ରୁଟି ପାଇଁ ଯୁବକଙ୍କୁ ପିଟିପିଟି ହତ୍ୟା

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ବରେଲି (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବରେଲିରେ ଥିବା କ୍ୟାଣ୍ଟ ଥାନା ଅଞ୍ଚଳରେ ରୁଟି ବିବାଦରେ ଜଣେ ୩୦ ବର୍ଷ ବୟସ୍କ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଛି। ରବିବାର ସହରର ଚାନହାଟା ଅଞ୍ଚଳରେ ଏହି ଘଟଣା ଘଟିଛି। ଏକ ରେଷ୍ଟୁରାଣ୍ଟ ମାଲିକ ତାଙ୍କ କର୍ମଚାରୀଙ୍କ ସହ ଯୁବକ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଠେଙ୍ଗାରେ ପିଟି ଗୁରୁତର ଆହତ କରି ଡାକ୍ତରଖାନା ପଠାଇଥିଲେ। ଏହି ମାମଲା ଦୁଇଟି ସମ୍ପ୍ରଦାୟ ମଧ୍ୟରେ ହୋଇଥିବାରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।

ଘଟଣାରୁ ଜଣାପଡ଼ିଛି, ରବିବାର ଜନ୍ମଦିନ ଭୋଜି ପାଇଁ ସନ୍ନି ନାମକ ଜନୈକ ଯୁବକ ରେଷ୍ଟୁରାଣ୍ଟରେ ୧୫୦ ରୁଟିର ଅର୍ଡର ଦେଇଥିଲେ। ଆଗୁଆ ପେମେଣ୍ଟ ମଧ୍ୟ କରିଥିଲେ। ହେଲେ ରେଷ୍ଟୁରାଣ୍ଟ ମାଲିକ ମାତ୍ର ୪୦ଟି ରୁଟି ପଠାଇଲେ। ସନ୍ନି ତାଙ୍କ ସମ୍ପର୍କୀୟ ଭାଇ ସହ ରେଷ୍ଟୁରାଣ୍ଟକୁ ଯାଇ ମାଲିକଙ୍କୁ ପଚାରିଥିଲେ। ୧୫୦ ରୁଟିର ଅର୍ଡର ସହ ପେମେଣ୍ଟ ହୋଇଥିଲା। ୪୦ଟି ରୁଟି କାହିଁକି ପଠାଇଲେ? ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତା’ପରେ ରେଷ୍ଟୁରାଣ୍ଟ ମାଲି ଜିଶାନ ରାଗିଯାଇ ଦୁଇ କର୍ମଚାରୀଙ୍କ ସହ ବାଡ଼ିରେ ସନ୍ନିଙ୍କୁ ପିଟିପିଟି ଗୁରୁତର ଆହତ କରି ଦେଇଥିଲେ। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବାବେଳେ ରାତିରେ ସନ୍ନିଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସମ୍ପର୍କୀୟ ଭାଇ ଚିକିତ୍ସିତ ହେଉଛନ୍ତି। ଏହି ମାମଲାରେ ପୁଲିସ ଜିଶାନଙ୍କ ଦୁଇ ସମ୍ପର୍କୀୟ ତଥା ଜଣେ କର୍ମଚାରୀଙ୍କୁ ଗିରଫ କରିଥିବାବେଳେ ଫେରାର ଜିଶାନକୁ ଧରିବା ପାଇଁ ଚଢ଼ଉ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe