ରୋହିଙ୍ଗ୍ୟାଙ୍କ ପ୍ରବେଶକୁ ବନ୍ଦ କଲେ ୟୁନୁସ

ମାନବ ଚୋରା ଚାଲାଣକାରୀଙ୍କ ସହାୟତାରେ ମିଆଁମାର ସୀମା ପାର ହେବାକୁ ଚେଷ୍ଟା କରୁଥିବାବେଳେ ବିଜିବି ,୫୮ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରିଥିଲା। ଦୀର୍ଘ ଦିନ ଧରି ବାଂଲାଦେଶ ରୋହିଙ୍ଗ୍ୟାମାନଙ୍କୁ ଆଶ୍ରୟ ଦେଇଆସୁଛି ଏବଂ ବାଂଲାଦେଶରେ ପ୍ରାୟ ୧୦ ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ବାସ କରୁଛନ୍ତି...

Yunus stopped the entry of Rohingya

Yunus stopped the entry of Rohingya

ଢାକା:ବାଂଲାଦେଶର ମହମ୍ମଦ ୟୁନୁସ ସରକାରଙ୍କ ଦୁଇ ପ୍ରକାର  ଚେହେରା ସାମ୍ନାକୁ ଆସିଛି। ଗୋଟିଏ ପଟେ ବାଂଲାଦେଶୀ ଅଧିକାରୀମାନେ ଭାରତର ସୀମାରେ  ବାଡ଼ ଦିଆଯିବା ନେଇ ବିରୋଧ କରୁଛନ୍ତି।  ଅନ୍ୟପଟେ ସେହି  ଅଧିକାରୀମାନେ ମିଆଁମାର ସହିତ ବାଂଲାଦେଶ ସୀମା ବନ୍ଦ କରିବାରେ ବ୍ୟସ୍ତ ଅଛନ୍ତି। ଶେଖ ହସିନା ସରକାରଙ୍କ ପତନ ପରେ ବାଂଲାଦେଶ ସୀମାରୁ ଭାରତକୁ ବେଆଇନ ଅନୁପ୍ରବେଶ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯାହାକୁ ବନ୍ଦ କରିବା ପାଇଁ ଭାରତ ସରକାର ପଦକ୍ଷେପ ଗ୍ରହଣ କରି ବାଡ଼ ଦେବା ଆରମ୍ଭ କରିଥିଲେ।

ଭାରତ ପକ୍ଷରୁ ସୀମାରେ ବାଡ଼ ଦେବା କାର୍ଯ୍ୟ ବାଂଲାଦେଶକୁ ଆଘାତ ଦେଇଥିଲା। ବାଂଲାଦେଶ ସରକାର ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ଉଦ୍‌ବେଗ ମଧ୍ୟ ପ୍ରକାଶ କରିଥିଲେ। ବେଆଇନ ଅନୁପ୍ରବେଶକୁ ରୋକିବା ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିବା ଦ୍ବାରା ୧୯୭୫ ସୀମା ଚୁକ୍ତିନାମାକୁ ଉଲ୍ଲଂଘନ କରୁଛି ବୋଲି ୟୁନୁସ ସରକାର କହୁଛନ୍ତି। ମାତ୍ର ବାଂଲାଦେଶକୁ  ଆସୁଥିବା ରୋହିଙ୍ଗ୍ୟାମାନଙ୍କୁ ଗିରଫ କରୁଛନ୍ତି।

ଜାନୁଆରି ୫ରେ, ବାଂଲାଦେଶ ସୀମା ସୁରକ୍ଷା ବାହିନୀ (ବିଜିବି) ୩୬ ରୋହିଙ୍ଗ୍ୟାଙ୍କୁ ଗିରଫ କରି ମିଆଁମାରକୁ ପଠାଇ ଦେଇଥିଲା। ସେହିପରି ଜାନୁଆରି ୧୧ ରେ, ମାନବ ଚୋରା ଚାଲାଣକାରୀଙ୍କ ସହାୟତାରେ ମିଆଁମାର ସୀମା ପାର ହେବାକୁ ଚେଷ୍ଟା କରୁଥିବାବେଳେ ବିଜିବି ୫୮ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଗିରଫ କରିଥିଲା।

ଦୀର୍ଘ ଦିନ ଧରି ବାଂଲାଦେଶ ରୋହିଙ୍ଗ୍ୟାମାନଙ୍କୁ ଆଶ୍ରୟ ଦେଇଆସୁଛି ଏବଂ ବାଂଲାଦେଶରେ ପ୍ରାୟ ୧୦ଲକ୍ଷ ରୋହିଙ୍ଗ୍ୟା ଶରଣାର୍ଥୀ ବାସ କରୁଛନ୍ତି। ରୋହିଙ୍ଗ୍ୟାମାନଙ୍କୁ ମିଆଁମାରରୁ ସୀମା ପାର ନକରିବା ପାଇଁ ୟୁନୁସ ସରକାର ଅନେକ ପଦକ୍ଷେପ ନେଇଛନ୍ତି।  ଯାହା ପରେ ୨୦୧୭ ରୁ ହିଂସା ଏବଂ ଅତ୍ୟାଚାରର ସମ୍ମୁଖୀନ ହେଉଥିବା ରୋହିଙ୍ଗ୍ୟା ଲୋକଙ୍କ ପାଇଁ ସମସ୍ତ ଆଶା ଶେଷ ହେବାକୁ ଯାଉଛି।

ଫେବ୍ରୁଆରିରେ ବାଂଲାଦେଶ ସୀମା ସୁରକ୍ଷା ବାହିନୀ ମୁଖ୍ୟ ଭାରତୀୟ ଅଧିକାରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଶେଖ ହସିନା ସରକାରଙ୍କ ପତନ ପରେ ଏହା ପ୍ରଥମ ବୈଠକ ହେବ ଯେଉଁଥିରେ ସୀମା ବାଡ଼ଦେବା ଏବଂ ସୀମା ଅପରାଧର ମୁକାବିଲା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ।

ଅଧିକ ପଢ଼ନ୍ତୁ: ଉବେର ଓ ଓଲାକୁ ନୋଟିସ ପଠାଇଲେ କେନ୍ଦ୍ର ସରକାର, ଫୋନ ବଦଳିଲେ କାହିଁକି ବଦଳୁଛି ମୂଲ୍ୟ?

ଫେବ୍ରୁଆରି ୧୬ରୁ ୧୯ ମଧ୍ୟରେ ସୀମା ସୁରକ୍ଷା ବାଂଲାଦେଶ (ବିଜେବି) ନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଆଶ୍ରାଫାଜମାନ ସିଦ୍ଦିକି ଏବଂ ସୀମା ସୁରକ୍ଷା ବଳ (ବିଏସଏଫ) ମୁଖ୍ୟ ଦଲଜିତ ସିଂ ଚୌଧୁରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ମିଆଁମାର ସୀମାରେ ବାଂଲାଦେଶର କଡା କାର୍ଯ୍ୟାନୁଷ୍ଠାନ ଯୋଗୁ ରୋହିଙ୍ଗ୍ୟାଙ୍କ ଶେଷ ଆଶା ମଧ୍ୟ ଶେଷ ହୋଇଛି। ରୋହିଙ୍ଗ୍ୟା ନାଗରିକ ଦି ଗାର୍ଡିଆନ ସହ କଥାବାର୍ତ୍ତା କରି କହିଛନ୍ତି, ଆମେ ବଞ୍ଚିବା ପାଇଁ ସଂଘର୍ଷ କରୁଛୁ। ଖାଦ୍ୟ ପାଇବା କଷ୍ଟକର ହୋଇ ପଡ଼ିଛି।   କିନ୍ତୁ ଚଳିତ ମାସରେ ବାଂଲାଦେଶରେ ଆମ ଲୋକଙ୍କ ବିରୋଧରେ ଘଟିଥିବା ଘଟଣା ପରେ ଆମେ ସମସ୍ତ ଆଶା ହରାଇଛୁ ବୋଲି ସେମାନେ କହିଛନ୍ତି।

ଅଧିକ ପଢ଼ନ୍ତୁ: ୯ ବର୍ଷର ନାବାଳିକା କରିବେ ବିବାହ: ଇରାକରେ ଝିଅଙ୍କ ବିବାହ ବୟସ ହ୍ରାସ ସଂଶୋଧିତ ବିଲ୍‌କୁ ମଞ୍ଜୁରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe