ଇସ୍ଲାମାବାଦ: ପାକିସ୍ତାନରେ ସେନା ଓ ବଲୋଚ ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷର ଅନ୍ତ ଘଟିଛି ବୋଲି ପାକ ସମ୍ବାଦପତ୍ର ଡନ କହିଛି। ବେଲୁଚିସ୍ତାନ ପ୍ରଦେଶରେ ଟ୍ରେନ୍ ଅପହରଣ କରିଥିବା ବିଦ୍ରୋହୀଙ୍କ ଠାରୁ ପ୍ରାୟ ୩୫୦ ଜଣ ବନ୍ଦୀଙ୍କୁ ଉଦ୍ଧାର କରାଯାଇଛି। ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଏଲଏ ୨୭ ଜଣ ବନ୍ଧକ ଏବଂ ଜଣେ ସୈନିକଙ୍କୁ ହତ୍ୟା କରିଛି। ଉଦ୍ଧାର କାର୍ଯ୍ୟରେ ୩୫ ଜଣ ବାଲୁଚ ବିଦ୍ରୋହୀ ନିହତ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ପାକିସ୍ତାନ ରେଲଓ୍ବେଜର ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର ସଶସ୍ତ୍ର ବିଦ୍ରୋହୀମାନେ ଅପହରଣ କରିନେଇଥିଲେ । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୫୦ ଯାତ୍ରୀ ଥିଲେ ।
ଜାଫର ଏକ୍ସପ୍ରେସ୍ ଟ୍ରେନ୍ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏଭଳି କାପୁରୁଷତାପୂର୍ଣ୍ଣ କାର୍ଯ୍ୟ ପାକିସ୍ତାନର ଶାନ୍ତି ସଂକଳ୍ପକୁ ଦୁର୍ବଳ କରିବ ନାହିଁ। ନଓ୍ଵାଜ ସରିଫ୍ ଉଲ୍ଲେଖ କରିଛନ୍ତି ଯେ ସେ ବେଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସରଫରାଜ ବୁଗଟିଙ୍କ ସହ କଥା ହୋଇଛନ୍ତି, ଯିଏ ତାଙ୍କୁ ଜଣାଇଛନ୍ତି ଯେ ବିଏଲଏ ଆତଙ୍କବାଦୀଙ୍କୁ ନର୍କକୁ ପଠାଯାଇଛି।
Follow Us