ଆର୍ଥିକ କ୍ଷମତା ନୁହେଁ, ଜୀବନ ପ୍ରତି ବିପଦ ଥିଲେ ଜେଡ୍‌ ପ୍ଲସ୍‌ ସୁରକ୍ଷା: ସୁପ୍ରିମ୍‌କୋର୍ଟ

Advertisment
କୋଭିଡ୍‌ ରୋଗୀଙ୍କୁ ଅସ୍ପୃଶ୍ୟ ଭଳି ବ୍ୟବହାର କରାଯାଉଛି: ସୁପ୍ରିମକୋର୍ଟ

Image Courtesy of The Financial Express

ନୂଆଦିଲ୍ଲୀ: କୌଣସି ନାଗରିକଙ୍କର ଖର୍ଚ୍ଚ ଭରଣା କରିବାର ଦକ୍ଷତା ନୁହେଁ, ବରଂ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା ଥିଲେ ତାଙ୍କୁ ସରକାରଙ୍କ ତରଫରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଥାଏ ବୋଲି ଆଜି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଶିଳ୍ପପତି ଅମ୍ବାନି ଭ୍ରାତା ଏବଂ ସେମାନଙ୍କ ପରିବାରକୁ ଦିଆଯାଇଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷା ହଟାଇନେବାକୁ ହୋଇଥିବା ଏକ ଆବେଦନର ଶୁଣାଣି କରି ମାନ୍ୟବର ଅଦାଲତ ଏପରି ଟିପ୍ପଣୀ କରିଛନ୍ତି। ସେହିପରି ଯାହାର ଜୀବନ ପ୍ରତି ବିପଦ ରହିଥିବ ଏବଂ ସେ ଆବଶ୍ୟକ ଖର୍ଚ୍ଚ ଭରଣା ପାଇଁ ଇଚ୍ଛୁକ ଥିବେ ତାଙ୍କୁ ପୁଲିସ ଉଚ୍ଚସ୍ତରୀୟ ସୁରକ୍ଷା ଯୋଗାଇଦେବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଦେଇଥିବା ରାୟରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠ ଅସହମତି ପ୍ରକାଶ କରିଛନ୍ତି। ଅମ୍ବାନି ଭ୍ରାତା ଓ ସେମାନଙ୍କ ପରିବାରକୁ ସରକାର ଯୋଗାଇ ଦେଇଥିବା ଜେଡ୍‌ ପ୍ଲସ୍‌ ସୁରକ୍ଷା ବ୍ୟବସ୍ଥା ହଟାଇନେବାକୁ ଆବେଦନକାରୀ ହିମାଂଶୁ ଅଗ୍ରଵାଲ ବମ୍ବେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe