ୟୁଏସ୍‌ କଂଗ୍ରେସରେ ଜେଲେନସ୍କିଙ୍କ ଉଦ୍‌ବୋଧନ: ୯/୧୧ ଆକ୍ରମଣ ପ୍ରସଙ୍ଗ ଉଠାଇ ରୁଷ୍‌କୁ ଘେରିଲେ

ୟୁଏସ୍‌ କଂଗ୍ରେସରେ ଜେଲେନସ୍କିଙ୍କ ଉଦ୍‌ବୋଧନ: ୯/୧୧ ଆକ୍ରମଣ ପ୍ରସଙ୍ଗ ଉଠାଇ ରୁଷ୍‌କୁ ଘେରିଲେ

Algemeiner.com

ୱାସିଂଟନ: ରୁଷ୍‌ ନିଜର ସୁରକ୍ଷା କାରଣ ଦର୍ଶାଇ ୟୁକ୍ରେନ୍‌ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ରାଷ୍ଟ୍ରପତି ବୋଲ୍‌ଡିମିର ଜେଲେନସ୍କି ରୁଷ୍‌ ବିରୋଧରେ ବିଶ୍ବବ୍ୟାପୀ ସମର୍ଥନ ହାସଲ ପାଇଁ ପ୍ରୟାସ ଜାରି ରଖିଛନ୍ତି। ଆଜି ଜେଲେନସ୍କି ଆମେରିକା କଂଗ୍ରେସରେ ଉଦ୍‌ବୋଧନ ଦେଇ ରୁଷ୍‌ର ଦମନରୁ ରକ୍ଷା କରିବା ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ‘ରୁଷ୍‌ ଆମର ମୂଲ୍ୟବୋଧ, ସଂସ୍କୃତି ଏବଂ ବଞ୍ଚିବାର ଅଧିକାର ଉପରେ ଆକ୍ରମଣ କରିଛି ଏବଂ ଆମର ଜାତୀୟ ସ୍ବାର୍ଥକୁ ଏହା ଆଘାତ କରିଛି। ଆମେରିକୀୟମାନେ ନିଜର ସୁରକ୍ଷା ଓ ସମ୍ମାନ ନେଇ ଯେଉଁ ସ୍ବପ୍ନ ଦେଖିଥିଲେ, ଆମେ ମଧ୍ୟ ସେଭଳି ସ୍ବପ୍ନକୁ ସାକାର କରିବାକୁ ପ୍ରୟାସରତ ଥିବା ବେଳେ ଆମ ଉପରେ ଆକ୍ରମଣ ହୋଇଛି’ ବୋଲି ଜେଲେନସ୍କି କହିଥିଲେ।

ଆମେରିକୀୟ ସାଂସଦମାନେ ୟୁକ୍ରେନ୍‌ ସଂପର୍କରେ ଚିନ୍ତା କଲାବେଳେ ୯/୧୧ ଆକ୍ରମଣ ସଂପର୍କରେ ଚିନ୍ତା କରନ୍ତୁ ବୋଲି ଜେଲେନସ୍କି କହିଥିଲେ। ଯଦି ‘ନୋ ଫ୍ଲାଏ’ ଜୋନ୍‌ ଘୋଷଣା ସମ୍ଭବ ହେଉନାହିଁ ତା’ହେଲେ ୟୁକ୍ରେନ୍‌କୁ ଆମେରିକା ଯୁଦ୍ଧ ବିମାନ ଏବଂ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଯୋଗାଇ ଦେଉ ବୋଲି ଜେଲେନସ୍କି ଏକ ଭାବପ୍ରବଣ ସମ୍ବୋଧନରେ କହିଥିଲେ। ଏହା ପୂର୍ବରୁ ଜେଲେନସ୍କି ବ୍ରିଟେନ୍‌ ଏବଂ ଅନ୍ୟ କେତେକ ରାଷ୍ଟ୍ରର ସଂସଦକୁ ମଧ୍ୟ ସମ୍ବୋଧନ କରି ଏଭଳି ସହାୟତା ଲୋଡ଼ିଛନ୍ତି। ରୁଷ୍‌ ଆକ୍ରମଣର ମୁକାବିଲା ପାଇଁ ୟୁକ୍ରେନ୍‌ ଆମେରିକା ଓ ୟୁରୋପୀୟ ରାଷ୍ଟ୍ରଙ୍କ ସହାୟତାରେ ଏକ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଶାନ୍ତି ଆଲୋଚନାରେ ମଧ୍ୟ ଏହା ଏକ ବାଧକ ସାଜୁଛି ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe