ଇଭିଏମ୍‌ ଭାଙ୍ଗିଦେଲେ ୱାଇଏସ୍‌ଆର୍‌ସିପି ବିଧାୟକ

Advertisment

କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କ ନିର୍ଦ୍ଦେଶ

କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଇସିଙ୍କ ନିର୍ଦ୍ଦେଶ

ଇଭିଏମ୍‌ ଭାଙ୍ଗିଦେଲେ ୱାଇଏସ୍‌ଆର୍‌ସିପି ବିଧାୟକ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ୱାଇଏସ୍‌ଆର୍‌ସିପିର ଜଣେ ବିଧାୟକ ଇଭିଏମ୍‌ ଭାଙ୍ଗି ନଷ୍ଟ କରିଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଧାୟକଙ୍କ ଦ୍ବାରା ଇଭିଏମ୍‌ ଭଙ୍ଗାରୁଜା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୩ ତାରିଖରେ ମାର୍ଚେଲା ବିଧାୟକ ପି ରାମକୃଷ୍ଣ ରେଡ୍ଡୀ ଇଭିଏମ୍ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା ଏବଂ ତଦନ୍ତ ପରେ ବିଧାୟକ ନିଜେ ତାଙ୍କ ସମର୍ଥକଙ୍କ ସହ ଏକ ମତଦାନ କେନ୍ଦ୍ରରେ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ତତ୍କାଳ ବିଧାୟକଙ୍କ ଗିରଫଦାରୀ ପାଇଁ ପୁଲିସ ମୁଖ୍ୟଙ୍କୁ କହିଛନ୍ତି। ଏ ବାବଦରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ହରିଶ କୁମାର ଗୁପ୍ତାଙ୍କୁ ଅବଗତ କରାଯିବା ପରେ ଦୁଇଟି ସ୍ବତନ୍ତ୍ର ପୁଲିସ ଟିମ୍‌ ଏ ଦିଗରେ ନିୟୋଜିତ ହୋଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ମୁକେଶ କୁମାର ମୀନାଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ମାଚେର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାନ କେନ୍ଦ୍ର ନମ୍ବର ୨୦୨ ସମେତ ୭ଟି ମତଦାନ କେନ୍ଦ୍ରରେ ଇଭିଏମ୍ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନର ବିଧାୟକ ପି ରାମକ୍ରିଷ୍ଣା ରେଡ୍ଡୀଙ୍କ ଦ୍ୱାରା ଇଭିଏମ୍ ନଷ୍ଟ କରାଯିବା ଘଟଣା ୱେବ୍ କ୍ୟାମେରାରେ ରେକର୍ଡ ହୋଇଛି। ନିର୍ବାଚନ ପ୍ରକ୍ରିୟାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିଧାୟକ ଓ ତାଙ୍କ ସମର୍ଥକଙ୍କ ଦ୍ବାରା ଏଭଳି କରାଯାଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe