କନଷ୍ଟେବଳଙ୍କ ଗାଡ଼ି ଧକ୍କାରେ ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ

Advertisment
କନଷ୍ଟେବଳଙ୍କ ଗାଡ଼ି ଧକ୍କାରେ ପରିବାରର ଏକମାତ୍ର ରୋଜଗାରିଆ ପୁଅର ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀର ବୁଦ୍ଧ ବିହାରରେ ଦିଲ୍ଲୀ ପୁଲିସ କନଷ୍ଟେବଳଙ୍କ କାର ସହ ମୁହାଁମୁହିଁ ଧକ୍କା ହେବା ପରେ ଜୋମାଟୋ ଜଣେ ଡେଲିଭରି ବଏଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ଘଟାଇଥିବା କନେଷ୍ଟବଳଙ୍କୁ ଗିରଫ କରାଯାଇଛି। ମୃତକ ଡେଲିଭରି ବଏ ପରିବାର ଏକାମାତ୍ର ପୁଅ ଥିଲେ। ଏଥିସହିତ ସେ ଘରର ଏକମାତ୍ର ରୋଜଗାରିଆ ଥିବା ଜଣାପଡ଼ିଛି। ମୃତ ଯୁବକଙ୍କ ନାମ ସଲିଲ ତ୍ରିପାଠୀ ବୋଲି ଜଣାପଡ଼ିଛି।

ଗତ ଶନିବାର ଦିନ ବୁଦ୍ଧ ବିହାରର ବାବାସାହେବ ଆମ୍ବେଦକର ହସପିଟାଲ ସମ୍ମୁଖରେ ଏକ ମାରୁତି ବ୍ରେଜା କାର ଏକ ଡିଟିସି ବସ୍ ଏବଂ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହି କାରକୁ ଦିଲ୍ଲୀ ପୁଲିସ କନେଷ୍ଟବଳ ମହେନ୍ଦ୍ର ଚଲାଉଥିଲେ। ଯିଏକି ରୋହିନୀ ଉତ୍ତର ପୁଲିସରେ କାମ କରନ୍ତି।

ଅଭିଯୋଗ ହୋଇଛି ଯେ ଦୁର୍ଘଟଣା ସମୟରେ ମହେନ୍ଦ୍ର ମଦ୍ୟପାନ କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଦୁର୍ଘଟଣା ସମୟରେ କନଷ୍ଟେବଳ ମହେନ୍ଦ୍ରଙ୍କର ଏକ ଭିଡିଓ ମଧ୍ୟ କରିଥିଲେ। ଯେଉଁଥିରେ ସେ ଅତ୍ୟଧିକ ମଦ୍ୟପାନ କରିଥିବା ଦେଖିବାକୁ ମିଳିଥିଲା । ଲୋକମାନେ ତାଙ୍କୁ ପୁଲିସରେ ହସ୍ତାନ୍ତର କରିଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ମହେନ୍ଦ୍ରଙ୍କୁ ଗିରଫ କରିଛି।

କୁହାଯାଉଛି ଯେ ଡେଲିଭରି ବଏ ସଲିଲ ତ୍ରିପାଠୀଙ୍କ ପିତାଙ୍କ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ହୋଇଥିଲା। ସଲିଲ ତାଙ୍କ ଘରେ ଏକମାତ୍ର ରୋଜଗାର କରୁଥିଲେ। ସଲିଲଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe