ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନ ହାସଲ କରି ଇତିହାସ ସୃଷ୍ଟି କରିଥିବା ବେଳେ କଂଗ୍ରେସ ୫୨ ଆସନରେ ସୀମିତ ରହିଯାଇଛି। ତେବେ ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସ ଏଥର ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳରେ ଖାତା ଖୋଲିବାରେ ଅସମର୍ଥ ହୋଇଛି। ବିଜେପି ମଧ୍ୟ ୪ଟି ରାଜ୍ୟରେ ଖାତା ଖୋଲିବାରେ ସମର୍ଥ ହୋଇନାହିଁ। ବିଜେପି କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ ଏବଂ ପୁଡ଼ୁଚେରୀରେ ଗୋଟିଏ ବି ଆସନ ପାଇବାକୁ ସମର୍ଥ ହୋଇନାହିଁ। ଅନ୍ୟପକ୍ଷରେ କଂଗ୍ରସର ସ୍ଥିତି ଯଥେଷ୍ଟ ଦୁର୍ବଳ ରହିଛି। କଂଗ୍ରେସ ଏଥର ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ, ଜମ୍ମୁ କଶ୍ମୀର, ମଣିପୁର, ମିଜୋରାମ, ରାଜସ୍ଥାନ, ସିକ୍କିମ, ତ୍ରିପୁରା, ଉତ୍ତରାଖଣ୍ଡ, ଆଣ୍ଡାମାନ ଏବଂ ନିକୋବର, ଚଣ୍ଡିଗଡ଼, ଦାଦ୍ରା ନଗର ହାବେଳି, ଡାମନ ଡିଉ ଏବଂ ଲକ୍ଷାଦ୍ବୀପରେ କଂଗ୍ରେସ କୌଣସି ଆସନ ପାଇନାହିଁ। ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି ଯେ ବିଜେପି ୧୭ଟି ରାଜ୍ୟରେ ୫୦ ପ୍ରତିଶତ ଭୋଟ୍ ପାଇଛି। ଏହି ରାଜ୍ୟଗୁଡ଼ିକ ହେଲା ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦିଲ୍ଳୀ, ଗୁଜରାଟ, ହରିୟାଣା, ହିମାଚଳ, କର୍ଣ୍ଣାଟକ, ରାଜସ୍ଥାନ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ବିହାର ଏବଂ ଉତ୍ତର ପ୍ରଦେଶ।
୧୬ ରାଜ୍ୟରେ କଂଗ୍ରେସ, ୪ଟିରେ ବିଜେପି ଖାତା ଖୋଲିପାରି ନାହିଁ
Advertisment
Follow Us