ଟ୍ରମ୍ପଙ୍କ ଶୁଳ୍କକୁ ଜେଲେନସ୍କିଙ୍କ ସମର୍ଥନ: ‘କ୍ଷତି ଅନୁଭବ ହେବା ଆବଶ୍ୟକ’

ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରବିବାର ରୁଷ୍‌କୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ ଆମେରିକାର ଶୁଳ୍କକୁ ଯଥାର୍ଥ ବୋଲି କହିଛନ୍ତି। କୌଣସି ଦେଶର ନାମ ନ ନେଇ ଜେଲେନସ୍କି କହିଛନ୍ତି ଯେ ବିଭିନ୍ନ ଦେଶର ନେତା ଓ ଅନୁଷ୍ଠାନଗୁଡ଼ିକର....

zelensky

କିବ୍: ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ରବିବାର ରୁଷ୍‌କୁ ସମର୍ଥନ କରୁଥିବା ଦେଶମାନଙ୍କ ଉପରେ ଆମେରିକାର ଶୁଳ୍କକୁ ଯଥାର୍ଥ ବୋଲି କହିଛନ୍ତି। କୌଣସି ଦେଶର ନାମ ନ ନେଇ ଜେଲେନସ୍କି କହିଛନ୍ତି ଯେ ବିଭିନ୍ନ ଦେଶର ନେତା ଓ ଅନୁଷ୍ଠାନଗୁଡ଼ିକର ବିବୃତିକୁ ଦୃଢ଼ କାର୍ଯ୍ୟ ଦ୍ୱାରା ସମର୍ଥନ କରାଯିବା ଆବଶ୍ୟକ। ଜେଲେନସ୍କି କହିଛନ୍ତି ଯେ, ରୁଷ୍‌ ଓ ରୁଷ୍‌ ସହ ଜଡିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ପ୍ରତିବନ୍ଧକ, କଠୋର ଶୁଳ୍କ ଓ ବାଣିଜ୍ୟ ପ୍ରତିବନ୍ଧକ ଯଥାର୍ଥ। ଏହାଦ୍ବାରା ସେମାନେ କ୍ଷତି ଅନୁଭବ କରିବା ଆବଶ୍ୟକ।

ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଆଲୋଚନା ଚାହୁନାହାନ୍ତି। ଏହା ଏକ ସ୍ପଷ୍ଟ ସଙ୍କେତ ଯେ ପୁଟିନ୍ ବିଶ୍ୱକୁ ପରୀକ୍ଷା କରୁଛନ୍ତି- ସେମାନେ ଏହାକୁ ଗ୍ରହଣ କରିବେ ନା ବରଦାସ୍ତ କରିବେ। ଏହାବ୍ୟତୀତ  ୟୁକ୍ରେନ୍ ରାଷ୍ଟ୍ରପତି ଦୋହରାଇଛନ୍ତି ଯେ, ରୁଷ୍‌ ସହ ଚୁକ୍ତି ଜାରି ରଖିଥିବା ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବା ଠିକ୍ ବିଚାର। ୟୁକ୍ରେନର ଅଧିକାରୀଙ୍କ କହିବା ଅନୁସାରେ, ରବିବାର ରାତିରେ ରୁଷ୍ ୟୁକ୍ରେନ୍ ଉପରେ ୪ଟି ବାଲିଷ୍ଟିକ୍‌ ସମେତ ୮୦୦ରୁ ଅଧିକ ଡ୍ରୋନ୍ ଏବଂ ୧୩ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ପ୍ରଧାନମନ୍ତ୍ରୀ ୟୁଲିଆ ସ୍ବିରିଡେଙ୍କୋ କହିଛନ୍ତି, ପ୍ରଥମ ଥର ପାଇଁ ଶତ୍ରୁ ଆକ୍ରମଣରେ ସରକାରୀ କୋଠା, ଏହାର ଛାତ ଓ ଉପର ମହଲା କ୍ଷତିଗ୍ରସ୍ତ ହୋଇଛି। ଟ୍ରମ୍ପ ପ୍ରଶାସନ ରୁଷ୍‌ ତୈଳ କିଣିବା ପାଇଁ ଭାରତ ଉପରେ ଶୁଳ୍କ ଲଗାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe