ରୁଷ୍ ସହ ଯୁଦ୍ଧ ଶେଷ ହେବା ପରେ ଇସ୍ତଫା ଦେବି: ଜେଲେନସ୍କି

ରୁଷ୍ ସହ ଯୁଦ୍ଧ ଶେଷ ହେବା ପରେ ଇସ୍ତଫା ଦେବି। ଏଭଳି କହିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ତାଙ୍କ କହିବା ମୁତାବକ, ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ସେ ପଦ ଛାଡିବାକୁ ପ୍ରସ୍ତୁତ ହେବେ।

New Project (14)

ନୂଆଦିଲ୍ଲୀ: ରୁଷ୍ ସହ ଯୁଦ୍ଧ ଶେଷ ହେବା ପରେ ଇସ୍ତଫା ଦେବି। ଏଭଳି କହିଛନ୍ତି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି। ତାଙ୍କ କହିବା ମୁତାବକ, ରୁଷ ସହିତ ଯୁଦ୍ଧ ଶେଷ ହେବା ପରେ ସେ ପଦ ଛାଡିବାକୁ ପ୍ରସ୍ତୁତ ହେବେ। ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ତାଙ୍କର ପ୍ରାଥମିକତା ହେଉଛି ସଂଘର୍ଷକୁ ସମାପ୍ତ କରିବା। ଆଉ ଏକ କାର୍ଯ୍ୟକାଳ ପାଇଁ ନିର୍ବାଚନ ଲଢ଼ିବା ନୁହେଁ । ଏକ ସାକ୍ଷାତକାରରେ ସେ ଏଭଳି କହିଥିବା ଜଣାଯାଇଛି।

ଏହି ମନ୍ତବ୍ୟ ଦେଇ ସ୍ପଷ୍ଟ କରିଛନ୍ତି ଯେ, ସେ ଅନିର୍ଦ୍ଦିଷ୍ଟ କାଳ ପାଇଁ କ୍ଷମତାରେ ରହିବାକୁ ଚାହୁଁନାହାଁନ୍ତି। ୨୦୨୨ ମସିହାରେ ରୁଷର ଆକ୍ରମଣ ପରେ ବିଶ୍ୱସ୍ତରୀୟ ପ୍ରସିଦ୍ଧି ହାସଲ କରିଥିବା ଜେଲେନସ୍କିଙ୍କୁ ମସ୍କୋ ଜଣେ ସଚ୍ଚୋଟ୍ ନେତା ଭାବରେ ଗ୍ରହଣ କରିନାହିଁ। ଏହି ବର୍ଷ ଆରମ୍ଭରେ, ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ କହିଥିଲେ ଯେ, କ୍ରେମଲିନ୍ କୌଣସି ସମ୍ଭାବ୍ୟ ଶାନ୍ତି ଚୁକ୍ତିନାମା ଉପରେ ଜେଲେନସ୍କିଙ୍କ ସ୍ୱାକ୍ଷରକୁ ଗ୍ରହଣ କରିବ ନାହିଁ।

ଏକ ସାକ୍ଷାତକାରରେ ସେ କହିଥିଲେ ଯେ, "ଯେତେବେଳେ ଆମେ ଏପରି ଏକ ପର୍ଯ୍ୟାୟରେ ପହଞ୍ଚିଥାଉ ଯେଉଁଠି ଆମକୁ ଜରୁରୀ ଦସ୍ତାବିଜ୍‌ରେ ସ୍ୱାକ୍ଷରର ଆବଶ୍ୟକତା ପଡେ, ସେତେବେଳେ ସ୍ବାକ୍ଷର କରୁଥିବା ବ୍ୟକ୍ତି ଆଇନ ସମ୍ମତ ହୋଇଥିବା ଦରକାର ଏବଂ ବର୍ତ୍ତମାନ ଜେଲେନସ୍କି ଆଇନ ସମ୍ମତ ନେତା ନୁହନ୍ତି।"

ଅନ୍ୟପକ୍ଷରେ କିଛି ଦିନ ତଳେ ଜାତିସଂଘ ସାଧାରଣ ପରିଷଦକୁ ସମ୍ବୋଧିତ କରି ଜେଲେନସ୍କି ଯୁଦ୍ଧବିରତି ସମ୍ଭାବନାକୁ ଖାରଜ କରି କହିଥିଲେ ଯେ, "ମସ୍କୋର ଶାନ୍ତିରେ କୌଣସି ଆଗ୍ରହ ନାହିଁ। ହଜାର ହଜାର ୟୁକ୍ରେନୀୟ ପିଲାଙ୍କୁ ଅପହରଣ, ଭିତ୍ତିଭୂମିକୁ ଟାର୍ଗେଟ ଏବଂ ୟୁରୋପକୁ ଅସ୍ଥିର କରିବାକୁ ଚେଷ୍ଟା କରୁଛି ରୁଷ୍। ୟୁକ୍ରେନୀୟମାନେ ଶାନ୍ତିପ୍ରିୟ ଲୋକ। ରକ୍ତପାତ ସମୟରେ ମଧ୍ୟ ସେମାନେ ଶାନ୍ତି ବଜାୟ ରଖିଥିଲେ।"

volodymyr-zelensky 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe