heart attack while skydiving Photograph: (Sambad.in)
ସିଡ୍ନୀ: ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଏକ ହୃଦୟବିଦାରକ ଘଟଣା ଦେଖାଯାଇଛି, ଯାହା ୟୁଜରଙ୍କୁ ଦୁଃଖୀ କରିଛି। ଏହି ଭିଡିଓରେ ଜଣେ ସ୍କାଏଡାଇଭରଙ୍କୁ ସ୍କାଏଡାଇଭିଂ କରିବା ସମୟରେ ହୃଦ୍ଘାତ ହେଉଥିବା ଦେଖାଯାଉଛି।
ଭିଡିଓରେ, ସ୍କାଏଡାଇଭର ଜଣକ ଭାରସାମ୍ୟ ହରାଇ ଅଚେତ ଅବସ୍ଥାରେ ଅନିୟନ୍ତ୍ରିତ ଭାବରେ ରହିଥିବା ଦେଖାଯାଉଛି। ତଥାପି, ଏହି ସ୍କାଏଡାଇଭରଙ୍କ ସାଥୀ ଏବଂ ପ୍ରଶିକ୍ଷକ ତୁରନ୍ତ ତାଙ୍କ ସହାୟତା ପାଇଁ ଆଗେଇ ଆସିଥିଲେ।
ଅଧିକ ପଢ଼ନ୍ତୁ: ଦିଲ୍ଲୀ ବିଜୟ ସହିତ ୨୧ ରାଜ୍ୟରେ ଏନଡିଏ ସରକାର, ଦେଶର ରାଜନୈତିକ ମାନଚିତ୍ର ଦେଖନ୍ତୁ...
ଏହାର କିଛି ସମୟ ପରେ ତାଙ୍କ ପ୍ରଶିକ୍ଷକ ସେଲଡନ୍ ମ୍ୟାକଫାରଲେନ୍ ତାଙ୍କୁ ବଞ୍ଚାଇବା ପାଇଁ ଡେଇଁ ପଡ଼ିଥିଲେ। ମ୍ୟାକଫାରଲେନ୍ ପ୍ରାୟ ୪,୦୦୦ଫୁଟ ଉଚ୍ଚତାରେ ଜୋନ୍ସକୁ ଧରିଥିଲେ ଏବଂ ରିପ୍ କର୍ଡକୁ ଟାଣିଥିଲେ। ମ୍ୟାକଫାରଲେନଙ୍କ ଅନେକ ଚେଷ୍ଟା ପରେ, ଜୋନ୍ସ ଚେତା ଫେରି ପାଇଥିଲେ। ଏହା ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସମ୍ପୂର୍ଣ୍ଣ ଘଟଣାଟି ପ୍ରଶିକ୍ଷକ ସେଲଡନ୍ ମ୍ୟାକଫାରଲେନଙ୍କ ହେଲମେଟରେ ଥିବା କ୍ୟାମେରା ସାହାଯ୍ୟରେ କଏଦ ହୋଇଥିଲା।
ଅଧିକ ପଢ଼ନ୍ତୁ: ବାଂଲାଦେଶରେ 'ଅପରେସନ୍ ଡେଭିଲ୍ ହଣ୍ଟ' ଆରମ୍ଭ
ଏହି ଘଟଣା ବିଷୟରେ ମ୍ୟାକଫାରଲେନ କହିଛନ୍ତି ଯେ, ମୁଁ କେବେ ଚିନ୍ତିତ ହୋଇ ନଥିଲି ସେ ପାରାଚୁଟ୍ ବିନା ତଳେ ପଡ଼ିଯିବେ। କିନ୍ତୁ ଆମର ପରିସ୍ଥିତିକୁ ଦୃଷ୍ଟିରେ ରଖି, ମୁଁ ଶୀଘ୍ର ତଳକୁ ଆଣିବାକୁ ଚାହୁଁଥିଲି। ମୁଁ ମୋର ଦ୍ୱିତୀୟ ପ୍ରୟାସରେ ତାଙ୍କୁ ଧରିବାରେ ସଫଳ ହୋଇଥିଲି। ଏହା ମୁଁ ତାଙ୍କର ପାରାଚୁଟ୍ ଖୋଲିଦେଇଥିଲି।
Follow Us