ମହାରାଷ୍ଟ୍ର: ବାରାମତୀ ଆସନରେ ଅଜିତଙ୍କ ବିରୋଧରେ ଲଢିବେ ପୁତୁରା ଯୁଗେନ୍ଦ୍ର

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ଏନସିପି (ଏସସିପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଯୁଗେନ୍ଦ୍ର ପାୱାରଙ୍କୁ ବାରାମତୀ ଆସନରୁ ଟିକେଟ୍ ଦିଆଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ।

yugendra

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଦଳ ଏନସିପି (ଏସସିପି) ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଗୁରୁବାର (ଅକ୍ଟୋବର ୨୪) ଦଳ ପକ୍ଷରୁ କରାଯାଇଥିବା ଘୋଷଣା ଅନୁଯାୟୀ ଯୁଗେନ୍ଦ୍ର ପାୱାରଙ୍କୁ ବାରାମତୀ ଆସନରୁ ଟିକେଟ୍ ଦିଆଯାଇଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର ଏହି ଆସନରୁ ନିର୍ବାଚନ ଲଢୁଛନ୍ତି ।

ପ୍ରଥମ ତାଲିକାରେ ୪୫ଟି ଆସନ ଘୋଷଣା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆସନ ବୁଝାମଣାରେ ଶରଦ ପାୱାରଙ୍କ କୋଟା ୮୫କୁ ବୃଦ୍ଧି ପାଇଛି। ସମାନ ସଂଖ୍ୟକ ଆସନ ଉଦ୍ଧବ ଠାକରେ ଏବଂ କଂଗ୍ରେସକୁ ଯାଇଛି। ଆଲୋଚନା ପରେ ଅବଶିଷ୍ଟ ଆସନ ଘୋଷଣା କରାଯିବ।

ଯୁଗେନ୍ଦ୍ର ପାୱାର ହେଉଛନ୍ତି ଶରଦ ପାୱାରଙ୍କ ନାତି । ସେ ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ପୁଅ । ଅର୍ଥାତ ସେ ହେଉଛନ୍ତି ଅଜିତଙ୍କ ପୁତୁରା । ଯୁଗେନ୍ଦ୍ର ପାୱାରଙ୍କ ବିଷୟରେ କୁହାଯାଏ ଯେ ସେ ବହୁତ ଶାନ୍ତ ସ୍ୱଭାବର ଅଟନ୍ତି, ତେଣୁ ତାଙ୍କୁ ଜଣେ ଭଲ ସଂଗଠକ ମଧ୍ୟ ଭାବରେ ବିବେଚନା କରାଯାଏ । ଯୁଗେନ୍ଦ୍ର ସବୁବେଳେ ଯୁବପିଢ଼ିଙ୍କୁ ରାଜନୀତିକୁ ଆଣିବାକୁ ଚେଷ୍ଟା କରନ୍ତି। ସେ ଶର୍ୟୁ ଆଗ୍ରୋର ସିଇଓ ମଧ୍ୟ ଅଟନ୍ତି । ସେ ବାରାମତୀ ତାଲୁକା କୁଷ୍ଟିଗିର ସଂଘର ସଭାପତି ଦାୟିତ୍ୱ ତୁଲାଉଛନ୍ତି। ଏନସିପିରେ ବିଭାଜନ ପରେ ଯୁଗେନ୍ଦ୍ର ଲଗାତାର ଦାଦା ଶରଦ ପାୱାରଙ୍କୁ ସମର୍ଥନ କରି ଆସୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe