ଜାଦ୍ରାନଙ୍କ ଧୂଆଁଧାର ବ୍ୟାଟିଂ: ଇଂଲଣ୍ଡକୁ ୩୨୬ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଆଫଗାନିସ୍ତାନ

ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ବୁଧବାର ପାକିସ୍ତାନର ଲାହୋରର ଗଦାଫି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ୍ କରିଛି...

Zadran's great batting: Afghanistan set England a target of 326 runs to win

Zadran's great batting: Afghanistan set England a target of 326 runs to win

ଲାହୋର: ଚାମ୍ପିଅନ୍ସ ଟ୍ରଫି-୨୦୨୫ର ଅଷ୍ଟମ ମ୍ୟାଚ୍‌ରେ ବୁଧବାର ପାକିସ୍ତାନର ଲାହୋରର ଗଦାଫି ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା  ମ୍ୟାଚ୍‌ରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଧାର୍ଯ୍ୟ ୫୦ ଓଭରରେ ୭ ୱିକେଟ ହରାଇ ୩୨୫ ରନ୍ କରିଛି। ଫଳରେ ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୩୨୬ ରନ୍ ରହିଛି।

ଇଂଲଣ୍ଡ ପାଇଁ କର ବା ମର ମ୍ୟାଚ୍‌ରେ ଜୋଫ୍ରା ଆର୍ଚର ପ୍ରାରମ୍ଭରେ ଆଫଗାନିସ୍ତାନର ବିପର୍ଯ୍ୟୟ ଘଟାଇଥିଲେ। ଆର୍ଚର ଆଫଗାନିସ୍ତାନର ଟପ୍ ଅର୍ଡରକୁ ଧ୍ୱଂସ କରିଦେଇଥିଲେ। ପାୱାରପ୍ଲେ ମଧ୍ୟରେ ହିଁ, ଇଂଲିସ୍ ଦ୍ରୁତ ବୋଲର ତିନି ଜଣ ଆଫଗାନିସ୍ତାନ ବ୍ୟାଟସମ୍ୟାନଙ୍କୁ ପାଭିଲିୟନକୁ ପଠାଇ ଦେଇଥିଲେ।

୨୩ ବର୍ଷିୟ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଇବ୍ରାହିମ୍ ଜାଦ୍ରାନଙ୍କ ଧୂଆଁଧାର ଲଢୁଆ ବ୍ୟାଟିଂ ଯୋଗୁ ଆଫଗାନିସ୍ତାନ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଜାଦ୍ରାନ ୧୭୭ ରନ୍ କରିଛନ୍ତି। ସେହିପରି ଆଫଗାନିସ୍ତାନ ପକ୍ଷରୁ ହସମତୁଲ୍ଲା ସାହିଦ୍ ୪୦ ରନ୍, ଅଜମତୁଲ୍ଲା କ୍ୟୁରେସି ୪୧ ରନ୍, ମହମ୍ମଦ ନବୀ ୪୦ ରନ୍ କରିଛନ୍ତି।

ଅଧିକ ପଢ଼ନ୍ତୁ: ହିନ୍ଦୀ ବିବାଦ: 'ଭାଷା' ଯୁଦ୍ଧରୁ ପଛକୁ ହଟିଲେ ଷ୍ଟାଲିନ

ସେହିପରି ଇଂଲଣ୍ଡ ପକ୍ଷରୁ ଆର୍ଚର ତିନୋଟି ୱିକେଟ ନେଇଥିବାବେଳେ ଜେମି ଓଭରଟନ୍ ଏବଂ ଆଦିଲ ରସିଦ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ସେହିପରି ଲିଆମ ଲିଭିଂଷ୍ଟୋନ୍ ଶେଷ ଓଭରରେ ୨ଟି ୱିକେଟ ନେଇଥିଲେ। 

ଅଧିକ ପଢ଼ନ୍ତୁ: ଋଷିଆ-ୟୁକ୍ରେନ୍ ଯୁଦ୍ଧ: ଟ୍ରମ୍ପଙ୍କ ହସ୍ତକ୍ଷେପ, ୩ ବର୍ଷ ପରେ ଯୁଦ୍ଧ ନେଉଛି ନୂଆ ମୋଡ଼

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe