Youth stands as idol for nine days of Navratri, video goes viral
ପାଟନା: ଦେଶରେ ଶାରଦୀୟ ନବରାତ୍ରି ଚାଲିଛି। ଗରବା ଠାରୁ ଆରମ୍ଭ କରି ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ସବୁକିଛିର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସମ୍ପ୍ରତି ଦୁର୍ଗାପୂଜା ସହିତ ଜଡିତ ବିହାରର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଯୁବକଙ୍କୁ ଦେବୀ ଦୁର୍ଗାଙ୍କ ପ୍ରତିମା ଭାବରେ ଠିଆ ହୋଇଥିବା ଦେଖାଯାଉଛି। ଯୁବକମାନେ ନଅ ଦିନ ପର୍ଯ୍ୟନ୍ତ ପ୍ରତିମା ଭାବରେ ଠିଆ ହେବେ।
ସେମାନଙ୍କ ମଧ୍ୟରୁ ଜଣେ ଦେବୀ ଦୁର୍ଗାଙ୍କ ବେଶରେ ସଜ୍ଜିତ ହୋଇଛନ୍ତି ଏବଂ ଅନ୍ୟ ଜଣେ ମହିଷାସୁର ବେଶରେ ସଜ୍ଜିତ ହୋଇ ନଅ ଦିନ ଠିଆ ହେବେ।
ଏହି ଭାଇରାଲ ଭିଡିଓରେ, କିଛି ଗାଁର ଯୁବକଙ୍କୁ ଖୋଲା ସ୍ଥାନରେ ବିନା ମଣ୍ଡପରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି। ସେମାନେ ଦେବୀଙ୍କ ମୂର୍ତ୍ତି ଭାବରେ ସଜ୍ଜିତ ହୋଇଛନ୍ତି। ସେମାନଙ୍କର ଶରୀରରେ ମାଟି ଲାଗଛି। ଜଣେ ଯୁବକ ଦେବୀଙ୍କ ପରି ସଜ୍ଜିତ ହୋଇଛନ୍ତି। ଅନ୍ୟ ଜଣେ ତାଙ୍କ ବାହନ ସିଂହ ଭାବରେ ସଜ୍ଜିତ ହୋଇଛି। ଅନ୍ୟ ଜଣେ ରାକ୍ଷସ ମହିଷାସୁର ଭାବରେ ସଜ୍ଜିତ ହୋଇଥିବାବେଳେ ଅନ୍ୟମାନେ ଦେବୀ ଦୁର୍ଗାଙ୍କ ଭକ୍ତ ଏବଂ ପୁରୋହିତ ଭାବରେ ସଜ୍ଜିତ ହୋଇ ଠିଆ ହୋଇ ରହିଛନ୍ତି।
ଭିଡିଓରେ, ଜଣେ ବ୍ୟକ୍ତି ପୁଅମାନଙ୍କର ସୁନ୍ଦର କଳାକୃତି ବର୍ଣ୍ଣନା କରୁଛନ୍ତି। ଏହି ସମୟରେ, ସେ ମହିଷାସୁର ରାକ୍ଷସ ପାଖକୁ ଯାଇ ତାଙ୍କୁ ପଚାରୁଛନ୍ତି, ତୁମେ କେଉଁ ପୋଷାକ ପିନ୍ଧିଛ? ଯୁବକ ଜଣକ ଉତ୍ତର ହେଉଛନ୍ତି, "ମୁଁ ମହିଷାସୁର।"। ତା'ପରେ ସେ ପଚାରୁଛନ୍ତି, "ତୁମେ କେତେ ଦିନ ଏପରି ରହିବ?" ଯୁବକ ଉତ୍ତର ଦେଉଛନ୍ତି, "ମୋତେ ନବରାତ୍ରି ଉତ୍ସବ ପାଇଁ ନଅ ଦିନ ଏପରି ରହିବାକୁ ପଡିବ।"
ଏହି ଭାଇରାଲ ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ @adityaseries01 ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଛି। ଏହାକୁ ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି ଏବଂ ହଜାର ହଜାର ଲୋକ ଲାଇକ୍ କରିଛନ୍ତି। ଭିଡିଓର କ୍ୟାପସନରେ ଲେଖା ଅଛି, "ନବରାତ୍ରି ସମୟରେ ବିହାରର ଯୁବକମାନଙ୍କ ଦ୍ୱାରା ସୁନ୍ଦର କଳାକୃତି।"
ଭିଡିଓଟି ବହୁ ସଂଖ୍ୟକ କମେଣ୍ଟ ମଧ୍ୟ ପାଇଛି। ଅନେକ ଲୋକ ଭିଡିଓକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ଜଣେ ୟୁଜର ପଚାରିଛନ୍ତି, "ଏହା ପ୍ରକୃତରେ ଘଟୁଛି କି ଯୁବକମାନେ କେବଳ ଭିଡିଓ ତିଆରି କରିବା ପାଇଁ ମୂର୍ତ୍ତି ପରି ଠିଆ ହୋଇଛନ୍ତି?" ଆଉ ଜଣେ ପଚାରିଛନ୍ତି, "ଏହି ଲୋକମାନେ କିପରି ଖାଆନ୍ତି, ପିଅନ୍ତି ଏବଂ ଶୌଚାଳୟ ବ୍ୟବହାର କରନ୍ତି?" ତୃତୀୟ ଜଣ ପଚାରିଛନ୍ତି, "ସିଂହ ପୋଷାକ ପିନ୍ଧିଥିବା ଏହି ପୁଅଟି କ'ଣ ଖାଏ?"
Follow Us