ମୋଦୀଙ୍କୁ ଭେଟିଲେ ଜେ‌‌ଲେନକ୍ସି: ରୁଷ-ୟୁକ୍ରେନ ଅସ୍ତ୍ରବିରତି ନେଇ ଆଲୋଚନା

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ରୁଷିଆ-ୟୁକ୍ରେନ ବିବାଦର ଶୀଘ୍ର ସମାଧାନ ତଥା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ସମର୍ଥନକୁ ମୋଦୀ ଦୋହରାଇଛନ୍ତି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ରୁଷିଆ-ୟୁକ୍ରେନ ବିବାଦର ଶୀଘ୍ର ସମାଧାନ ତଥା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ସମର୍ଥନକୁ ମୋଦୀ ଦୋହରାଇଛନ୍ତି...

WhatsApp Image 2024-09-24 at 4.44.36 PM

ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି।  ୟୁକ୍ରେନ ବିବାଦର ଶୀଘ୍ର ସମାଧାନ ତଥା ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଭାରତର ସମର୍ଥନକୁ ମେଦୀ ଦୋହରାଇଛନ୍ତି। ତିନି ଦିନିଆ ଆମେରିକା ଗସ୍ତରେ ଥିବା ମୋଦୀ ସୋମବାର ଦିନ ନ୍ୟୁୟର୍କର ଐ ତିହାସିକ ଜାତିସଂଘ ଶିଖର ସମ୍ମିଳନୀରେ ଜେଲେନସ୍କିଙ୍କୁ ଭେଟିଛନ୍ତି।

ପ୍ରାୟ ଏକ ମାସ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ହେଉଛି ଦ୍ୱିତୀୟ  ସାକ୍ଷାତ୍।  ପ୍ରଧାନମନ୍ତ୍ରୀଙ୍କ ୟୁକ୍ରେନ ଗସ୍ତ ସମୟରେ ସେମାନେ ଅଗଷ୍ଟ ୨୩ରେ ୟୁକ୍ରେନର ରାଜଧାନୀ କିଭ୍‌ରେ ପରସ୍ପରକୁ ଭେଟିଥିଲେ।

ମୋଦୀ  ସୋସିଆଲ ମିଡ଼ିଆ ପ୍ଲାଟଫର୍ମ 'ଏକ୍ସ'ରେ ଏନେଇ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ନ୍ୟୁୟର୍କରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ  ଭେଟ ହୋଇଛି। ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଗତ ମାସରେ ମୋର ୟୁକ୍ରେନ ଗସ୍ତର ଫଳାଫଳକୁ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ।

ବିବାଦର ଶୀଘ୍ର ସମାଧାନ ତଥା ୟୁକ୍ରେନରେ ଶାନ୍ତି ଏବଂ ସ୍ଥିରତାର ପୁନରୁଦ୍ଧାର ପାଇଁ ଭାରତର ସମର୍ଥନକୁ  ମ‌ୋଦୀ ଦୋହରାଇଛନ୍ତି। ଏହି ବୈଠକରେ ଜେଲେନସ୍କି ୟୁକ୍ରେନ ବିବାଦକୁ ନେଇ ଭାରତର ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏହି ସ୍ଥିତିରୁ ମୁକ୍ତି ପାଇବା ପାଇଁ ପ୍ରୟାସ କରିଥିବାରୁ ଜେଲେନକ୍ସି  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ବୋଲି ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଏଠାରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିକ୍ରମ  କହିଛନ୍ତି ଯେ ଦୁଇ ନେତା ପରସ୍ପର ମଧ୍ୟରେ ଘନିଷ୍ଠ ସମ୍ପର୍କ ଜାରି ରଖିବାକେୁ ସହମତି ପ୍ରକାଶ କରିଛନ୍ତି। 

ବୈଦେଶିକ ମନ୍ତ୍ରଣାଳୟ 'ଏକ୍ସ'ରେ ପୋଷ୍ଟ କରି କହିଛି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ବୈଠକରେ ଭେଟିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଦୁଇ ନେତା ମତ ରଖିଥିଲେ। ସେମାନେ ୟୁକ୍ରେନର ପରିସ୍ଥିତି ଉପରେ ମଧ୍ୟ ଆଲୋଚନା କରିଥିଲେ। ସଂଳାପ ଏବଂ କୂଟନୀତି ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଭାରତର ଇଚ୍ଛାକୁ ଦୋହରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe