ପତ୍ନୀଙ୍କ ସହ ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଏଭଳି ଭାବୁକ ପୋଷ୍ଟ୍‌ ଲେଖିଲେ ଚହଲ

Advertisment

ଧନଶ୍ରୀ ଏବଂ ଚହଲ ଅନେକ ଦିନ ହେବ ପରସ୍ପରଙ୍କଠାରୁ ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଅଛି ବୋଲି ବି ଚର୍ଚ୍ଚା ହେଉଛି। ତେବେ ଏନେଇ ଚହଲ କିମ୍ବା ଧନଶ୍ରୀ ଉଭୟ କେହି ବି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

ଧନଶ୍ରୀ ଏବଂ ଚହଲ ଅନେକ ଦିନ ହେବ ପରସ୍ପରଙ୍କଠାରୁ ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଅଛି ବୋଲି ବି ଚର୍ଚ୍ଚା ହେଉଛି। ତେବେ ଏନେଇ ଚହଲ କିମ୍ବା ଧନଶ୍ରୀ ଉଭୟ କେହି ବି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

chahal

ନୂଆଦିଲ୍ଲୀ: ସ୍ପିନର୍‌ ୟୁଜେବେନ୍ଦ୍ର ଚହଲ ଅନେକ ଦିନ ହେବ ଟିମ୍‌ ଇଣ୍ଡିଆରେ ନଜର ଆସୁନାହାନ୍ତି। ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ୨୦୨୩ ମସିହା ଜାନୁଆରି ମାସରେ ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ଖେଳିଥିଲେ। 

ଏହାଛଡ଼ା ଚହଲ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ବି ‌ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶୁଣିବାକୁ ମିଳୁଛି କି ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ସଂପର୍କ ଠିକ୍‌ ନାହିଁ। 

ସୂତ୍ରରୁ ଜାଣିବାକୁ ମିଳିଛି କି ଧନଶ୍ରୀ ଏବଂ ଚହଲ ଅନେକ ଦିନ ହେବ ପରସ୍ପରଙ୍କଠାରୁ ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହେବାର ଅଛି ବୋଲି ବି ଚର୍ଚ୍ଚା ହେଉଛି।

ତେବେ ଏନେଇ ଚହଲ କିମ୍ବା ଧନଶ୍ରୀ ଉଭୟ କେହି ବି କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି। ଯାହା ଖାଲି ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ହେବାର ଦେଖିବାକୁ ମିଳୁଛି।

ଏହାରି ମଧ୍ୟରେ ୟୁଜେବେନ୍ଦ୍ର ଚହଲ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭାବୁକ ପୋ‌ଷ୍ଟ୍‌ କରିଛନ୍ତି। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ତୁମେ ଯେମିତି ଅଛି ସେମିତି ରୁହ। କାହାକୁ ବି ନିଜ ବିଷୟରେ ଅନୁଭବ ହେବାକୁ ଦିଅନାହିଁ।’’

ଚହଲଙ୍କର ଏହି ପୋଷ୍ଟ୍‌ରେ ବ୍ୟବହାରକାରୀ ଭରି ଭରି କମେଣ୍ଟ୍‌ ଦେଉଛନ୍ତି। କେହି କେହି ଚହଲଙ୍କୁ ‘ପ୍ରତାରିତ ପ୍ରେମିକ’ ବୋଲି କହୁଛନ୍ତି ତ ପୁଣି କେହି ଚହଲ ଖୁବ୍ ଶୀଘ୍ର ଫେରିବେ ବୋଲି ଲେଖିଥିବାର ଦେଖିବାକୁ ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe