ୟୁକ୍ରେନ୍‌ ଆକ୍ରମଣରେ ରୁଷ୍‌କୁ ସାହାଯ୍ୟ କରିବା ପାଇଁ ଆସୁଥିବା ଭଡ଼ାଟିଆ ସୈନିକମାନଙ୍କୁ ଜେଲେନ୍‌ସ୍କିଙ୍କ କଡ଼ା ଚେତାବନୀ

Advertisment
ୟୁକ୍ରେନ୍‌ ଆକ୍ରମଣରେ ରୁଷ୍‌କୁ ସାହାଯ୍ୟ କରିବା ପାଇଁ ଆସୁଥିବା ଭଡ଼ାଟିଆ ସୈନିକମାନଙ୍କୁ ଜେଲେନ୍‌ସ୍କିଙ୍କ କଡ଼ା ଚେତାବନୀ

Image Courtesy of Business Insider

କିବ୍‌: ୟୁକ୍ରେନ୍‌ ବିରୋଧରେ ଲଢ଼େଇ କରିବା ପାଇଁ ରୁଷ୍‌କୁ ସହଯୋଗ କରିବା ଲାଗି ଅର୍ଥ ନେଇ ସ୍ବଇଚ୍ଛାରେ ଆସୁଥିବା ବିଦେଶୀ ସୈନିକମାନଙ୍କୁ କଡ଼ା ଚେତାବନୀ ଦେଇ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି, ଏଭଳି ନିଷ୍ପତ୍ତି ହେବ ସେମାନଙ୍କ ଜୀବନର ସବୁଠୁ ମନ୍ଦ ନିଷ୍ପତ୍ତି।

ଶୁକ୍ରବାର ପ୍ରତ୍ୟୁଷରେ ତାଙ୍କ ‘ଟେଲିଗ୍ରାମ୍‌ ଚାନେଲ୍‌’ରେ ପୋଷ୍ଟ୍‌ କରିଥିବା ଭିଡିଓ ଉଦ୍‌ବୋଧନରେ ଜେଲେନ୍‌ସ୍କି କହିଛନ୍ତି ଯେ, ରୁଷୀୟ ସେନାରେ ଯୋଗ ଦେବା ପାଇଁ ଅନ୍ୟ ଦେଶମାନଙ୍କରୁ ଭଡ଼ାଟିଆ (ମୁକ୍ତବୃତ୍ତ) ସୈନିକମାନଙ୍କୁ ନିଯୁକ୍ତି ଦିଆଯିବା ବିଷୟରେ ୟୁକ୍ରେନ୍‌ ଅବଗତ ଅଛି।

ଆମେ ମଧ୍ୟ ଜାଣୁ ଏ ଭଳି ନିଯୁକ୍ତି ସେମାନଙ୍କୁ (ସୈନିକମାନଙ୍କୁ) ଉପକୃତ କରିବ ନାହିଁ। ତେଣୁ, ୟୁକ୍ରେନ୍‌ ଭୂଇଁକୁ ଅଧିକାର କରିବାକୁ ଉଦ୍ୟମ କରୁଥିବା ଶତ୍ରୁ ଦେଶକୁ ସହଯୋଗ କରିବା ଆସୁଥିବା ସୈନିକମାନଙ୍କୁ ଏବେଠୁ ମୁଁ ଚେତାଇ ଦେଉଛି ଯେ, ଏଭଳି ନିଷ୍ପତ୍ତି ଆପଣମାନଙ୍କ ଜୀବନର ସବୁଠୁ ମନ୍ଦ ନିଷ୍ପତ୍ତିରେ ପରିଣତ ହେବ।

publive-image Image Courtesy of India Today

ସେ ଆହୁରି ମଧ୍ୟ କହିଛନ୍ତି, ଅଳ୍ପାୟୁଷ ପାଇଁ ଦିଆଯାଉ ଥିବା ଅର୍ଥ ଠାରୁ ବଡ଼ ହେଉଛି ଦୀର୍ଘ ଆୟୁଷ।

ସୂଚନାଯୋଗ୍ୟ, ୟୁକ୍ରେନ୍‌ ଉପରେ ସାମରିକ ଅଭିଯାନ ଚଳାଇବା ପାଇଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଆଦେଶ ଦେବାର ୩ ସପ୍ତାହରୁ ଅଧିକ ସମୟ ହୋଇଯାଇଥିଲେ ବି ଆକ୍ରମଣ ମନ୍ଥର ଗତିରେ ଚାଲିଛି। ଫଳରେ, ଅଧିକ ସୈନିକ ମୃତ୍ୟୁବରଣ କରୁଥିବାରୁ କ୍ରେମ୍‌ଲିନ୍‌ ଚେଚେନ୍‌ ଯୋଦ୍ଧା, ସିରୀୟ ଭଡ଼ାଟିଆ ସୈନିକ ଏବଂ ରୁଷ୍‌ର କୁଖ୍ୟାତ ‘ୱାଙ୍ଗର୍‌ ଗ୍ରୁପ୍‌’ରୁ ଯୋଦ୍ଧାମାନଙ୍କୁ ନିଯୁକ୍ତି ଦେଉଛି।

ଏହି ଭଡ଼ାଟିଆ ଆକ୍ରମଣକାରୀଙ୍କ କବଳରୁ ଜେଲେନ୍‌ସ୍କି କେତେ ଥର ବର୍ତ୍ତି ଗଲେଣି ବୋଲି କେତେଗୁଡ଼ିଏ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe