Advertisment

ଶରଦ ପାୱାରଙ୍କ ଫୋନ୍ ଉଠାଇଲେନି ଜଗନମୋହନ ରେଡ୍ଡି, ୟୁପିଏର ଚିନ୍ତା ବଢ଼ାଇଲେ ୱାଇଏସଆର କଂଗ୍ରେସ ମୁଖ୍ୟ

Advertisment
ଶରଦ ପାୱାରଙ୍କ ଫୋନ୍ ଉଠାଇଲେନି ଜଗନମୋହନ ରେଡ୍ଡି, ୟୁପିଏର ଚିନ୍ତା ବଢ଼ାଇଲେ ୱାଇଏସଆର କଂଗ୍ରେସ ମୁଖ୍ୟ

photo-oneindia

ନୂଆଦିଲ୍ଲୀ: ଏଗଜିଟ୍ ପୋଲ ଅନୁଯାୟୀ ଲୋକସଭା ନିର୍ବାଚନ ଆକଳନ ହେବା ପରେ ୟୁପିଏ ପକ୍ଷରୁ ବିଭିନ୍ନ ଆଞ୍ଚଳିକ ଦଳସହ ଯୋଗାଯୋଗ କରାଯିବାର ଦାୟିତ୍ବ ନେଇଛନ୍ତି କେତେକ ନେତା। ଏହି କ୍ରମରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ୟୁପିଏ ତରଫରୁ ୱାଇଏସଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡିଙ୍କ ସହ ଯୋଗାଯୋଗ କରାଯିବା ଲାଗି କୁହାଯାଇଥିଲା। ଏହାପରେ ଆଜି ଶରଦ ପାୱାର ଜଗନମୋହନ ରେଡ୍ଡିଙ୍କୁ ଫୋନ୍ କରିଥିଲେ ହେଲେ ଜଗନମୋହନ ସେହି ଫୋନ୍ କଲ ରିସିଭ୍ କରି ନଥିଲେ।

publive-image photo-oneindia

କୁହାଯାଉଛି ଯେ ଶରଦ ପାୱାର ତାଙ୍କୁ ଏକାଧିକ ବାର ଫୋନ୍ କରିଥିଲେ ବି ତାଙ୍କୁ ଧରାଛୁଆଁ ଦେଇ ନଥିଲେ ଜଗନମୋହନ ରେଡ୍ଡି। ମେ ୨୩ରେ ନିର୍ବାଚନ ଫଳାଫଳ ନ ବାହାରିବା ଯାଏଁ ଜଗନମୋହନ କୌଣସି ଦଳ ସହ କଥା ହେବାକୁ ଚାହୁଁନାହାନ୍ତି । ତାଙ୍କର ଏହି ଆଭିମୁଖ୍ୟ ଏକଜିଟ୍ ପୋଲ ପରେ ସାମ୍ନାକୁ ଆସିଛି ।ଏହା ୟୁପିଏର ଚିନ୍ତା ବଢ଼ାଇ ଦେଇଛି।

ଅଧିକାଂଶ ଏକଜିଟ୍ ପୋଲରେ ତାଙ୍କ ଦଳ ଟିଡିପିଠାରୁ ଭଲ କରିଥିବା କୁହାଯାଇଛି ।ତେବେ ଯଦି ତ୍ରିଶଙ୍କୁ ଅବସ୍ଥା ଉପୁଜେ , ତେବେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।ଏଭଳି ପରିସ୍ଥିତି ଉପୁଜିଲେ ଜଗନମୋହନ ରେଡ୍ଡି କ’ଣ କରିବେ ତାକୁ ନେଇ ବିଚାରବିମର୍ଶ କରୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe