ପୋଲାଣ୍ଡ୍‌ ପଳାୟନ ସମ୍ବାଦ ମିଛ; କିବ୍‌ ଅଫିସ୍‌ରେ ଥାଇ ଭିଡିଓ ପୋଷ୍ଟ୍‌ କଲେ ଜେଲେନ୍‌ସ୍କି

ଯୁଦ୍ଧ ଅନ୍ୟ ରାଷ୍ଟ୍ରରେ ଦୁର୍ଭିକ୍ଷ ଆଣିପାରେ: ଜେ‌ଲେନ୍‌ସ୍କି

Image Courtesy of OneIndia

କିବ୍: ଦେଶ ଛାଡ଼ି ପୋଲାଣ୍ଡ୍‌ ପଳାୟନ କରିଛନ୍ତି ବୋଲି ରୁଷୀୟ ଗଣମାଧ୍ୟମ କରୁଥିବା ଦାବିକୁ ଖଣ୍ଡନ କରି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେ‌ନ୍‌ସ୍କି ଆଜି ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ‘ଇନ୍‌ଷ୍ଟାଗ୍ରାମ୍‌’ରେ ଜେଲେନସ୍କି ପୋଷ୍ଟ୍‌ କରିଥିବା ଭିଡିଓରେ ତାଙ୍କ କିବ୍‌ ଅଫିସ୍‌ ଏବଂ ଅଫିସ୍‌ର ଅଧିକାରୀମାନେ ବସିଥିବା ଦେଖାଯାଉଛି।

ସେଥିରେ ଜେଲେନ୍‌ସ୍କି ଲେଖିଛନ୍ତି, ମୁଁ କିବ୍‌ରେ ଅଛି। ଏଇଠି କାମ କରୁଛି। କେହି ଖସି ପଳାଇ ନାହାନ୍ତି।

ସୂଚନାଯୋଗ୍ୟ, ରୁଷୀୟ ରାଜନୀତିଜ୍ଞ ଭିଆଚେସ୍‌ଲାଭ୍‌ ଭୋଲୋଦିନ୍‌ ଦାବି କରିଥିଲେ ଯେ, ୟୁକ୍ରେନ୍‌ ସଂସଦର ସାଂସଦମାନେ ଜେଲେ‌ନ୍‌ସ୍କିଙ୍କୁ ପାଉ ନାହାନ୍ତି। ତେଣୁ, ସେ ସୁନିଶ୍ଚିତ ପୋଲାଣ୍ଡ୍‌କୁ ପଳାୟନ କରିଥିବେ।

publive-image Image Courtesy of The New Indian Express

ଆହୁରି ମଧ୍ୟ ଗୁଜବ ଉଠିଥିଲା କି, ରୁଷୀୟ ସେନା ଆକ୍ରମଣ ତୀବ୍ରତର ହେଉଥିବା ବେଳେ ୟୁକ୍ରେନୀୟ ସଂସଦ ଗୁପ୍ତ ବୈଠକ ଡାକିବା ପାଇଁ ପ୍ରସ୍ତୁତ ହେବା ପୂର୍ବରୁ ଅର୍ଥାତ୍‌, ମାର୍ଚ ୨ ତାରିଖରେ ସେ ୟୁକ୍ରେନ୍‌ରୁ ପଳାଇଛନ୍ତି।

ସାମାଜିକ ଗଣମାଧ୍ୟମରେ ବି ଗୁଜବ ପ୍ରଘଟ ହୋଇଥିଲା ଯେ, ଜେଲେନ୍‌ସ୍କି ୟୁକ୍ରେନ୍‌ରୁ ପଳାୟନ କରିସାରିଛନ୍ତି। କେତେକ ଦାବି କରିଥିଲେ ଯେ, ୟୁକ୍ରେନ୍‌ରୁ ଖସି ପଳାଇବାରେ ସହାୟତା କରିବାକୁ ଆମେରିକା ଦେଇଥିବା ପ୍ରସ୍ତାବକୁ ସେ ଗ୍ରହଣ କରିଛନ୍ତି।

ସ୍ମରଣଯୋଗ୍ୟ, ଫେବ୍ରୁଆରି ୨୪ ତାରିଖ ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେବା ପରେ ଖବର ଆସିଥିଲା ଯେ, ‌ଜେଲେନ୍‌ସ୍କି ୟୁକ୍ରେନ୍‌ ଛାଡ଼ି ପଳାଇଛନ୍ତି। ଏହି ଗୁଜବକୁ ଖଣ୍ଡନ କରିବାକୁ ସେ ଗୋଟାଏ ସେଲ୍‌ଫି ଭିଡିଓ ରିଲିଜ୍‌ କରି କହିଥିଲେ, ମୁଁ ୟୁକ୍ରେନ୍‌ ଛାଡ଼ି ପଳାୟନ କରିବି ନାହିଁ। ପଳାୟନରେ ସହଯୋଗ କରିବାକୁ ଆମେରିକାର ପ୍ରସ୍ତାବକୁ ଏଡ଼ାଇ ସେ କହିଥିଲେ, ପଳାଇଯିବାକୁ ନୁହେଁ, ସେ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe