ଲସ୍କର୍‌ ଆତଙ୍କବାଦୀଙ୍କ ସହ ଜାକିର ନାଏକର ବୈଠକ

Advertisment

 ବିବାଦୀୟ ଇସଲାମିକ  ପ୍ରଚାରକ ତଥା ଭାରତର ‘ପଳାତକ ଅପରାଧୀ’ ଜାକିର ନାଏକ ଏବେ ପାକିସ୍ତାନ ଗସ୍ତରେ ଥିବା ବେଳେ ଏଲ୍‌ଇଟି (ଲସ୍କର ଏ ତୋଏବା)ର ଆତଙ୍କବାଦୀଙ୍କ ସହ ବୈଠକ କରିଥିବା ଦେଖିବାକୁ ମିଳିଛି।

 ବିବାଦୀୟ ଇସଲାମିକ  ପ୍ରଚାରକ ତଥା ଭାରତର ‘ପଳାତକ ଅପରାଧୀ’ ଜାକିର ନାଏକ ଏବେ ପାକିସ୍ତାନ ଗସ୍ତରେ ଥିବା ବେଳେ ଏଲ୍‌ଇଟି (ଲସ୍କର ଏ ତୋଏବା)ର ଆତଙ୍କବାଦୀଙ୍କ ସହ ବୈଠକ କରିଥିବା ଦେଖିବାକୁ ମିଳିଛି।

khfkfkhfkfhkhk

ଇସଲାମାବାଦ:  ବିବାଦୀୟ ଇସଲାମିକ  ପ୍ରଚାରକ ତଥା ଭାରତର ‘ପଳାତକ ଅପରାଧୀ’ ଜାକିର ନାଏକ ଏବେ ପାକିସ୍ତାନ ଗସ୍ତରେ ଥିବା ବେଳେ ଏଲ୍‌ଇଟି (ଲସ୍କର ଏ ତୋଏବା)ର ଆତଙ୍କବାଦୀଙ୍କ ସହ ବୈଠକ କରିଥିବା ଦେଖିବାକୁ ମିଳିଛି। ଜାକିର ନାଏକ ସେପ୍ଟେମ୍ବର ୩୦ ତାରିଖରୁ ଗୋଟିଏ ମାସ ପାଇଁ  ‌ପାକିସ୍ତାନ ଗସ୍ତରେ ଅଛି।  ପାକିସ୍ତାନର ରାଷ୍ଟ୍ରୀୟ ଅତିଥି ପାଲଟିଥିବା   ନାଏକ ୨୦୦୮ରେ ଆମେରିକା‌ ଦ୍ବାରା ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହୋଇଥିବା ଏଲ୍ଇଟି କମାଣ୍ଡର ମୁଜାମ୍ମିଲ ଇକବଲ ହାଶମି, ମହମ୍ମଦ ହାରିସ ଦାର୍‌ ଏବଂ ଫୈଜଲ ନଦିମକୁ  ଲାହୋରର ବାଦଶାହି ମସଜିଦରେ ଭେଟିବା ସହ ସେଠାରେ ଲସ୍କର୍‌ର ଏକ ସମାବେଶକୁ ଉଦ୍‌ବୋଧନ ଦେଇଥିଲା।

ଏହି କାର୍ଯ୍ୟକ୍ରମକୁ ‌ଲାହୋର ପୁଲିସ ସୁରକ୍ଷା ଦେଇଥିଲା। ତେବେ ନାଏକ ପାକିସ୍ତାନର ଜଣେ ରାଷ୍ଟ୍ରୀୟ ଅତିଥି  ହେବା ଏବଂ ଆତଙ୍କବାଦୀଙ୍କୁ ଭେଟିବା ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢ଼ାଇଛି। ଭାରତ ଏହି ଗସ୍ତକୁ ନିନ୍ଦନୀୟ ବୋଲି କହିଛି। ୨୦୦୮ରେ ମୁମ୍ବାଇ ଆକ୍ରମଣ ସମେତ ଏଲ୍‌ଇଟି ଭାରତ ବିରୋଧରେ ଅନେକ  ଆକ୍ରମଣ ପାଇଁ ମଧ୍ୟ ଦାୟୀ। ତେବେ ପାକିସ୍ତାନରେ ଜାକିର ନାଏକର  ଗସ୍ତର ପ୍ରଚାର ପ୍ରସାର ପାଇଁ ଫୈଜଲ ନଦିମ ଏବଂ ମୁଜମ୍ମିଲ ହାସମି ସମେତ ଅନ୍ୟ ଏଲ୍‌ଇଟି ସଦସ୍ୟମାନେ ଏକ ଅନ୍‌ଲାଇନ ପ୍ରଚାର ଅଭିଯାନ ଚଳାଇଥିଲେ। ଉଲ୍ଲେଖଯୋଗ୍ୟ,  ଭାରତରେ ଜାକିଏ ନାଏକ ବିରୋଧରେ ଏନ୍‌ଆଇଏ ଏକ ମାମଲା ରୁଜୁ କରିବାପରେ ଏବଂ ୟୁଏପିଏ ଅଧୀନରେ ମାମଲା ରୁଜୁ ହେବା ପରଠାରୁ ଜାକିର ନାଏକ ୨୦୧୬ ମସିହ‌ାରୁ ମାଲେସିଆରେ ରହୁଛି।  ତାକୁ ଭାରତ ଆଣିବା ପାଇଁ ପ୍ରୟାସ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe