Image Courtesy of India Today
ନୂଆଦିଲ୍ଲୀ: ଏଭଳି ଦୁର୍ବ୍ୟବହାର ପାଇଁ କଠୋର ଶାସ୍ତି ରହିଛି ବୋଲି ରାଞ୍ଚି ବିମାନ ବନ୍ଦରରେ ଜଣେ ଭିନ୍ନକ୍ଷମ ପିଲାକୁ ‘ଇଣ୍ଡିଗୋ ବିମାନ’ରେ ଆରୋହଣ କରାଇ ଦିଆଯାଇ ନ ଥିବା ରିପୋର୍ଟ ପାଇଁବା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ କହିଛନ୍ତି।
ବ୍ୟକ୍ତିଗତ ଭାବେ ସେ ଏହି ଘଟଣାର ତଦନ୍ତ କରୁଛନ୍ତି କହି ସନ୍ଧିଆ ଟୁଇଟ୍ କରି ଲେଖିଛନ୍ତି, ଏୟାର୍ଲାଇନ୍ କର୍ମଚାରୀମାନଙ୍କର ଏତାଦୃଶ ଦୁର୍ବ୍ୟବହାର ପାଇଁ କଠୋର ଶାସ୍ତି ବ୍ୟବସ୍ଥା ରହିଛି। କୌଣସି ଲୋକଙ୍କ ପ୍ରତି ଏଭଳି ଦୁର୍ବ୍ୟବହାର କରାଯିବା ଅନୁଚିତ। ନିଜେ ଘଟଣାର ତଦନ୍ତ କରୁଛି। ଏହାପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Image Courtesy of NDTVଉଲ୍ଲେଖଯୋଗ୍ୟ, ଘଟଣା ସମୟରେ ଉପସ୍ଥିତ ଥିବା ଅଭିନନ୍ଦନ ମିଶ୍ର ନାମରେ ଜଣେ ଯାତ୍ରୀ ପୋଷ୍ଟ୍ କରିଥିବା ଟୁଇଟ୍ ଅନୁସାରେ, ସ୍ବାଭାବିକ ଆଚରଣ ଦେଖାଉ ନ ଥିବା ହେତୁ ଜଣେ ଭିନ୍ନକ୍ଷମ ପିଲା ଓ ତା’ର ପିତାମାତାଙ୍କୁ ରାଞ୍ଚି ବିମାନ ବନ୍ଦରରେ ଥିବା ‘ଇଣ୍ଡିଗୋ ଏୟାର୍ଲାଇନ୍ସ୍’ର ଜଣେ ପ୍ରତିନିଧି ବିମାନ ଆରୋହଣ କରାଇ ଦେଇ ନ ଥିଲେ। ଉକ୍ତ ପରିବାର ଏବଂ ଅନ୍ୟ ଯାତ୍ରୀମାନେ ଆପତ୍ତି କରିବାରୁ ପ୍ରତିନିଧିଜଣକ ପାଟିତୁଣ୍ଡ କରିଥିଲେ।
ସହଯାତ୍ରୀମାନଙ୍କ କହିବା ଅନୁସାରେ, ଉକ୍ତ ବିମାନରେ ଡାକ୍ତରମାନେ ବି ଯାଉଥିଲେ। ଅସୁବିଧା ହେଲେ ସାହାଯ୍ୟ କରିବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ବିମାନଟି ଭିନ୍ନକ୍ଷମ ପିଲା ଓ ତା’ର ଅଭିଭାବକଙ୍କ ନ ନେଇ ହାଇଦ୍ରାବାଦ ଅଭିମୁଖେ ଚାଲିଯାଇଥିଲା।
Follow Us