ପାଣି ବୋତଲକୁ ୧୦୦ ଟଙ୍କାରେ ବିକ୍ରି ଉପରେ ପ୍ରତିକ୍ରିୟା ରଖିଲା ‘ଜୋମାଟୋ’

Advertisment

ଏକ କନସର୍ଟ ଭେନ୍ୟୁରେ ୧୦ ଟଙ୍କାର ପାଣି ବୋତଲକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ଆଣିଥିବା ଜଣେ ଇଞ୍ଜନିୟରଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଏବେ ପ୍ରତିକ୍ରିୟା ରଖିଛି ଜୋମ‌ାଟୋ।

ଏକ କନସର୍ଟ ଭେନ୍ୟୁରେ ୧୦ ଟଙ୍କାର ପାଣି ବୋତଲକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ଆଣିଥିବା ଜଣେ ଇଞ୍ଜନିୟରଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଏବେ ପ୍ରତିକ୍ରିୟା ରଖିଛି ଜୋମ‌ାଟୋ।

Water bottle

ହାଇଦ୍ରାବାଦ୍‌: ଏକ କନସର୍ଟ ଭେନ୍ୟୁରେ ୧୦ ଟଙ୍କାର ପାଣି ବୋତଲକୁ ୧୦୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ଆଣିଥିବା ଜଣେ ଇଞ୍ଜନିୟରଙ୍କ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ରେ ଏବେ ପ୍ରତିକ୍ରିୟା ରଖିଛି ଜୋମ‌ାଟୋ।

ବିଶେଷ ଭାବରେ କନସର୍ଟ ସଂପର୍କରେ କୌଣସି ବିବରଣୀ ନଦେଇ ଇଞ୍ଜିନିୟର ପାଲାବ ଦେ ସେହି ସ୍ଥାନରେ ପାଣି ବୋତଲ କାଉଣ୍ଟରର ଦୁଇଟି ଚିତ୍ର ପୋଷ୍ଟ କରିଥିଲେ। ସେ ଦୁଇଟି ବୋତଲ ପାଇଁ ୨୦୦ ଟଙ୍କା ଦେଇଥିବା ଦର୍ଶାଇ ଅନଲାଇନ୍ ରସିଦର ଏକ ଚିତ୍ର ମଧ୍ୟ ସେୟାର କରିଥିଲେ।

ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, ‘‘୧୦ ଟଙ୍କାର ପାଣି ବୋତଲକୁ କନ୍‌ସର୍ଟରେ ୧୦୦ ଟଙ୍କାରେ ବିକ୍ରି କରିବାକୁ ଜୋମାଟୋ କିପରି ଅନୁମତି ଦେଇଛି? ଯେଉଁଠାରୁ ଲୋକଙ୍କୁ ଅଲଗା ପାଣି ବୋତଲ ଆଣିବାର ଅନୁମତି ନାହିଁ।’’

ଏହାର ଜବାବରେ ଜୋମାଟୋ ସ୍ପଷ୍ଟ କରି ଲେଖିଛି ଯେ ‘‘ହାଏ ପଲାବ୍‌। ଆପଣଙ୍କ ଅଭିଜ୍ଞତା ପାଇଁ ଆମେ ଦୁଃଖିତ। ମାତ୍ର ଆମେ ଇଭେଣ୍ଟ ଆୟୋଜକ ନୁହଁ, ଟିକେଟିଂ ପାର୍ଟନର୍‌। ଆମେ ଆପଣଙ୍କ ମତାମତ ଦେଖିଲୁ। ଆମେ ଆପଣଙ୍କୁ ନିଶ୍ଚିତ କରୁଛୁ ଯେ ଆଗାମୀ ଦିନରେ ଆମେ କରିବାକୁ ଥିବା ଇଭେଣ୍ଟ୍‌ରେ ଆପଣଙ୍କ ମତାମତ କାମରେ ଆସିବ।’’

ଏହା ପରେ, ଡି ଏକ ପ୍ରତିକ୍ରିୟା ପାଇବା ଆଶାରେ ଇଭେଣ୍ଟ ଆୟୋଜକଙ୍କୁ ଏକ୍ସରେ ଏକ ପୋଷ୍ଟରେ ଟ୍ୟାଗ କରିଥିଲେ। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, ‘‘ଇଭେଣ୍ଟ୍‌ର ଆୟୋଜକ କିଏ? ଯିଏକି ଚିନ୍ତା କରିପାରିଲେ ଯେ ୧୦ ଟଙ୍କାର ପାଣି ବୋତଲକୁ ୧୦୦ ଟଙ୍କାରେ ବିକ୍ରି କରାଯାଇପାରିବ।’’

ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।  ​ ଅନେକ ଉପଭୋକ୍ତା ପାଲାବଙ୍କ ପଛରେ ଛିଡ଼ା ହୋଇଛନ୍ତି। ଏହା ସହିତ ଆୟୋଜକଙ୍କୁ ସମା‌ଲୋଚନା ମଧ୍ୟ କରିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe