ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପୁଅ ସଜିବ ୱାଜେଦ୍ ଭାରତରୁ ହସିନାଙ୍କ ପ୍ରତ୍ୟର୍ପଣ ଦାବି ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶର ମଧ୍ୟବର୍ତ୍ତୀ ସରକାରକୁ ରାଜନୈତିକ ପ୍ରତିଶୋଧର କାମ କରୁଥିବା ସେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲରେ ଶେଖ ହସିନାଙ୍କ ବିରୋଧରେ ଏକ ଲୋକ ଦେଖାଣିଆ ବିଚାର ପ୍ରକ୍ରିୟା ଚାଲିଛି। ଏହା ହେଉଛି ରାଜନୈତିକ ପ୍ରତିଶୋଧ। ଏହା ଦ୍ବାରା ନ୍ୟାୟକୁ ହତ୍ୟା କରାଯାଉଛି। ବାଂଲାଦେଶ ସରକାର ସୋମବାର ଦିନ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତକୁ ଅନୁରୋଧ କରିଛନ୍ତି।
ବାଂଲାଦେଶର ଅନୁରୋଧ କ୍ରମେ ଶେଖ ହସିନାଙ୍କ ପୁଅ କହିଛନ୍ତି, କଙ୍ଗାରୁ ଟ୍ରିବ୍ୟୁନାଲ ପାଇଁ ଅନୁରୋଧ କରାଯାଇଛି। ଯେତେବେଳେ ଦେଶରେ ଶହ ଶହ ନେତା ଓ କର୍ମୀଙ୍କୁ ହତ୍ୟା କରାଯାଉଛି, ମିଥ୍ୟା ଅଭିଯୋଗରେ ଲୋକଙ୍କୁ ଜେଲକୁ ପଠାଯାଉଛି ସେତେବେଳେ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ କରାଯିବାକୁ ଅନୁରୋଧ କରାଯାଇଛି।
ଲୁଟ୍ ଏବଂ ଜଳାପୋଡ଼ା ଭଳି ହିଂସାତ୍ମକ ଆକ୍ରମଣ ଦିନକୁ ଦିନ ଦେଶରେ ବଢ଼ିଚାଲିଛି। ସେସବୁକୁ ବନ୍ଦ କରିବା ପରିବର୍ତ୍ତେ ୟୁନୁସ ସରକାର ଏହାକୁ ଅଣଦେଖା କରି ନିଆଁରେ ଘିଅ ଢାଳିବା କାମ କରୁଛନ୍ତି।
ସଜିବ ୱାଜେଦ୍ ବାଂଲାଦେଶର ଭାରତକୁ ଦେଇଥିବା ଅନୁରୋଧକୁ 'ହତାଶ ପ୍ରୟାସ' ଏବଂ ଆୱାମୀ ଲୋକଙ୍କୁ ହଇରାଣ କରିବାକୁ ଉଦ୍ୟମ ବୋଲି କହିଛନ୍ତି। ସେ କହିଛନ୍ତି, ଡିସେମ୍ବର ୨୨ରେ ଆଇସିଟି ଟ୍ରିବ୍ୟୁନାଲର ମୁଖ୍ୟ ଓକିଲ ତାଜୁଲ ଇସଲାମ ଜାଣିଶୁଣି ଶେଖ ହସିନାଙ୍କ ବିରୋଧରେ ଏକ ମିଥ୍ୟା ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ।
The judges and prosecutors appointed by unelected Yunus led regime to conduct farcical trial process trough International Crimes Tribunal makes it a political witch hunt that forsakes justice and marks another ongoing onslaught to persecute Awami League leadership.
— Sajeeb Wazed (@sajeebwazed) December 23, 2024
The…
ପ୍ରଥମେ ସେ ଦାବି କରିଥିଲେ ଯେ, ଇଣ୍ଟରପୋଲ ହସିନାଙ୍କ ବିରୋଧରେ ରେଡ୍ ନୋଟିସ ଜାରି କରିଛନ୍ତି। ଯେତେବେଳେ ଏହି ମିଥ୍ୟା ଗଣମାଧ୍ୟମରେ ପ୍ରକାଶ ପାଇଲା, ସେତେବେଳେ ସେ ନିଜର ବିବୃତି ବଦଳାଇ ଭାରତକୁ ପ୍ରତ୍ୟର୍ପଣ ପାଇଁ ଅନୁରୋଧ ପଠାଇଲେ।
ସୂଚନାଯୋଗ୍ୟ, ବ୍ୟାପକ ବିରୋଧ ମଧ୍ୟରେ ଚଳିତ ୨୦୨୪ ବର୍ଷ ଅଗଷ୍ଟରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡିଥିଲେ। ଏହି ବିରୋଧ ଯୋଗୁ ୧୫ ବର୍ଷ କ୍ଷମତାରେ ରହିବା ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ସୁନୀତାଙ୍କ ସ୍ୱାସ୍ଥ୍ୟ ସହିତ ନାସା ଖେଳୁଛି!: ବିଶେଷଜ୍ଞ ଚିନ୍ତା ପ୍ରକଟ କଲେ
ହସିନା ଭାରତରେ ପହଞ୍ଚିବାର ଚାରିମାସ ପରେ ବାଂଲାଦେଶ ଭାରତକୁ କୂଟନୈତିକ ନୋଟ୍ ପଠାଇ ହସିନାଙ୍କ ପ୍ରତ୍ୟର୍ପଣ ଦାବି କରିଛି। ନ୍ୟାୟିକ ପ୍ରକ୍ରିୟା ପାଇଁ ହାସିନାଙ୍କୁ ହସ୍ତାନ୍ତର କରିବାକୁ ବାଂଲାଦେଶ ଭାରତକୁ ନିବେଦନ କରିଛି। ତେବେ ଭାରତର ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ମାନବିକତା ବିରୋଧରେ ଅପରାଧ ଅଭିଯୋଗ ସମେତ ବାଂଲାଦେଶରେ ଶେଖ ହସିନା କୋର୍ଟରେ ୫୦ରୁ ଅଧିକ ମାମଲାର ସମ୍ମୁଖୀନ ହେଉଛନ୍ତି। ଢାକା ସ୍ଥିତ ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ ଶେଖ ହସିନା ଏବଂ ତାଙ୍କର ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହି ପରିସ୍ଥିତି ସେମାନଙ୍କ ପାଇଁ ଅଧିକ ଅସୁବିଧା ସୃଷ୍ଟି କରିପାରେ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ପିଲଭିତ୍ ଏନକାଉଣ୍ଟରର ପ୍ରତିଶୋଧ ମହାକୁମ୍ଭରେ ନେବୁ: ପନ୍ନୁଙ୍କ ଧମକ