ମାଲେସିଆରେ ରହି ଭାରତରେ ଧର୍ମାନ୍ତରୀକରଣ ଚଳାଇଛି ଜାକିର ନାଏକ

ଭାରତରୁ ପଳାୟନ କରିଥିବା ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକ ଏବେ ପାକିସ୍ତାନ ଗସ୍ତରେ ଅଛି । ଖୋଦ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣକ୍ରମେ ସେ ପାକିସ୍ତାନ ଯାଇଥିବା କୁହାଯାଉଛି । 

zakir

ନୂଆଦିଲ୍ଲୀ: ଭାରତରୁ ପଳାୟନ କରିଥିବା ବିବାଦୀୟ ଇସଲାମିକ ପ୍ରଚାରକ ଜାକିର ନାଏକ ଆସନ୍ତା ମାସରେ ପାକିସ୍ତାନ ଗସ୍ତରେ ଯିବ । ଖୋଦ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣକ୍ରମେ ସେ ପାକିସ୍ତାନ ଯାଉଥିବା କୁହାଯାଉଛି । 

ଜାକିର ସହିତ ତା ପୁଅ ଫରିକ୍ ନାଏକ ବି ପାକିସ୍ତାନ ଯିବ ।  ନିକଟରେ ସେ ଜଣେ ପାକିସ୍ତାନୀ ୟୁଟ୍ୟୁବରଙ୍କୁ ସାକ୍ଷାତକାର ଦେଇଛି। ଏହି ସାକ୍ଷାତକାରରେ ଫରିକ୍ ନାଏକ ତାଙ୍କ ବାପା କାହିଁକି ଭାରତ ଛାଡିଲେ ସେ ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲା ।

ଜାକିର ସହିତ ତା ପୁଅ ଫରିକ୍ ନାଏକ ବି ପାକିସ୍ତାନ ଯାଇଛି ।  ନିକଟରେ ସେ ଜଣେ ପାକିସ୍ତାନୀ ୟୁଟ୍ୟୁବରଙ୍କୁ ସାକ୍ଷାତକାର ଦେଇଛି। ଏହି ସାକ୍ଷାତକାରରେ ଫରିକ୍ ନାଏକ ତାଙ୍କ ବାପା କାହିଁକି ଭାରତ ଛାଡିଲେ ସେ ସମେତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲା ।

କେଉଁ ପରିସ୍ଥିତିରେ ତାଙ୍କ ବାପା ଭାରତ ଛାଡିଛନ୍ତି ବୋଲି ପଚରାଯିବାରୁ ଫରିକ୍ କହିଛି, ଏହି ବିବାଦ ସମୟରେ ଆମ ପରିବାର ଭାରତରେ ନଥିଲା। ଜାକିର ନାଏକ ଭାରତ ଛାଡ଼ି ପଳାଇଯାଇଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା, କିନ୍ତୁ ତାହା ସତ ନୁହେଁ। ସେତେବେଳେ ଆମେ ଭାରତରେ ନଥିଲୁ। ଯଦି ଆମେ ଭାରତରେ ଥାଆନ୍ତୁ ଏବଂ ପଳାଇ ଥାଆନ୍ତୁ, ତେବେ ତାହାକୁ ପଳାୟନ ବୋଲି କୁହାଯାଇଥାନ୍ତା। କିନ୍ତୁ ସେହି ସମୟରେ ଆମେ ମକ୍କାରେ ଥିଲୁ ଏବଂ ଇଦର ଠିକ୍ ଗୋଟିଏ ଦିନ ପୂର୍ବରୁ ଏହି ବିବାଦ ଆରମ୍ଭ ହୋଇଥିଲା।

ସେ ଆହୁରି ମଧ୍ୟ କହିଛି ଯେ ମାଲେସିଆରେ ରହି ବି ଭାରତରେ ଧର୍ମାନ୍ତରୀଣକରଣ କରାଯାଉଛି । ଏପରିକି ଇସଲାମ ଧର୍ମ ଗ୍ରହଣ କରିବାକୁ ତାଙ୍କ ନିକଟକୁ ଅନେକ ଫୋନ ଆସୁଛି । ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସଂଖ୍ୟାରେ ଇସଲାମ ଗ୍ରହଣ କରୁଛନ୍ତି ବୋଲି ସେ କହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe