ୟୁକ୍ରେନ୍‌କୁ ପୁଣି ୮୦୦ ନିୟୁତ ଡଲାର୍‌ ସାମରିକ ସହାୟତା ପଠାଇଥିବାରୁ  ଆମେରିକାକୁ ପ୍ରଶଂସା କଲେ ଜେଲେନ୍‌ସ୍କି

Advertisment
ୟୁକ୍ରେନ୍‌କୁ ପୁଣି ୮୦୦ ନିୟୁତ ଡଲାର୍‌ ସାମରିକ ସହାୟତା ପଠାଇଥିବାରୁ  ଆମେରିକାକୁ ପ୍ରଶଂସା କଲେ ଜେଲେନ୍‌ସ୍କି

Image Courtesy of Zee News

କିବ୍: ନୂତନ ପର୍ଯ୍ୟାୟରେ ୟୁକ୍ରେନ୍‌କୁ ୮୦୦ ନିୟୁତ ଡଲାର୍‌ ସାମରିକ ସହାୟତା ଯୋଗାଇ ଥିବାରୁ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନ୍‌ସ୍କି ଗଭୀର କୃତଜ୍ଞତା ଜଣାଇଛନ୍ତି।

ଦୈନିକ ଜାତି ଉଦ୍ଦେଶ୍ୟରେ ଦେଉଥିବା ବିଳମ୍ବିତ ରାତ୍ର ସମ୍ଭାଷଣରେ ଜେଲେନ୍‌ସ୍କି ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ୟୁକ୍ରେନ୍‌ ଗସ୍ତ କରିଥିବା ପୋଲାଣ୍ଡ୍‌, ଏସ୍ତୋନିଆ, ଲିଥୁଆନିଆ ଏବଂ ଲାଟ୍‌ଭିଆର ରାଷ୍ଟ୍ରପତିମାନଙ୍କ ପ୍ରତି ମଧ୍ୟ ସେ କୃତଜ୍ଞ।

ସେ କହିଛନ୍ତି, ଉକ୍ତ ନେତାମାନେ ଆମକୁ ପ୍ରଥମ ଦିନରୁ ସାହାଯ୍ୟ କରିଛନ୍ତି। ଆମକୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଦ୍ବିଧାବୋଧ କରି ନାହାନ୍ତି। ରୁଷ୍‌ କଟକଣା ଜାରି କରିବାରେ ମଧ୍ୟ ସନ୍ଦିହାନ ହୋଇନାହାନ୍ତି।

publive-image Image Courtesy of US Today

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ଟେଲିଫୋନ୍‌ ଯୋଗେ କଥାବାର୍ତ୍ତା ସଂକ୍ରାନ୍ତରେ ଜେଲେନ୍‌ସ୍କି କହିଛନ୍ତି ଯେ, ସେମାନେ ନୂତନ ଅସ୍ତ୍ରଶସ୍ତ୍ର ଯୋଗାଣ, ରୁଷ୍‌ ବିପକ୍ଷରେ ଆହୁରି ଅଧିକ କଡ଼ା କଟକଣା ଜାରି ଏବଂ ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ରୁଷୀୟ ସୈନିକମାନଙ୍କର ବିଚାର ବିଷୟରେ ଆଲୋଚନା କରିଛନ୍ତି।

ଜେଲେନ୍‌ସ୍କି ମଧ୍ୟ କହିଛନ୍ତି, ରୁଷୀୟ ସେନା ଅପସରି ଯାଇଥିଲେ ମଧ୍ୟ ପଶ୍ଚିମାଞ୍ଚଳ ୟୁକ୍ରେନ୍‌ରେ ଛାଡ଼ି ଯାଇଥିବା ହଜାର ହଜାର ବିସ୍ଫୋରଣ ହୋଇ ନ ଥିବା ବ‌ୋମା, ‘ମାଇନ୍‌’ ଏବଂ ‘ଟ୍ରିପ୍‌ ୱାୟାର୍‌’ ସବୁକୁ ଉଦ୍ଧାର କରାଯାଉଛି।

ଯୁଦ୍ଧ-ବିଧ୍ବସ୍ତ ନଗରୀରେ ଥିବା ନିଜ ନିଜର ଘରକୁ ଫେରୁଥିବା ଜନସାଧାରଣଙ୍କୁ ସେ ଅନୁରୋଧ କରିଛନ୍ତି ଯେ, ଯଦି ସେମାନେ କୌଣସି ଅଜଣା ସାମଗ୍ରୀ ପାଆନ୍ତି , ତୁରନ୍ତ ପୁଲିସକୁ ଖବର ଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe