ନୂଆଦିଲ୍ଲୀ: ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଶିକ୍ଷାବର୍ଷରେ ସାରା ଦେଶରେ ପ୍ରାୟ ୮,୦୦୦ ସ୍କୁଲରେ ନାମଲେଖା ଶୂନ୍ ରହିଛି। ପଶ୍ଚିମବଙ୍ଗରେ ଏପରି ଅଧିକାଂଶ ସ୍କୁଲ ରହିଛି। ଏହା ପଛକୁ ତେଲେଙ୍ଗାନା ରହିଛି।
ଶୂନ ନାମଲେଖା ଥିବା ବିଦ୍ୟାଳୟଗୁଡ଼ିକରେ ମୋଟ ୨୦,୮୧୭ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି।ସେଥିମଧ୍ୟରୁ ପଶ୍ଚିମବଙ୍ଗରେ ୧୭,୯୬୫ ଜଣ ଶିକ୍ଷକ ଅଛନ୍ତି। ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷରେ ନାମଲେଖା ଶୂନ ଥିବା ସର୍ବାଧିକ ସଂଖ୍ୟକ ୩,୮୧୨ ବିଦ୍ୟାଳୟ ରହିଛି।
ଶିକ୍ଷା ମନ୍ତ୍ରଣାଳୟର ପରିସଂଖ୍ୟାନ ଅନୁଯାୟୀ, ୭,୯୯୩ ସ୍କୁଲରେ ନାମଲେଖା ଶୂନ୍ ରହିଛି। ଯାହା ପୂର୍ବ ବର୍ଷର ୧୨,୯୫୪ ଗଣନା ତୁଳନାରେ ୫,୦୦୦ରୁ ଅଧିକ ହ୍ରାସ ପାଇଛି।
ହରିୟାଣା, ମହାରାଷ୍ଟ୍ର, ଗୋଆ, ଆସାମ, ହିମାଚଳ ପ୍ରଦେଶ, ଛତିଶଗଡ଼, ନାଗାଲାଣ୍ଡ, ସିକିମ ଏବଂ ତ୍ରିପୁରାରେ ଏପରି କୌଣସି ସ୍କୁଲ ନାହିଁ।
ସ୍କୁଲ ଶିକ୍ଷା ଏକ ରାଜ୍ୟ ବିଷୟ, ରାଜ୍ୟଗୁଡ଼ିକୁ ସ୍କୁଲରେ ଶୂନ୍ ନାମଲେଖା ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। କିଛି ରାଜ୍ୟ ଭିତ୍ତିଭୂମି ଏବଂ କର୍ମଚାରୀ ଭଳି ସମ୍ବଳର ସର୍ବୋତ୍ତମ ଉପଯୋଗ ପାଇଁ କିଛି ସ୍କୁଲକୁ ମିଶ୍ରଣ କରିଥିବା କୁହାଯାଉଛି।
ତଥ୍ୟ ଅନୁଯାୟୀ, ପୁଡୁଚେରୀ, ଲାକ୍ଷାଦ୍ୱୀପ, ଦାଦ୍ରା ଏବଂ ନଗର ହାବେଳୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଡାମନ ଏବଂ ଡିଉ ତଥା ଚଣ୍ଡିଗଡ଼ ଆଦି କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି ସ୍କୁଲରେ ଶୂନ୍ ନାମଲେଖା ନାହିଁ। ଦିଲ୍ଲୀରେ ମଧ୍ୟ କୌଣସି ସ୍କୁଲରେ ଶୂନ୍ ନାମଲେଖା ହୋଇନାହିଁ।
ଏପରି ସ୍କୁଲର ଦ୍ୱିତୀୟ ସର୍ବାଧିକ ସଂଖ୍ୟା ତେଲେଙ୍ଗାନାରେ ରହିଛି। ରାଜ୍ୟରେ ୨,୨୪୫ ସ୍କୁଲ ରହିଛି। ଏହା ପରେ ମଧ୍ୟପ୍ରଦେଶରେ ୪୬୩ ସ୍କୁଲ। ତେଲେଙ୍ଗାନାରେ ଏହି ସ୍କୁଲଗୁଡ଼ିକରେ ୧,୦୧୬ ଜଣ ଶିକ୍ଷକ ନିଯୁକ୍ତ ଥିବାବେଳେ ମଧ୍ୟ ମଧ୍ୟପ୍ରଦେଶରେ ୨୨୩ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି।
ଉତ୍ତର ପ୍ରଦେଶରେ ଏପରି ୮୧ଟି ସ୍କୁଲ ରହିଛି। ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦ (ୟୁପି ବୋର୍ଡ) ଘୋଷଣା କରିଥିଲା ​​ଯେ, ରାଜ୍ୟବ୍ୟାପୀ ଅନୁବନ୍ଧିତ ସ୍କୁଲଗୁଡ଼ିକର ମାନ୍ୟତା ପ୍ରତ୍ୟାହାର କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ସେଭଳି ସ୍କୁଲରେ ଗତ ତିନି ଶିକ୍ଷାବର୍ଷ ଧରି ଶୂନ୍ ଛାତ୍ର ନାମଲେଖା ରେକର୍ଡ କରାଯାଇଛି।
ଦେଶରେ ଜଣେ ଶିକ୍ଷକ ଥିବା ଲକ୍ଷେରୁ ଅଧିକ ସ୍କୁଲ
ସାରା ଦେଶରେ ୩୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୧ ଲକ୍ଷରୁ ଅଧିକ କେବଳ ଜଣେ ଶିକ୍ଷକଥିବା ବିଦ୍ୟାଳୟରେ ନାମ ଲେଖାଇଛନ୍ତି। ଯେଉଁଥିରେ ଆନ୍ଧ୍ର ପ୍ରଦେଶ ସର୍ବାଧିକ ସଂଖ୍ୟକ ବିଦ୍ୟାଳୟ ରେକର୍ଡ କରାଯାଇଛି। ଏହା ପଛକୁ ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ରହିଛନ୍ତି।
ଜଣେ ଶିକ୍ଷକ ଥିବା ସ୍କୁଲରେ ଛାତ୍ର ନାମଲେଖାରେ ଉତ୍ତର ପ୍ରଦେଶ ତାଲିକାର ଶୀର୍ଷରେ ଅଛି। ଏହା ପଛକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ମଧ୍ୟପ୍ରଦେଶ ରହିଛନ୍ତି।।
ଜଣେ ଶିକ୍ଷକ ଥିବା ବିଦ୍ୟାଳୟ ସଂଖ୍ୟା ୨୦୨୨-୨୩ ରେ ୧,୧୮,୧୯୦ରୁ ୨୦୨୩-୨୪ରେ ୧,୧୦,୯୭୧କୁ ହ୍ରାସ ପାଇଥିଲା। ଯାହା ପ୍ରାୟ ୬% ହ୍ରାସ ପାଇଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/28/zero-enrolment-in-8000-schools-zero-enrolment-in-8000-schools-in-the-country-20000-teachers-have-been-appointed-2025-10-28-17-01-33.jpg)