ଜନ୍ମଦିନ ପାଳନ ଲାଗି ପ୍ରଶଂସକମାନଙ୍କୁ ନଇଡ଼ା ମେଟ୍ରୋ ଷ୍ଟେସନ୍‌କୁ ଡାକିଥିବା ‘ୟୁଟ୍ୟୁବର୍‌’ ଗୌରବ ତନେଜା ଗିରଫ

Advertisment
ଜନ୍ମଦିନ ପାଳନ ଲାଗି ପ୍ରଶଂସକମାନଙ୍କୁ ନଇଡ଼ା ମେଟ୍ରୋ ଷ୍ଟେସନ୍‌କୁ ଡାକିଥିବା ‘ୟୁଟ୍ୟୁବର୍‌’ ଗୌରବ ତନେଜା ଗିରଫ

Image Courtesy of News Fire Today

ନୂଆଦିଲ୍ଲୀ: ଜନ୍ମଦିନ ପାଳନ କରିବା ଲାଗି ନଇଡ଼ାର ସେକ୍ଟର୍‌ ୫୧ ଅନ୍ତର୍ଗତ ଆକ୍ବାଲାଇନ୍‌ ନିକଟ ମେଟ୍ରୋ ଷ୍ଟେସନ୍‌ରେ ବହୁସଂଖ୍ୟକ ପ୍ରଶଂସକମାନଙ୍କୁ ଏକତ୍ର କରିଥିବା କାରଣରୁ ଶନିବାର ଦିନ ‘ୟୁଟ୍ୟୁବର୍‌’ ଗୌରବ ତନେଜାଙ୍କୁ ଉତ୍ତର ପ୍ରଦେଶର ନଇଡ଼ାରେ ଗିରଫ କରାଯାଇଛି।

‘ଫ୍ଲାଇଙ୍ଗ୍‌ ବିଷ୍ଟ୍‌’ ନାମରେ ‘ୟୁଟ୍ୟୁବ୍‌ ଚାନେଲ୍‌’ ଚଳାଉଥିବା ତନେଜା ମେଟ୍ରୋ ଷ୍ଟେସନ୍‌ରେ ଏକତ୍ର ହେବା ଲାଗି ଗତକାଲି ଇନ୍‌ଷ୍ଟାଗ୍ରାମ୍‌ରେ ଅନୁଗାମୀମାନଙ୍କୁ ଅନୁରୋଧ କରିଥିଲେ। ଆମନ୍ତ୍ରଣ ପାଇବା ପରେ ହଜାର ହଜାର ଜନତା ସେକ୍ଟର୍‌ ୫୧ ମେଟ୍ରୋ ଷ୍ଟେସନ୍‌ରେ ସମବେତ ହୋଇ ବଣ୍ଟା ଯାଉଥିବା ଟୋକେନ୍‌ ପାଇବା ଲାଗି ଧାଡ଼ି ବାନ୍ଧିଥିଲେ। ଫଳରେ ଯାତାୟାତ କରୁଥିବା ମେଟ୍ରୋ ଯାତ୍ରୀମାନେ ମଧ୍ୟ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ। ଗହଳି ଅଧିକ ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ଅବଗତ ହେବାପରେ ପୁଲିସ ମେଟ୍ରୋରେ ପହଞ୍ଚିଥିଲା।

ସୂଚନାଯୋଗ୍ୟ, ‘ଇନ୍‌ଷ୍ଟାଗ୍ରାମ୍‌’ରେ ଗୌରବ ତନେଜାଙ୍କର ୩.୩ ନିୟୁତରୁ ଅଧିକ ଅନୁଗାମୀ ଅଛନ୍ତି।

publive-image Image Courtesy of India Today

‘ଇନ୍‌ଷ୍ଟାଗ୍ରାମ୍‌’ରେ ୧.୬ ନିୟୁତରୁ ଅଧିକ ଅନୁଗାମୀ ଥିବା ତାଙ୍କ ପତ୍ନୀ ଋତୁ ରଥୀ ମଧ୍ୟ ଗତକାଲି କହିଥିଲେ ଯେ, ତନେଜାଙ୍କ ଜନ୍ମଦିନ ପାଳନ ଅବସରରେ କେକ୍‌ କାଟିବା ଲାଗି ସେ ସମଗ୍ର ମେଟ୍ରୋ ଷ୍ଟେସନ୍‌ ବୁକ୍‌ କରିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, କୋଭିଡ୍‌ ସଂକ୍ରମଣ ବୃଦ୍ଧି କାରଣରୁ ନଇଡ଼ାରେ ଜାରି ହୋଇଥିବା ନିଷିଦ୍ଧାଦେଶ ଉଲ୍ଲଂଘନ କରିଥିବାରୁ ପ୍ରଥମେ ତନେଜାଙ୍କୁ ଅଟକ ରଖାଯାଇଥିଲା। ପରେ ତାଙ୍କୁ ସରକାରୀ କର୍ମଚାରୀ ଦେଇଥିବା ଆଦେଶ ଅମାନ୍ୟ ଅଭିଯୋଗରେ ଗିରଫ କରାଯାଇଥିଲା। କିନ୍ତୁ, ତାଙ୍କୁ ଜାମିନ ମିଳିନାହିଁ।

ଗିରଫ ହେବାର କିଛି ସମୟ ପରେ ଟୁଇଟ୍‌ର୍‌’ରେ ଗୌରବ ତନେଜା ‌‘ଟ୍ରେଡିଙ୍ଗ୍‌’ କରିଥିଲା। ବିଳମ୍ବିତ ରାତ୍ରୀରେ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍‌ରେ ସେ ପରିବାର ସହ ଉଠାଇଥିବା ଗୋଟାଏ ଫଟୋ ପୋଷ୍ଟ୍‌ କରି ଜନ୍ମଦିନ ଶୁଭେଚ୍ଛା ଜଣାଇଥିବା ପ୍ରଶଂସକମାନଙ୍କୁ କୃତଜ୍ଞତା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe