ୱକଫ୍‌ ବିଲ୍‌ ନେଇ ବିଷ ଓଗାଳୁଛି ଜାକିର ନାଏକ

Advertisment

ପଳାତକ ଇସ୍‌ଲାମିକ ପ୍ରଚାରକ ଜାକିର ନାଏକ ଭାରତ ସରକାରଙ୍କ ୱକଫ୍ ବିଲ୍‌କୁ ନେଇ ବିଭେଦ ଓ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ବିଦେଶରେ ରହି ଏହି ମାମଲାରେ ବିଷ ଓଗାଳୁଛି ବୋଲି  କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।

ପଳାତକ ଇସ୍‌ଲାମିକ ପ୍ରଚାରକ ଜାକିର ନାଏକ ଭାରତ ସରକାରଙ୍କ ୱକଫ୍ ବିଲ୍‌କୁ ନେଇ ବିଭେଦ ଓ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ବିଦେଶରେ ରହି ଏହି ମାମଲାରେ ବିଷ ଓଗାଳୁଛି ବୋଲି  କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।

ffshfshfst

Times of India

ନୂଆଦିଲ୍ଲୀ: ପଳାତକ ଇସ୍‌ଲାମିକ ପ୍ରଚାରକ ଜାକିର ନାଏକ ଭାରତ ସରକାରଙ୍କ ୱକଫ୍ ବିଲ୍‌କୁ ନେଇ ବିଭେଦ ଓ ବିଭ୍ରାନ୍ତି ସୃଷ୍ଟି କରୁଛି ଏବଂ ବିଦେଶରେ ରହି ଏହି ମାମଲାରେ ବିଷ ଓଗାଳୁଛି ବୋଲି  କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ଜାକିରର ଏଭଳି କାର୍ଯ୍ୟକୁ କଡ଼ା ସମାଲୋଚନା କରି ରିଜିଜୁ କହିଛନ୍ତି ଯେ ଏହା ବିରୋଧରେ ଏକଜୁଟ ହୋଇ ନାଗରିକମାନଙ୍କୁ  ଲଢ଼ିବାକୁ ପଡ଼ିବ।  ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ମାମଲା ସାମ୍ନା କରୁଥିବା ଜାକିର ନାଏକ ୱକଫ୍ ବିଲ୍ ବିଷୟରେ ଏକ ବିଭ୍ରାନ୍ତିକର ଭିଡିଓ ପୋଷ୍ଟ କରିଛି।  ଏଥିରେ ସେ କହିଛି ଯେ ଯଦି ଏହି ବିଲ୍  ପାରିତ ହୁଏ, ତେବେ ହଜାର ହଜାର ମସଜିଦ୍, ମଦ୍ରାସା ଓ କବରସ୍ଥାନ  ସମେତ  ଲକ୍ଷ ଲକ୍ଷ ଏକର ଜମି ମୁସଲମାନଙ୍କଠାରୁ ସରକାର ଛଡ଼ାଇ ନେବେ।  ନାଏକର ଏଭଳି  ଭିଡିଓ ବିରୋଧରେ ଲୋକଙ୍କୁ ସତର୍କ କରାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଭାରତ ବିରୋଧରେ ଏକ ଷଡ଼ଯନ୍ତ୍ର ଏବଂ ମିଥ୍ୟା ପ୍ରଚାରର ଏକ ଅଂଶ।    ଭାରତରେ ସାମ୍ପ୍ରଦାୟିକ ବିଶୃଙ୍ଖଳା ସୃଷ୍ଟି କରିବାକୁ ଜାକିର ଚେଷ୍ଟା କରୁଛି ଏବଂ ଏଭଳି ଲୋକଙ୍କ ବିରୋଧରେ ଆମକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ।   

ଭାରତୀୟ ମୁସଲମାନମାନଙ୍କୁ ଭାରତୀୟ ଵକଫ୍ ସମ୍ପତ୍ତି ବଞ୍ଚାଇବା ଓ  ଵକଫ୍ ସଂଶୋଧନ ବିଲ୍‌କୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ ଦେଇଥିବା ଜାକିର ନାଏକର ଏହି ଭିଡିଓକୁ ବିଭିନ୍ନ ସଂଗଠନ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ, ୱକଫ୍ ସମ୍ପତ୍ତି ପରିଚାଳନାରେ ସଂସ୍କାର ଆଣିବା ପାଇଁ ଆଗତ ହୋଇଥିବା ୱକଫ୍ ସଂଶୋଧନ ବିଲ୍‌କୁ ସଂସଦରେ ବିରୋଧୀ ଦଳମାନେ ବିରୋଧ କରିଥିଲେ। ଏହାପରେ ବିଲ୍‌କୁ  ଯୁଗ୍ମ ସଂସଦୀୟ କମିଟିକୁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe