାତକୋଶିଆ ଅଞ୍ଚଳର ବିକାଶ ପାଇଁ ୧୯୯ କୋଟିରୁ ଅଧିକ ଟଙ୍କା ମଞ୍ଜୁର
ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ଏତେ ଜଲଦି ଘଟିଥିଲା ଯେ କେହି ନିଲେଶଙ୍କୁ ବଞ୍ଚାଇବାର ସୁଯୋଗ ପାଇଲେ ନାହିଁ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ନିଲେଶଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ମାତ୍ରେ ଗଙ୍ଗାୱାଡିରେ ଶୋକର ଛାୟା ଖେଳିଯାଇଛି। ହଠାତ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପରିବାରକୁ ଗଭୀର ଆଘାତ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/19/dead-2025-10-19-19-37-58.jpg)