india Vs South Africa : ନ୍ୟୁ ଚଣ୍ଡିଗଡ଼ର ମହାରାଜା ଯାଦବିନ୍ଦ୍ର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଖେଳାଯାଉଥିବା ୨ୟ T-20ରେ ୨୧୩ ରନର ବିଶାଳ ସ୍କୋର ଛିଡ଼ା କରିଛି ଦକ୍ଷିଣ ଆଫ୍ରିକା । ଏହା ଫଳରେ ଭାରତ ଆଗରେ ୨୧୪ ରନର ଲକ୍ଷ୍ୟ ରହିଛି ।
ଆହୁରି ପଢନ୍ତୁ : White Monkey: ଘଞ୍ଚ ଜଙ୍ଗଲରେ ଦେଖିବାକୁ ମିଳିଲା ବିରଳ ଧଳା ମାଙ୍କଡ଼
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଦକ୍ଷିଣ ଆଫ୍ରିକାର ଓପନର ରେଜା ହେଣ୍ଡରିକ୍ସ ମାତ୍ର ୮ ରନ କରି ଆଉଟ ହୋଇଥିବାବେଳେ ଅନ୍ୟତମ ଓପନର କ୍ବିଣ୍ଟନ ଡି’ କକ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରି ମାତ୍ର ୪୬ଟି ବଲରେ ୯୦ ରନ କରିଥିଲେ । ସେ ଆଇଡେନ ମାର୍କରାମଙ୍କ ସହ ମିଶି ଏକ ଉପଯୋଗୀ ପାର୍ଟନରସିପ କରିଥିଲେ । ମାର୍କରାମ ୨୯ ରନ କରିଥିଲେ । ଡୋନୋଭନ ଫରେରା ୩୦ ରନ କରିଥିବାବେଳେ ଡେଭିଡ ମିଲର ୨୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୩ ରନ କରିଥିଲା । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତି ୨ଟି ଓ ଅକ୍ଷର ପଟେଲ ଗୋଟିଏ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Goa Club Owner Bail: ଗୋଆ କ୍ଲବ ମାଲିକଙ୍କୁ ଝଟକା: ନାମଞ୍ଜୁର ହେଲା ଆଗୁଆ ଜାମିନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/11/dcock-2025-12-11-21-04-40.jpg)