କୋଭିସିଲ୍ଡ ଟିକା ନେବା ପରେ କେହି ଡାକ୍ତରଖାନା ଯିବେ ନାହିଁ, ବିକ୍ରି ପାଇଁ ପ୍ରସ୍ତୁତ ୫୦ମିଲିୟନ ଡୋଜ: ଅଦର ପୁନାଓ୍ଵାଲା

Advertisment
କୋଭିସିଲ୍ଡ ଟିକା ନେବା ପରେ କେହି ଡାକ୍ତରଖାନା ଯିବେ ନାହିଁ, ବିକ୍ରି ପାଇଁ ପ୍ରସ୍ତୁତ ୫୦ମିଲିୟନ ଡୋଜ: ଅଦର ପୁନାଓ୍ଵାଲା

The Economic Times

ନୂଆଦିଲ୍ଲୀ: ସୀମିତ ଜରୁରୀକାଳୀନ ବ୍ୟବହାର ନିମନ୍ତେ ‘କୋଭିସିଲ୍‌ଡ୍‌’କୁ ଭାରତର ‘ଡ୍ରଗ୍‌ସ୍‌ ରେଗୁଲେଟର୍‌’ ଅନୁମୋଦନ ଦେବା ପରେ ଏବେ କୋଭିସିଲ୍ଡ ଟିକାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଆଗାମୀ ସପ୍ତାହମାନଙ୍କରେ ଶୁଭାରମ୍ଭ ପାଇଁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ବିକଶିତ କରୋନାଭାଇରସ୍‌ ଟିକା ‘କୋଭିସିଲ୍‌ଡ୍‌’ ପ୍ରସ୍ତୁତ ବୋଲି ରବିବାର ଦିନ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ର ‘ସିଇଓ’ ଅଦର ପୁନାଓ୍ଵାଲା କହିଥିଲେ। ଏବେ ଏକ ସାକ୍ଷାତକାରରେ ଏହି ଟିକା ନେବା ପରେ କାହାକୁ କରୋନା ପାଇଁ ଡାକ୍ତରଖାନା ଯିବାକୁ ପଡ଼ିବ ନାହିଁ ବୋଲି ସେ କହିଛନ୍ତି। ଏହା ସହ ବିକ୍ରି ପାଇଁ ୫୦ମିଲିୟନ ଡୋଜ ପ୍ରସ୍ତୁତ ଥିବା ମଧ୍ୟ ସେ କହିଛନ୍ତି।

ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ୫୦ମିଲିୟନ ଡୋଜର ପରୀକ୍ଷା କରାଯାଇ ବିକ୍ରି ପାଇଁ ରଖାଯାଇ ସାରିଛି। ଆମେ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛୁ। ଆଦେଶ ମିଳିବା ପରେ ଆମେ ବିକ୍ରି କରିବା ଆରମ୍ଭ କରିବୁ। ବିଶ୍ବସ୍ତରରେ ଯେଉଁମାନେ କୋଭିସିଲ୍ଡ ଟିକା ନେଇଛନ୍ତି, ସେମାନେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନା ଯିବାକୁ ପଡ଼ିନାହିଁ।

Serum Institute 'hopeful' Of EUA By December-end, India Vaccination Drive  Could Begin From January, Says Adar Poonawalla Moneycontrol

ଏହା ପୂର୍ବରୁ ସେ ଟୁଇଟ କରି ଲେଖିଥିଲେ ଯେ, ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା! ଟିକା ଗଚ୍ଛିତ ରଖି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଯେଉଁ ଆଶଙ୍କା ମଧ୍ୟରେ ଥିଲା, ଶେଷରେ ତାହା ଦୂର ହୋଇଛି। ଅନୁମୋଦନ ପାଇଥିବା ଭାରତର ପ୍ରଥମ କୋଭିଡ୍‌-୧୯ ଟିକା ‘କୋଭିସିଲ୍‌ଡ୍‌’ ନିରାପଦ, ଫଳପ୍ରଦ ଏବଂ ଆସନ୍ତା ସପ୍ତାହମାନଙ୍କରେ ଏହାର ଶୁଭାରମ୍ଭ ହେବ। ସହଯୋଗ ନିମନ୍ତେ ସମ୍ମାନୀୟ ଶ୍ରୀ ନରେନ୍ଦ୍ର ମୋଦୀ ଜୀ, ସମ୍ମାନନୀୟ ଡାକ୍ତର ଶ୍ରୀ ହର୍ଷ ବର୍ଦ୍ଧନ ଜୀ, ଭାରତର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଦିଲ୍ଲୀର ‘ଆଇସିଏମ୍‌ଆର୍‌’ ଏବଂ ବିଲ୍‌ ଗେଟ୍‌ସ୍‌ଙ୍କୁ ଧନ୍ୟବାଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe