ଜାକିର ନାଏକର ଆବେଦନ ନେଇ ସୁପ୍ରିମକୋର୍ଟରେ ଉଠିଲା ଗମ୍ଭୀର ପ୍ରଶ୍ନ

Advertisment

ପଳାତକ ଅପରାଧୀ ତଥା ଇସ୍‌ଲାମିକ ପ୍ରଚାରକ ଜାକିର ନାୟକ ୨୦୧୨ରେ  ହିନ୍ଦୁମାନଙ୍କ ଧାର୍ମିକ କାର୍ଯ୍ୟକ୍ରମ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲା। ଏ ବାବଦରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆରକୁ ଏକାଠି କରିବା ପାଇଁ  ସେ ସୁପ୍ରିମକୋର୍ଟରେ  ଆବେଦନ ଦାଖଲ କରିଛି।

ପଳାତକ ଅପରାଧୀ ତଥା ଇସ୍‌ଲାମିକ ପ୍ରଚାରକ ଜାକିର ନାୟକ ୨୦୧୨ରେ  ହିନ୍ଦୁମାନଙ୍କ ଧାର୍ମିକ କାର୍ଯ୍ୟକ୍ରମ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲା। ଏ ବାବଦରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆରକୁ ଏକାଠି କରିବା ପାଇଁ  ସେ ସୁପ୍ରିମକୋର୍ଟରେ  ଆବେଦନ ଦାଖଲ କରିଛି।

gdjgdgjgj

ନୂଆଦିଲ୍ଲୀ: ପଳାତକ ଅପରାଧୀ ତଥା ଇସ୍‌ଲାମିକ ପ୍ରଚାରକ ଜାକିର ନାୟକ ୨୦୧୨ରେ  ହିନ୍ଦୁମାନଙ୍କ ଧାର୍ମିକ କାର୍ଯ୍ୟକ୍ରମ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲା। ଏ ବାବଦରେ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆରକୁ ଏକାଠି କରିବା ପାଇଁ  ସେ ସୁପ୍ରିମକୋର୍ଟରେ  ଆବେଦନ ଦାଖଲ କରିଛି। ତେବେ ଅଦାଲତ ଦ୍ବାରା ପଳାତକ ଘୋଷିତ ଜାକିର ନାଏକର ଏଭଳି ଆବେଦନ ଉପରେ ମହାରାଷ୍ଟ୍ର ସରକାର ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା  ଜାକିର ନାଏକର ଆବେଦନକୁ ଖାରଜ କରିବାକୁ ଦାବି କରିବା ସହ ଏଭଳି ଆବେଦନର ଯଥାର୍ଥତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ଜଷ୍ଟିସ୍ ଅଭୟ ଏସ୍ ଓକା, ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା   ପ୍ରଶ୍ନ କରିଛନ୍ତି ଯେ ଜଣେ ପଳାତକ ଘୋଷିତ ଅପରାଧୀ  କିପରି ସମ୍ବିଧାନର ଧାରା ୩୨ ଅନୁଯାୟୀ ପିଟିସନ୍ ଦାଖଲ କରିପାରିବ। ମେହେଟ୍ଟା କହିଛନ୍ତି   ଜାକିର ନାଏକ ଭଳି ଜଣେ ପଳାତକ  ଏହି ମାମଲାରେ ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ପାଇଁ ଯୋଗ୍ୟ ନୁହଁନ୍ତି।   ମେହେଟ୍ଟା ମଧ୍ୟ ସୁପ୍ରିମ୍ କୋର୍ଟ ରେଜିଷ୍ଟ୍ରିର ଭୁଲ୍‌କୁ ଦର୍ଶାଇ କହିଛନ୍ତି ଯେ ପିଟିସନ୍‌ରେ ଜାକିର ନାଏକର ଦସ୍ତଖତ ନାହିଁ। ତେବେ ପ୍ରଶ୍ନ ଉଠୁଛି ପଳାତକ ଘୋଷିତ ହୋଇଥିବା ନାଏକ ଏଭଳି ରିଲିଫ ପାଇଁ ଧାରା ୩୨ ଅନୁଯାୟୀ (ମୌଳିକ ଅଧିକାର ସୁନିଶ୍ଚିତ କରିବା ପାଇଁ) ପିଟିସନ୍ ଦାଖଲ କରିପାରିବ କି? ଅଦାଲତ ଦ୍ବାରା  ପଳାତକ ଘୋଷିତ ହୋଇଥିବା ବ୍ୟକ୍ତି କିପରି ଧାରା ୩୨ ପିଟିସନ୍ ଦାଖଲ କରିପାରିବେ?

ଜଣେ ପଳାତକ କିପରି ଅଦାଲତକୁ ଅନୁରୋଧ କରିପାରିବ? 

ସୂଚନାଯୋଗ୍ୟ, ଜାକିର ନାଏକର ଓକିଲ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ପ୍ରାୟ ୪୩ଟି ଏଫ୍‌ଆଇଆରକୁ ଏକାଠି କରିବାକୁ ଦାବି କରିଥିଲେ। ସେ କହିଛନ୍ତି ଯେ ତାଙ୍କ ମହକିଲଙ୍କ ବିରୋଧରେ ୬ଟି ଏଫ୍‌ଆଇଆର ବିଚାରାଧୀନ ଅଛି ଏବଂ ସେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ। ଖଣ୍ଡପୀଠ କହିଛନ୍ତି ଯେ ଦାଖଲ ହେବାକୁ ଥିବା ସତ୍ୟପାଠରେ ରାଜ୍ୟର ସମସ୍ତ ପ୍ରାଥମିକ ଆପତ୍ତି ଉଠାଇବାର ଅଧିକାର ରହିଛି, କିନ୍ତୁ ନାଏକଙ୍କ ଆବେଦନରେ ଏସଜି ଯେଉଁ ପ୍ରକ୍ରିୟାଗତ ତ୍ରୁଟି ଦର୍ଶାଇଛନ୍ତି ତାହା ମଧ୍ୟ ସୁପ୍ରିମ୍ କୋର୍ଟ ରେଜିଷ୍ଟ୍ରି ଦ୍ୱାରା ଚିହ୍ନଟ କରାଯାଇଛି। ମେହେଟ୍ଟା କହିଛନ୍ତି, ‘ରେଜିଷ୍ଟ୍ରି  କାର୍ଯ୍ୟାଳୟ ରିପୋର୍ଟରେ ତ୍ରୁଟି ଦର୍ଶାଇଛି ଯେ ତାଙ୍କୁ ପ୍ରଥମେ ଏଠାକୁ ଆସି ପିଟିସନରେ ଦସ୍ତଖତ କରିବାକୁ ପଡିବ କାରଣ  ସେ ଜଣେ ପଳାତକ।  ମାନ୍ୟବର ବିଚାରପତି ସେହି ଆପତ୍ତିକୁ ଅଣଦେଖା କରିପାରିବେ କି ବୋଲି ମେହେଟ୍ଟା କହିଛନ୍ତି। ମେହେଟ୍ଟାଙ୍କ ଯୁକ୍ତିକୁ ବିରୋଧ କରି ଜାକିର ନାଏକର ଓକିଲ ଏସ୍ ହରିହରନ କହିଛନ୍ତି ଯେ କୌଣସି ଅଦାଲତ ତାଙ୍କ ମହକିଲଙ୍କୁ ଘୋଷିତ ଅପରାଧୀ ଭାବେ ଦର୍ଶାଇନାହାନ୍ତି ଏବଂ ତାଙ୍କ ପାଖରେ ସେଭଳି କୌଣସି ନିର୍ଦ୍ଦେଶ ନାହିଁ।

ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ହରିହରନଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ମାମଲା ଜାରି ରହିବ ନା ପ୍ରତ୍ୟାହାର କରାଯିବ ତାହା ସ୍ପଷ୍ଟ କରାଯିବ। କୋର୍ଟ ମେହେଟ୍ଟାଙ୍କୁ ମଧ୍ୟ ଏହି ମାମଲାରେ ଜବାବ ଦାଖଲ କରିବାକୁ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୩ରେ ହେବ। ନାଏକ ଏବେ ବିଦେଶରେ ଲୁଚିଛି ଏବଂ ତା’ର ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଏନ୍‌ଆଇଏ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe