ବିବାହକୁ ୨ବର୍ଷ ନପୁରୁଣୁ ଚର୍ଚ୍ଚାରେ ୟୁଜବେନ୍ଦ୍ର ଓ ଧନଶ୍ରୀଙ୍କ ବିଚ୍ଛେଦ ଖବର, ଚହଲ ଉପନାମ ହଟାଇଲେ ପତ୍ନୀ

Advertisment
ବିବାହକୁ ୨ବର୍ଷ ନପୁରୁଣୁ ଚର୍ଚ୍ଚାରେ ୟୁଜବେନ୍ଦ୍ର ଓ ଧନଶ୍ରୀଙ୍କ ବିଚ୍ଛେଦ ଖବର, ଚହଲ ଉପନାମ ହଟାଇଲେ ପତ୍ନୀ

ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ କ୍ରିକେଟରୁ ବିରତି ନେଇଛନ୍ତି। ସେ ସିଧାସଳଖ ଏସିଆ କପରେ ମଇଦାନକୁ ଫେରିବେ। ତେବେ କ୍ରିକେଟକୁ ନେଇ ଚର୍ଚ୍ଚାରେ ରହୁଥିବା ଚହଲ ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଚହଲ ଏବଂ ପତ୍ନୀ ଧନଶ୍ରୀ ଇନଷ୍ଟାରେ କରିଥିବା ପୋଷ୍ଟକୁ ନେଇ ଖୁବଶୀଘ୍ର ଦୁହେଁ ପରସ୍ପରଠାରୁ ଅଲଗା ହେବେ ବୋଲି ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଛନ୍ତି।

ୟୁଜବେନ୍ଦ୍ର ଚହଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରି ସେୟାର କରି ନୂଆ ଜୀବନ ଲୋଡିଂ ବୋଲି ଲେଖିଥିବା ବେଳେ ପତ୍ନୀ ଧନଶ୍ରୀ ଇନଷ୍ଟା ପ୍ରୋଫାଇଲ ନାଁରୁ ଚହଲ ଉପନାମ ହଟାଇ ଦେଇଛନ୍ତି।

ଦୁହିଁଙ୍କ ଏଭଳି କାମକୁ ଦେଖି ବିବାହକୁ ୨ବର୍ଷ ନପୁରୁଣୁ ଦୁହେଁ ପରସ୍ପରଠୁ ଅଲଗା ହେବେ ବୋଲି ଚର୍ଚ୍ଚା ହେଉଛି। ତେବେ ଦୁହିଁଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନାହିଁ।

ଅନ୍ୟପକ୍ଷରେ ଚହଲ ଉପନାମ ହଟାଇବା ପରେ ଧନଶ୍ରୀ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟର କ୍ୟାପସନର ଲେଖାଯାଇଛି ଯେ, ଜଣେ ରାଜକୁମାରୀ ସର୍ବଦା ନିଜ ଯନ୍ତ୍ରଣାକୁ ଶକ୍ତିରେ ପରିଣତ କରନ୍ତି। ସେ ଏଭଳି ପୋଷ୍ଟ କରି କେଉଁ ଯନ୍ତ୍ରଣା କଥା କହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିଲେ ବି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଠିକ ନଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe